ବିବାହ ଭୋଜିକୁ ଯାଉଥିବା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଗୋଟିଏ ପରିବାରର ୮ ମୃତ

18

ରାଜସ୍ଥାନର ବାରମେରରେ ଗତକାଲି ବିଳମ୍ବିତ ରାତିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି I ଗତକାଲି ରାତିରେ ଏକ ବିବାହ ଭୋଜି ରେ ଯୋଗ ଦେବାକୁ ଯାଉଥିବା ସମୟରେଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା I ଫଳରେ ଗୋଟିଏ ପରିବାରର ୨ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ମେଗା ରାଜପଥରେ ଗୁଦା ମଲାନି ପୋଲିସ ଷ୍ଟେସନ ଅଞ୍ଚଳରେ କାର ଏବଂ ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଜାଲୋର ଜିଲ୍ଲାର ସାନଚୋରରେରୁ ସୋମବାର ରାତିରେ ଗୋଟିଏ ପରିବାରର ୧୦ଜଣ ଜଣ ସଦସ୍ୟ ଏକ ଏସୟୁଭି କାରରେ ଗୁଡାମଲାନିରେ ଥିବା ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ । କିନ୍ତୁ ବିବହ ସ୍ଥଳ ଠାରୁ ୮ କିମି ପୂର୍ବରୁ କାର ବେଗ ଅଧିକ ହେବାରୁ କାର ଟି ନିୟନ୍ତ୍ରଣ ହରାଇ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିଲେ । ପରେ ହସ୍ପିଟାଲରେ ଅନ୍ୟ ୨ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ କାର ରେ ପ୍ରାୟ ସମୁଦାୟ ୧୦ ଜଣ ବ୍ୟକ୍ତି ଥିଲେ , ମୃତକଙ୍କ ନାମ ପୁନା ରାମ (୪୫ ), ପ୍ରକାଶ ବିଷ୍ଣୁ (୨୮ ), ମନୀଷ ବିଷ୍ଣୁ (୧୨ ), ପ୍ରିନ୍ସ ବିଷ୍ଣୁ (୫ ), ଭାଗୀରଥ ରାମ (୩୮ ), ପୁଣମା ରାମ (୪୮ ), ମଙ୍ଗିଲାଲ (୩୮ ) ଏବଂ ବୁଦ୍ଧରାମ (୪୦ ) ବୋଲି ଜଣାପଡିଛି। ସମସ୍ତ ମୃତ ବ୍ୟକ୍ତିଙ୍କୁ ସମାନ ପରିବାର ବିଷୟରେ କୁହାଯାଉଛି I ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.