ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା କାର, ୬ ମୃତ ୩ ଆହତ

15

ମହାଶିବ ରାତ୍ରିରେ ଆଜି ରାଜ୍ୟରେ ଘଟିଯାଇଛି ତିନି ତିନିଟି ଦୁଖଦ ଘଟଣା I ଗୋଟିଏ ପରେ ଗୋଟିଏ ହୋଇ ତିନି ଟି ଯାକ ଭୟଙ୍କର ସଡକ ଦୁର୍ଘଟଣା I ପୂର୍ବ ଦୁଇଟି ଅନୁଗୁଳ ଏବଂ ଜଳେଶ୍ୱର ନିକଟରେ ଘଟି ଥିବାବେଳେ ୩ୟ ଦୁର୍ଘଟଣାଟି ନୂଆପଡା ଜିଲ୍ଲାର ଘଟିଛି I ସୂଚନାନୁସାରେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ସୁନସୁନିଆ ନିକଟରେ ଏକ କାର ଗଛରେ ପିଟି ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। କାରଟି ପ୍ରଥମେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ରାସ୍ତା ତଳକୁ ଖସି ପଡିଥିଲା ଇତ୍ତ୍ଵେବେ ଘଟଣାସ୍ଥଳରୁ ତୁରନ୍ତ ମୃତାହତ ଙ୍କୁ ଉଦ୍ଧାର କରାଯାଇ ନୂଆପଡା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ ଛତିଶଗଡ଼ର ବୋଲି ଜଣା ପଡିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଓ ଜଣେ ମହିଳା ଅଛନ୍ତି। ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।
ଏହା ପୂର୍ବରୁ ସୋମବାର ବିଳମ୍ବିତ ରାତ୍ରିରେ ଅନୁଗୁଳ ପାଲଲହଡ଼ା କଣ୍ଟିଆପଶି ବାଇପାସ ଛକ ନିକଟରେ ମମର୍ନ୍ତୁଦ ସଡକ ଦୁର୍ଘଟଣାରେ ମଧ୍ୟ ୫ ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ଭୁବନେଶ୍ୱରରୁ କଲିକତା ଯାଉଥିବା ‘ସୋନIକ୍ସ’ ନାମକ ଯାତ୍ରୀବାହୀ ବସ ଲଖମଣ ନାଥ ଗେଟ ନିକଟରେ ଏକ ଟ୍ରକ କୁ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ହେଵା ସହିତ ୧୩ ଜଣ ଯାତ୍ରୀ ଗୁରୁତ୍ତର ହୋଇଛନ୍ତି I ଏହି ୩ ଟି ଦୁର୍ଘଟଣା ରେ ଆଜି ରାଜ୍ୟରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି I

Comments are closed, but trackbacks and pingbacks are open.