କଳିଙ୍ଗା ଘାଟିରେ ମର୍ମନ୍ତୁଦ ବସ ଦୁର୍ଘଟଣା : ୬ ମୃତ ୪୨ ଆହତ

18

ଭଞ୍ଜନଗର କଳିଙ୍ଗା ଘାଟିରେ ମର୍ମନ୍ତୁଦ ଟୁରିଷ୍ଟ ବସ୍ ଦୁର୍ଘଟଣା । ଘଟଣା ସ୍ଥଳରେ ରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୨ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଗଞ୍ଜାମ ଭଞ୍ଜନଗର କଳିଙ୍ଗା ଘାଟି ତଳେ ଦୁର୍ଗାପ୍ରସାଦ ନିକଟରେ ଘଟିଛି ।

ଖବର ଅନୁଯାୟୀ, ପଶ୍ଚିମବଙ୍ଗର ହାୱାଡା ଉଦନପୁର ଥାନା ଅଂଚଳରୁ ୭୭ଜଣ ଯାତ୍ରୀ ଜଣଙ୍କୁ ନେଇ ଏକ ବସ୍ ପିକନିକ ପାଇଁ ଦାରିଙ୍ଗବାଡି ଆସିଥିଲା I ବସ୍‌ଟି ଦାରିଙ୍ଗବାଡ଼ିରୁ ବିଶାଖାପାଟଣା ଅଭିମୁଖେ ଆସୁଥିବାବେଳେ ଚକାରେ ନିଆଁ ଲାଗିଯାଇଥିଲା। ଫଳରେ ବସ ଭିତରେ ଯାତ୍ରୀ ମାନେ ହୋ ହାଲ୍ଲା କରିବାରୁ ଭାରସାମ୍ୟ ହରାଇ ବସଟି ଘାଟିରେ ଓଲଟି ପଡିଥିଲା । ଆହତଙ୍କୁ ଦୁର୍ଗାପ୍ରସାଦ ଅଞ୍ଚଳର ଯୁବକ ସଂଘ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ୪୨ ଆହତଙ୍କ ମଧ୍ୟରୁ ୧୪ ଜଣ ଗୁରୁତର ହୋଇ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି ହୋଇଥିବା ବେଳେ ୨୮ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେହିପରି ୧୬ ଜଣ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା । ସମସ୍ତ ଯାତ୍ରୀ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.