ମର୍ମନ୍ତୁଦ ଦୁର୍ଘଟଣା : ବରଯାତ୍ରୀ ପିଟି ହୋଇ ୨ ମୃତ , ଜଣେ ଗୁରୁତର

22

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ନଂ୫୩ ରାଜ୍ୟ ରାଜପଥ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀ ନେଇ ଫେରୁଥିବା ସମୟରେ ଗୋଟିଏ ବୋଲେର ଗାଡି ରାସ୍ତାକଡ କଲଭର୍ଟ ରେ ପିଟି ହେଲା ଗାଡି I ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେବା ସହିତ ଗାଡି ଡ୍ରାଇଭର ସହିତ ଅନ୍ୟ ଜଣେ ଗୁରୁତ୍ତର ଆହତ ହୋଇଛନ୍ତି I ଦୁର୍ଘଟଣା ପରେ ସମସ୍ତଙ୍କୁ ରାତି ପ୍ରାୟ ୩ଟା ବେଳେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୨ ଜଣକୁ ମୃତ ଘୋଷଣା କରିଥିଲେ। ମୃତକ ୨ ଜଣ ହେଲେ ଠାକୁରମୁଣ୍ଡା ବ୍ଲକ ଧାତିକିଡ଼ିହା ଗ୍ରାମପଞ୍ଚାୟତ ଗୋଡ଼ଭଙ୍ଗା ଗ୍ରାମର କ୍ଷେତ୍ରବାସୀ ମହାରଣା (୩୫), ଓ କୁଳମଣି ମହାରଣା (୫୫) ବୋଲି ଜଣାଯାଇଛି । ଗୁରୁତର ଥିବା ବୋଲେର ଡ୍ରାଇଭର ସାତକୋଶିଆ ଗ୍ରାମର ପ୍ରଶାନ୍ତ କୁମାର ପତିଙ୍କୁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ପ୍ରକାଶ ଯେ ଗୋଡ଼ଭଙ୍ଗା ଗ୍ରାମରୁ ବର ନେଇ ବରଯାତ୍ରୀ ଦଳ ଶୁକୃଳି ବ୍ଲକ ଅନ୍ତର୍ଗତ ଭାଲିଆ ସାହିକୁ ଯାଇ ବାହାଘର ସାରି ବରଯାତ୍ରୀ ଦଳ ବୋଲେର ଗାଡି ନଂ (ଓଡ଼ି ୦୨ ବିଡ଼ି ୬୨୭୨) ଯୋଗେ ଗୋଡ଼ଭଙ୍ଗା ଫେରୁଥିବା ସମୟରେ ରାତି ପ୍ରାୟ ୨ଟା ସମୟରେ ଗଛରେ ପିଟି ହୋଇ ଗାଡି ଭିତରେ ଚାପି ହୋଇ ଜଣେ ଯାତ୍ରୀ ରହି ଯାଇଥିଲେ । ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଓ ପୁଲିସ ପହଞ୍ଚି ଚାପି ହୋଇ ରହି ଯାଇଥିବା ବ୍ୟକ୍ତି ଙ୍କୁ ଉଦ୍ଧାର ସହ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ସହ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଠାକୁରମୁଣ୍ଡା ପୁଲିସ ଏକ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପଠାଇଥିବା ଜଣାପଡିଛି।

Comments are closed, but trackbacks and pingbacks are open.