ମର୍ମନ୍ତୁଦ ଦୁର୍ଘଟଣା : ବରଯାତ୍ରୀ ଗାଡି ପୋଲ ତଳକୁ ଖସି ବର ସମେତ ୯ ମୃତ

18

ହାତଗଣ୍ଠି ପଡିବI ଆଗରୁ ଚାଲିଗଲା ବରର ଜୀବନ। ରାଜସ୍ଥାନ କୋଟାରେ ଘଟିଛି ଏ ଭଳି ଦୁଖଦଃ ଘଟଣା I ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି। ଚମ୍ବଲ ନଦୀରେ ଖସିପଡିଛି ଏକ ବରଯାତ୍ରୀ ଗାଡି । ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି।
ସୂଚନାନୁସାରେ, ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । ଗତକାଲି ରାତିରେ ଗାଡିଟି ବରବାଡା ଠାରୁ ଉଜୈନ ଯାଉଥିଲା । ସେହି ସମୟରେ ନାୟାପୁରା କଲଭର୍ଟର ଚମ୍ବଲ ନଦୀରେ ଗାଡିଟି ଖସିପଡିଥିଲା । କାରରେ ବର ସମେତ ୯ଜଣ ଲୋକ ଥିଲେ। ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା।ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.