ଆର୍ଥିକ ସଙ୍କଟ ର କରୁଣ ପରିଣତି : ପତ୍ନୀ ଏବଂ ପୁଅ ଙ୍କୁ କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇ,ନିଜେ ଆତ୍ମହତ୍ୟା କଲେ ବ୍ୟବସାୟୀ

14

ମହାରାଷ୍ଟ୍ର : ନାଗପୁରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି I କାରରେ ବସିଥିବା ପତ୍ନୀ ଓ ପୁଅକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ପରେ ନିଜ ଦେହରେ ପେଟ୍ରୋଲ ଢାଲି ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ। ଏହି ଘଟଣାରେ ଵ୍ୟଵସାୟୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଏବଂ ପୁଅ ଙ୍କର ଚିକିତ୍ସା ଚାଲିଛି । ମୃତକ ଜଣକ ହେଲେଜୟତାଲା ନିବାସୀ ୫୮ ବର୍ଷୀୟ ରାମରାଜ ଗୋପାଳକୃଷ୍ଣ ଭଟ। ତାଙ୍କ ପତ୍ନୀ ସଙ୍ଗୀତା ଭଟ ଏବଂ ପୁଅ ନନ୍ଦନ ଭଟ I

ସୂଚନାନୁସାରେ ନାଗପୁର ଜୟତାଲାରେ ରହୁଥିବା ବ୍ୟବସାୟୀ ରାମରାଜ ଭଟ୍ଟ ଏକ ନଟବୋଲ୍ଟ ତିଆରି ଫ୍ୟାକ୍ଟ୍ରି ଥିଲା । ସେ ବିଭିନ୍ନ କମ୍ପାନୀ ଗୁଡିକୁ ସପ୍ଲାଇ କରୁଥିଲେ । ହେଲେ କରୋନା ଠାରୁ ତାଙ୍କ ବ୍ୟବସାୟ ମାନ୍ଦା ପଡିଥିଲା । ପୁଅ ନନ୍ଦନ ଭଟ୍ଟ ମଧ୍ୟ ଜଣେ ଇଞ୍ଜିନିୟର ଥିଲେ ବି କରୋନା ଯୋଗୁଁ ଚାକିରି ହରାଇଥିଲେ । ଫଳରେ ପରିବାରରେ ଆର୍ଥିକ ଅନଟନ ନେଇ ଅଶାନ୍ତି ଲାଗିରହୁଥିଲା । ମଙ୍ଗଳବାର ଅପରାହ୍ନରେ ବୁଲିବାକୁ ଯିବା କଥା କହି ପୁଅ ଓ ସ୍ତ୍ରୀକୁ ଧରି ଘରୁ ବାହାରିଥିଲେ । ହେଲେ ବାଟରେ କାର ରଖି ଆଣ୍ଟାସିଡ୍ ନାଁ କହି ବିଷ ପିଇବାକୁ କହିଥିଲେ । ହେଲେ ବିନା କାରଣରେ ଆଣ୍ଟସିଡ ପିଇବାକୁ ମନା କରିଦେଇଥିଲେ ପୁଅ ଓ ପତ୍ନୀ । ଫଳରେ ଡିକିରେ ରଖିଥିବା ପେଟ୍ରୋଲ ଆଣି କାର ଉପରେ ଢାଳିଦେଇଥିଲେ ଓ ନିଆଁ ଲଗାଇଥିଲେ । ପରେ ପରେ ନିଜ ଦେହରେ ମଧ୍ୟ ପେଟ୍ରୋଲ ଛିଞ୍ଚି ଆତ୍ମହତ୍ୟା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ବ୍ୟବସାୟୀ ରାମରାଜଙ୍କର ମୃତ୍ୟୁ ହୋଇଥିବାବେଳେ ଲୋକେ ତାଙ୍କ ପୁଅ ଓ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଦୁହେଁ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ତେବେ ବ୍ୟବସାୟରେ କ୍ଷତି ଯୋଗୁଁ ରାମରାଜ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

Comments are closed, but trackbacks and pingbacks are open.