ଆସନ୍ତା ୧୫ରୁ କାଟିବ ଚାଲାଣ

46

ଏଣିକି ଗାଡିରେ ହାଇସିକ୍ୟୁରିଟି ନମ୍ବର ନଥିଲେ କଟିବ ଚାଲାଣ । ଆସନ୍ତା ୧୫ ତାରିଖରୁ ଦେବାକୁ ପଡିବ ଫାଇନ । ଏ ନେଇ ଅତିରିକ୍ତ ପରିବହନ କମିଶନର, ଏନଫୋର୍ସମେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁ ଗାଡିଗୁଡିକର ଶେଷ ନମ୍ବର ୧ରୁ ୬ରେ ଶେଷ ହୋଇଥିବ, ସେଗୁଡିର ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ନଥିଲେ ୧୫ ତାରିଖରୁ ଚାଲାଣ କଟିବ । ଏଥିପାଇଁ ୫ ହଜାରରୁ ୧୦ ହଜାର ଯାଏଁ କଟିବ ଚାଲାଣ । ଏହି ସବୁ ନମ୍ବର ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଛି । ୨୦୨୨ ଡିସେମ୍ବର ୩୧ ସୁଦ୍ଧ ଏହି ଗାଡିଗୁଡିକ ପାଇଁ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଥିଲା ।

ସେହିଭଳି ୭ ଓ ୮ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଚଳିତ ମାସ ୩୧ ତାରିଖ । ସେହିଭଳି ୯ ଓ ୦ ସହିତ ଶେଷ ହେଉଥିବା ଗାଡିଗୁଡିକ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ହେଉଛି ଫେବ୍ରୁଆରି ୨୮ । ଏହା ପରେ ଗାଡିଗୁଡିକର ଯାଞ୍ଚ କରାଯାଇ ଜରିମାନା କଟାଯିବ ।

ଅତିରିକ୍ତ ପରିବହନ କମିସନର ଲାଲମୋହନ ସେଠୀ କହିଛନ୍ତି ଯେ ୨୦୨୩, ଜାନୁୟାରୀ ୯ ତାରିଖ ସୁଦ୍ଧା ୩୫ ଲକ୍ଷ ୫୬ ହଜାର ୮୧୯ଟି ଗାଡିର ସ୍ଲଟ୍ ବୁକିଂ ହୋଇଥିବା ବେଳେ ୨୭ ଲକ୍ଷ ୨୪ ହଜାର ୯୯୪ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗି ସାରିଛି । ରେଜିଷ୍ଟ୍ରେସନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥିବାରୁ ତୁରନ୍ତ ଏହାର ସୁଯୋଗ ନେବାକୁ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.