ସଂଯୁକ୍ତ କିଷାନ ମୋର୍ଚ୍ଚା ର ଟ୍ରାକ୍ଟର ରାଲି ସ୍ଥଗିତ

19

ଆନ୍ଦୋଳନ କାରୀ କୃଷକ ମାନଙ୍କ ଟ୍ରାକ୍ଟର ରାଲି ‘ସଂସଦ ଚାଲ ,ସଂସଦ ଯାଏ ଚାଲ’ ପାଇଁ ଆହ୍ୱାନ ଦେଇଥିବା ରାଲି କୁ ବର୍ତମାନ ବାତିଲ କରିଦେଇଛନ୍ତି I ଆସନ୍ତା ୨୯ ରେ ବସିବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର ମାର୍ଚ୍ଚ କରିବା ନେଇ ଘୋଷଣା କରିଥିଲେ । ଆଉ ଆଜି ସିଂଘୁ ଓ ଟିକରୀ ବର୍ଡରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଚାଷୀମାନେ ଏହି ଟ୍ରାକ୍ଟର ମାର୍ଚ୍ଚକୁ ବାତିଲ କରିଦେଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏନେଇ ଚାଷୀ ସଙ୍ଗଠନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବାବେଳେ, ଏହି ଟ୍ରାକ୍ଟର ରାଲି କୁ ଚାଷୀ ସଙ୍ଗଠନ ବାତିଲ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅନ୍ୟପଟେ ଟ୍ରାକ୍ଟର ରାଲି ବାତିଲ ହେବା ନେଇ ଖୁବଶୀଘ୍ର ଚାଷୀ ସଙ୍ଗଠନ ପ୍ରେସମିଟ୍ କରି ସୂଚନା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।ସୂଚନାଯୋଗ୍ୟ ଯେ, ନଭେମ୍ବର ୨୬ ତାରିଖରେ କିଷାନ ମହାପଞ୍ଚାୟତ ବେଳେ ଚାଷୀ ନେତା ରାକେଶ ଟିକାୟତ କହିଥିଲେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚାଷୀମାନେ ଟ୍ରାକ୍ଟର ରାଲି କରିବେ । ଏଥିରେ ଚାଷୀମାନେ ଟ୍ରାକ୍ଟର ଧରି ସଂସଦ ପର୍ଯ୍ୟନ୍ତ ରାଲି କରିବେ । ହେଲେ ଏବେ ଏହାକୁ ବାତିଲ କରିଦିଆଯାଇଥିବା ଖବର ପ୍ରକାଶ ପାଉଛି । ଚାଷୀମାନଙ୍କର ଏହି ଟ୍ରାକ୍ଟର ରାଲି ବାତିଲ ଏପରି ସମୟରେ ଆସିଛି, ଯେତେବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକଙ୍କର ଅନ୍ୟ ଦୁଇଟି ଦାବିକୁ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି ଆଉ ଚାଷୀ ଆନ୍ଦୋଳନକୁ ଶେଷ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏମଏସପି ଉପରେ ଆଇନ ନିର୍ମାଣ ପାଇଁ କମିଟି ଗଠନ ଓ ନଡା ଜଳାଇବା ଅପରାଧମୁକ୍ତ ବୋଲି କହିଛନ୍ତି । ଯାହା ପରେ ଚାଷୀମାନେ ଏହି ଟ୍ରାକ୍ଟର ରାଲି ବାତିଲ କରିଥିବା ଏବେ ସୂଚନା ମିଳୁଛି ।

Leave A Reply

Your email address will not be published.