ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ

95

ଜମ୍ମୁକାଶ୍ମୀରର ମୋଟ ୮୭ଟି ଟୁରିଷ୍ଟ ହବକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି । ବଡ଼ଗାମ ଓ ଅନନ୍ତନାଗରେ ଏକାଧିକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଛି । ଜମ୍ମୁକାଶ୍ମୀରର ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟନରୁ ରୋଜଗାର କରିଥାଆନ୍ତି । ତେବେ ଆତଙ୍କବାଦୀ ଆକ୍ରମଣ ପରେ ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି । ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଥିବାରୁ ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକାଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି ।

Comments are closed, but trackbacks and pingbacks are open.