ଭୁବନେଶ୍ୱର : ଚଳିତବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦୁଇଟି ଆଂଶିକ ସୂର୍ଯ୍ୟୋପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ରେ ହେବ। ଏହା ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଆଦି ଅଞ୍ଚଳରେ ଦେଖାଯିବ। ହେଲେ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୩୯ ମିନିଟରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ଅପରାହ୍ନ ୨ଟା ୧୮ରେ ଶେଷ ହେବ। କିନ୍ତୁ ପୂର୍ଣ୍ଣ ଗ୍ରହଣ ପୂର୍ବାହ୍ନ ୧୧ଟା ୫୬ରୁ ଅପରାହ୍ନ ୧ଟା ୧ ପର୍ଯ୍ୟନ୍ତ ଦେଖାଯିବ। ସେହି ସମୟରେ ଚନ୍ଦ୍ର ସମ୍ପୂର୍ଣ୍ଣ ରକ୍ତ ବର୍ଣ୍ଣ ଧାରଣ କରିବ। ଭାରତରେ ଦିନ ସମୟରେ ଚନ୍ଦ୍ରଗ୍ରହଣ ଘଟୁଥିବାରୁ ଦେଶର କୌଣସି ସ୍ଥାନରେ ଏହା ଦୃଶ୍ୟମାନ ହେବନାହିଁ ବୋଲି ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହିପରି ମାର୍ଚ୍ଚ ୨୯ରେ ଆଂଶିକ ସୂର୍ଯ୍ୟୋପରାଗ ସଙ୍ଗଠିତ ହେବ। ଏହା ଉତ୍ତର ଆମେରିକା, ଗ୍ରୀନ୍ଲାଣ୍ଡ, ଆଇସ୍ଲାଣ୍ଡ, ଉତ୍ତର ଆଟ୍ଲାଣ୍ଟିକ ମହାସାଗର, ୟୁରୋପ ଏବଂ ଉତ୍ତର-ପଶ୍ଚିମ ରୁଷ୍ରେ ଦୃଶ୍ୟମାନ ହେବ। ଚଳିତବର୍ଷର ପ୍ରଥମ ସୂର୍ଯ୍ୟୋପରାଗ ମଧ୍ୟ ଭାରତରେ ଦୃଶ୍ୟମାନ ହେବ ନାହିଁ।
Comments are closed, but trackbacks and pingbacks are open.