ଲଗାଣ ବର୍ଷା, ସୃଷ୍ଟି ହେଲା ବନ୍ୟା ସ୍ଥିତି

77

ନୂଆଦିଲ୍ଲୀ: ଗତ ୩ ଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ସହରର ବହୁ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଯାଇଛି। ମୁମ୍ବାଇ ଓ ଏହାର ଆଖପାଖ ସହର ଯଥା ପୁଣେ, ଠାଣେ ଓ ପାଲଘରକୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମହାରାଷ୍ଟ୍ର ରାଜ୍ୟ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ଶୁକ୍ରବାର ମଧ୍ୟ ମୁମ୍ବାଇରେ ହାରାହାରି ୭୮ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପୂର୍ବ ଓ ପଶ୍ଚିମ ମୁମ୍ବାଇରେ ଯଥାକ୍ରମେ ୫୭ ଓ ୬୭ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି କେତେକ ପ୍ରମୁଖ ରାସ୍ତା ଓ ରେଳ ଟ୍ରାକରେ ପାଣି ଜମା ହୋଇଯିବାରୁ ମୁମ୍ବାଇର ସାଧାରଣ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଶନିବାର ଲଗାଣ ବର୍ଷା ଯୋଗୁ ମୁମ୍ବାଇର ସ୍ଥାନୀୟ ଟ୍ରେନ୍‌ଗୁଡ଼ିକ ୧୫ରୁ ୨୦ ମିନିଟ୍‌ ବିଳମ୍ବରେ ଯାତାୟାତ କରୁଛି। ସେହିପରି ସହରରେ ଯାତ୍ରୀମାନଙ୍କ ପେଣ୍ଠସ୍ଥଳୀ କୁହାଯାଉଥିବା ଅନ୍ଧେରୀ ଓ ମାଲାଦ୍‌ ଭୂତଳ ମାର୍ଗରେ ପାଣି ଜମିଯିବାରୁ ସତର୍କତା ଦୃଷ୍ଟିରୁ ଏହାକୁ ବନ୍ଦ କରାଯାଇଛି।

Comments are closed, but trackbacks and pingbacks are open.