ଫଟୋ ଉଠାଇଲେ, ନିଲମ୍ବିତ ହେଲେ

23

ରାଷ୍ଟ୍ରପତି ହେଲିକାପ୍ଟର ପାଖରେ ଫଟୋ ଉଠାଇବା ପଡିଲା ମହଙ୍ଗା । ଫଟୋ ଉଠାଇଥିଲେ ଏବେ ଚାକିରିରୁ ନିଲମ୍ବିତ ହେଲେ । ତେବେ ୫ ତାରିଖ ଦିନ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ଆସି ଶିମିଳିପାଳ ଛେଳିଗୋଧୂଳି ଅସ୍ଥାୟୀ ହେଲିପ୍ୟାଡରେ ସକାଳ ୧୦:୫୦ ରେ ପହଁଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରୁ ସିଧାସଳଖ ରୋଡ଼ରେ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ ।

ଫାର୍ମାସିଷ୍ଟ ଯଶବନ୍ତ ବେହେରା ସୁରକ୍ଷା ବଳୟ ଭାଙ୍ଗି ରାଷ୍ଟ୍ରପତିଙ୍କ ଆସିଥିବା ୩ ଟି ହେଲିକ୍ୟାପ୍ଟରରୁ ଗୋଟିଏ ହେଲିକ୍ୟାପ୍ଟରରେ ସେଲ୍ଫି ନେବା ସହ ବସି ଫୋଟ ଉଠାଇଥିଲେ ଓ ପରେ ନିଜ ଫେସବୁକ ଏକାଉଣ୍ଟ ରେ ମଧ୍ୟ ପୋଷ୍ଟ କରିଥିଲେ । ସୁରକ୍ଷା ବଳୟ ଭାଙ୍ଗି କିପରି ହେଲିକପ୍ଟରରେ ବସି ଯାଇ ଫୋଟ ଉଠେଇଲେ ତାହା ମହାମହିମଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଥିଲା ।

ସାମ୍ବାଦିକମାନେ ପ୍ରଶ୍ନ ଉଠେଇବାରୁ ଫେସବୁକ ପୋଷ୍ଟଗୁଡିକ ଡିଲିଟ କରି ଦେଇଥିଲେ ଫାର୍ମାସିଷ୍ଟ । ଏହି ଘଟଣା ନେଇ ଫାର୍ମାସିଷ୍ଟ ଯସବନ୍ତ ବେହେରାଙ୍କ ଯୋଗାଯୋଗ କରିବାରୁ ସେ କହିଥିଲେ, ରାଷ୍ଟ୍ରପତି ଆସିଥିଲେ ସ୍ମୃତି ହିସାବରେ ରଖିବା ପାଇଁ ସେ ଫୋଟ ଉଠେଇଛନ୍ତି । ସେ ଯାହା ବି ଶେଷରେ କିନ୍ତୁ ତାଙ୍କୁ ଚାକିରିରୁ ହାତ ଧୋଇବାକୁ ପଡିଛି ।

Comments are closed, but trackbacks and pingbacks are open.