ଆସନ୍ତା କାଲି ବିଜେଡିର ରୌପ୍ୟ ଜୟନ୍ତୀ : କର୍ମୀଙ୍କ ହେବ ବିରାଟ ଆୟୋଜନ ,ବିଜେପି କହିଲା କୋଭିଡ କଟକଣା ବଦଳାଇବା ମୁଖ୍ୟ କାରଣ

14

ରବିବାର ବିଜେଡି ର ରୌପ୍ୟ ଜୟନ୍ତୀ ଅର୍ଥାତ ଦଳ ର ୨୫ତମ ପ୍ରତିଷ୍ଠା ଦିବସ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଏହାକୁ ବିରାଟ ଆକାରରେ ଆୟୋଜନ କରାଯିବ । ପ୍ରତି ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟରେ ବିଜେଡି କର୍ମୀଙ୍କୁ ଏକାଠି ହେବାକୁ ନିର୍ଦେଶ ଦିଆଯାଇଛି Iପାଖାପାଖି ରାଜ୍ୟର ୩୧୪ ବ୍ଲକ, ୧୧୧ ପୌରାଂଚଳ, ୪ଟି ମହାନଗର ନିଗମରେ ଏହି ପ୍ରତିଷ୍ଠା ଦିବସ ଧୁମ ଧାମ ରେ ପାଳନ କରାଯିବ ତେବେ ରାଜ୍ୟରେ ନୂଆକରି ମୁଣ୍ଡ ଟେକିଥିବା ଓମିକ୍ରନ ସଂକ୍ରମଣ ବଢ଼ି ଚାଲିଥିବାରୁ ବଡ଼ ଦିନ ଓ ନୂଆବର୍ଷ ଉତ୍ସବ ପାଳନ ଉପରେ ସରକାର କଟକଣା ଲଗାଇଥିଲେ । ପ୍ରଥମ ନିର୍ଦ୍ଦେଶାବଳୀରେ କୁହାଯାଇଥିଲା ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ରହିବ । ଭିଡ଼ ନିୟନ୍ତ୍ରଣ ପାଇଁ ରାଲି ସାମାଜିକ ଓ ସାସ୍କୃତିକ ସମାବେଶ ଉପରେ କଟକଣା ଲଗାଯାଇଥିଲା । ହେଲେ ଏହାର କିଛି ଘଂଟା ପରେ ଏସଆରସିଙ୍କ ପକ୍ଷରୁ ଆଉ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଏଥିରେ କୁହାଯାଇଛି ୨୫ ତାରିଖ ଏବଂ ୩୧ ତାରିଖରୁ ୨ ତାରିଖ ଯାଏଁ ଏହି କଟକଣା ରହିବ । ଅର୍ଥାତ ନୂଆ ନିର୍ଦ୍ଦେଶାବଳୀରେ ୨୬, ୨୭, ୨୮,୨୯,ଓ ୩୦ ତାରିଖକୁ ବାଦ ଦିଆଯାଇଛି । ବିଜେପି ଅଭିଯୋଗ କରିଛି ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କାର୍ଯକ୍ରମ ଥିବାରୁ ନିୟମକୁ ବଦଳାଇ ଦିଆଯାଇଛି । ୨୫ ତାରିଖରେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଦେଶବ୍ୟାପି ସୁଶାସନ ଦିବସ ପାଳନ କରାଯାଉଥିଲେ ସୁଧା କଟକଣାକୁ କୋହଳ କରାଯାଇ ନାହିଁ । ତେଣୁ ରାଜ୍ୟ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ଦଳୀୟ କାର୍ଯ୍ୟକ୍ରମ ପାଇଁ କୋଭିଡ କଟକଣା ତାରିଖ କୁ ବଦଳା ଯାଇଛି ।

Leave A Reply

Your email address will not be published.