ଟମାଟୋ ବିକି ଏବେ ୪୫ କୋଟିର ମାଲିକ

79

ଆନ୍ଧ୍ରପ୍ରଦେଶ : କିଲୋପ୍ରତି ଟମାଟୋ ଦର ୨00 ଛୁଇଁଲାଣି। ବଜାରରେ ହୁହୁ ହୋଇ ବଢ଼ୁଛି ଦର । କିନ୍ତୁ ଏହାର ଅଭାବି ବିକ୍ରି ଏବଂ ବର୍ଷା ଯୋଗୁ ଚାଷୀଙ୍କ ନିକଟରେ ଟମାଟୋ ନ ଥିବାରୁ ଏହି ଦର ବୃଦ୍ଧି ପାଉଛି । ଆଉ ଏଥିପାଇଁ ଉଭୟ ଚାଷୀ ଓ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ପାଠକବନ୍ଧୁ କଥାରେ ଅଛି, ଈଶ୍ବର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। ଠିକ୍‌ ସେମିତି ହୋଇଛି ଜଣେ ବ୍ୟକ୍ତିଙ୍କ ସହ। ଯିଏ ଟମାଟୋ ବିକି ଏବେ କୋଟିପତି ହୋଇଯାଇଛନ୍ତି। ମାତ୍ର ୪୫ ଦିନରେ ସେ ହୋଇଛନ୍ତି ୪ କୋଟି ଟଙ୍କାର ମାଲିକ। 

ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ଜଣେ କୃଷକ ଟମାଟୋ ବ୍ୟବସାୟ କରି ପାଇଛନ୍ତି ବଡ଼ ସଫଳତା । ଟମାଟୋ ବିକ୍ରି କରି ୪୫ ଦିନରେ ରୋଜଗାର କରିଛନ୍ତି ୪ କୋଟି ଟଙ୍କା । ଯାହା ଜାଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ସୂଚନା ମୁତାବକ ଚାଷୀ ଜଣକଙ୍କର ନାଁ ହେଉଛି ମୁରଲୀ । ତାଙ୍କ ପରିବାର ୪୮ ବର୍ଷ ଧରି ଚାଷକାମ କରିଆସୁଛନ୍ତି । ହେଲେ ସେ କେବେ ବି ଚାଷରୁ ଏତେ ଲାଭ ପାଇନଥିଲେ । ଯାହା ବର୍ତ୍ତମାନ ଟମାଟୋ ଚାଷ କରି ତାଙ୍କୁ ମିଳିଛି ।ମୁରଲୀଙ୍କର କହିବା ଅନୁସାରେ ବଜାରରେ ଟମାଟୋ ଦର ଅଧିକ ରହିଛି ଏବଂ ଟମାଟୋରୁ ଭଲ ଲାଭ ପାଇବା ପାଇଁ ସେ ଘରଠାରୁ ୧୩୦ କିଲୋମିଟର ଯାଇ ବ୍ୟବସାୟ କରିଥିଲେ । ଯାହା ତାଙ୍କୁ ଲାଭ ଦେଇଛି ।

ହେଲେ ଗତ ୮ ବର୍ଷ ଧରି ସେ ଟମାଟୋ ଚାଷ କରିଥିଲେ ମଧ୍ୟ ଏପରି କେବେ ହୋଇନଥିଲା । ମୁରଲୀଙ୍କ ପରିବାରର ପୂର୍ବରୁ ୧୨ ଏକର ଜାଗା ରହିଥିଲା । ପରେ ପରେ ସେ ଆଉ ୧୦ ଏକର ଜମି କିଣିଥିଲେ । ହେଲେ ଚାଷରୁ ସେ ଗତ ବର୍ଷ କ୍ଷତି ସହିଥିଲେ ।ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ପୁଅ ଇଞ୍ଜିନିୟରିଂ ପଢ଼ୁଥିବାବେଲେ ଝିଅ ପାଠ ପଢ଼ୁଛନ୍ତି । ଏବେ ସେ କିଛି ଋଣ ପରିଶୋଧ କରିବା ସହ ଆଉ କିଛି ସଞ୍ଚୟ ମଧ୍ୟ କରିଛନ୍ତି ।

Comments are closed, but trackbacks and pingbacks are open.