ଶୀଘ୍ର କମିବ ଟମାଟୋ, ପିଆଜ ଏବଂ ଆଳୁ ଦର

183

ନୂଆଦିଲ୍ଲୀ : ଦେଶରେ ଖୁବଶୀଘ୍ର ଆଳୁ, ଟମାଟୋ, ପିଆଜ ଏବଂ ଆଳୁ ମୂଲ୍ୟରେ ହ୍ରାସ ପରିଲକ୍ଷିତ ହେବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବାସୀଙ୍କୁ ଆଶ୍ୱସ୍ତ କରାଯାଇଛି । କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ, ଅସହ୍ୟ ଗ୍ରୀଷ୍ମପ୍ରବାହ ପରେ ପରେ ଲଗାଣ ବର୍ଷା ଯୋଗୁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡିଥିଲା । ସେମାନଙ୍କ ଉତ୍ପାଦିତ ଶସ୍ୟ ଓ ପନିପରିବା ସବୁ ଖରାପ ହୋଇଯିବାରୁ ବଜାରରେ ଏହାର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଥିଲା । ଯୋଗାଣ ହ୍ରାସ ଯୋଗୁ ମୂଲ୍ୟ ବୃଦ୍ଧି ପାଇଥିଲା ଯାହାଦ୍ୱାରା ଦରଦାମ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଛି ଏବଂ ଖୁବଶୀଘ୍ର ଅତ୍ୟାବଶ୍ୟକ ପନିପରିବା ଦର ନିଶ୍ଚିତ ରୂପେ ହ୍ରାସ ପାଇବ । କେନ୍ଦ୍ର ସରକାରଙ୍କ ଅନୁସାରେ ବିଶେଷକରି ଦକ୍ଷିଣ ଭାରତ ରାଜ୍ୟରୁ ପନିପରିବା ଯୋଗାଣ ବୃଦ୍ଧି ହେବାର ସମ୍ପୂର୍ଣ୍ଣ ଆଶା ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ଟମାଟୋ, ପିଆଜ ଏବଂ ଆଳୁର ଦର ହ୍ରାସ ପାଇବ ଏବଂ ଜନସାଧାରଣ ଆଶ୍ୱସ୍ତି ପାଇବେ । ଏକ ସରକାରୀ ତଥ୍ୟ ଅନୁଯାୟୀ, ଟମାଟୋର ଖୁଚୁରା ଦର ଦିଲ୍ଲୀରେ କିଲୋଗ୍ରାମ ପିଛା ୭୫ ଟଙ୍କା ଥିବାବେଳେ ମୁମ୍ବାଇରେ କିଲୋଗ୍ରାମ ପିଛା ୮୩ ଟଙ୍କା ଏବଂ କୋଲକାତାରେ କିଲୋଗ୍ରାମ ପିଛା ୮୦ ଟଙ୍କାରେ ପହଞ୍ଚିଛି । ସେହିପରି ଏସବୁ ସହର ବ୍ୟତୀତ ଦେଶର ଅନ୍ୟ ପ୍ରାନ୍ତରେ ମଧ୍ୟ ଟମାଟୋ, ଆଳୁ ଏବଂ ପିଆଜର ଦର ଅସ୍ୱାଭାବିକ ଭାବେ ଉଚ୍ଚତର ସ୍ତରରେ ରହିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସ୍ପଷ୍ଟ କରିଛି ଯେ, ଟମାଟୋ ସମେତ ଅନ୍ୟାନ୍ୟ ପନିପରିବା ଉପରେ ସରକାର ସବ୍‌ସିଡି ବିକ୍ରି ଆରମ୍ଭ କରିବେ ନାହିଁ । ପ୍ରକାଶ ଗତବର୍ଷ ଏହି ମୂଲ୍ୟ କାର୍ଯ୍ୟକାରୀ ହୋଇଥିଲା ଯେତେବେଳେ କିଲୋଗ୍ରାମ ପିଛା ଦର ୧୧୦ ଟଙ୍କାରେ ପହଞ୍ଚିଥିଲା । ଅନ୍ୟପକ୍ଷେ ପନିପରିବା ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି । ଅଧିକାରୀ କହିଛନ୍ତି ବର୍ତ୍ତମାନ ଦେଶରେ ୨୮୩ ଲକ୍ଷ ଟନ୍ ଆଳୁ ଅଛି । ଗତ ବର୍ଷ ତୁଳନାରେ କମ୍ ଉତ୍ପାଦନ ସତ୍ତ୍ୱେ ଏହା ଘରୋଇ ଚାହିଦା ପୂରଣ କରିପାରିବ । ମହାରାଷ୍ଟ୍ରର ହୋଲସେଲ ବଜାରରେ ପିଆଜ ଦର ହ୍ରାସ ପାଇଛି । ସେପ୍େଟମ୍ବରରେ ନୂତନ ଫସଲର ଆଗମନ ସହିତ ଏହି ହାର ଆହୁରି ହ୍ରାସ ପାଇବ । ଦିଲ୍ଲୀରେ ଆଳୁର ମୂଲ୍ୟ କିଲୋଗ୍ରାମ ପିଛା ୪୦ ଟଙ୍କା ଅଛି । ଅନ୍ୟପକ୍ଷରେ ପିଆଜର ମୂଲ୍ୟ କିଲୋଗ୍ରାମ ପିଛା ୫୭ ଟଙ୍କାକୁ ବୃଦ୍ଧି ପାଇଛି । ତଥ୍ୟ ଅନୁଯାୟୀ, ପନିପରିବା ମୂଲ୍ୟ ବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ଜୁନ୍ ମାସରେ ଚାରି ମାସର ୫.୦୮ ପ୍ରତିଶତକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.