ଟମାଟୋ ଫ୍ଲୁ ଆତଙ୍କ: ସତର୍କ ସୂଚନାଦେଲେ ସ୍ୱାସ୍ଥ୍ୟ ବିଭାଗ ବିଶେଷଜ୍ଞ

22

କେରଳ,ତାମିଲନାଡୁ ପରେ ବର୍ତ୍ତମାନ ଆମ ରାଜ୍ୟରେ ମଧ୍ୟ ଟମାଟୋ ଫ୍ଲୁ ଆତଙ୍କ ଦେଖାଦେଲାଣି I ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ ରହିବା ସହ ସୂଚନା ଦେଇଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର I ତିକ୍ରିୟା କହିଛନ୍ତି ଏହା ଏକ ଭାଇରାଲ ରୋଗ । ଏହି ସମୟରେ ସଂକ୍ରମିତ ପିଲାମାନଙ୍କର ହାତ,ପାଦ ଓ ପାଟିରେ ନାଲି ଫୋଟକା ସହ ଫୁଲା ହୋଇଥାଏ I ତେଣୁ ସେହି ସମୟରେ ପିଲା ମାନେ ଖାଇ ପାରିବେ ନାହିଁ । ଏହା ସହିତ ବାନ୍ତି ହେବା ସହ ଦେହ ଯାକ ଫଳିଯିବ । ଦେହରେ ନାଲି ଚକଡା ପଡିଯିବ ଏବଂ ଜ୍ୱର ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ କେତେ କେସ ଏଭଳି ଅଛି ଜାଣିବା ପାଇଁ ମେଡ଼ିକାଲ କଲେଜ ଗୁଡିକୁ ରିପୋର୍ଟ ମାଗିଥିଲୁ । RMRC ଏହି ଭାଇରଲ ଭାଇରସର ଡିଟେକସନ କରିବେ । ଏଥିପାଇଁ ନମୁନା ସଂଗ୍ରହ କରାଯାଇ ପଠାଯିବ । ଏହା ହ୍ୟାଣ୍ଡ ମାଉଥ ଫୁଟ ରୋଗ ବୋଲି ସନ୍ଦେହ କରାଯାଉଛି । ଯେଉଁସବୁ ଜିଲ୍ଲାରେ ଏଫଏଚଏମଡି ଆକ୍ରାନ୍ତ ଶିଶୁ ଚିହ୍ନଟ ହେଉଛନ୍ତି ସେମାନଙ୍କ ନମୁନା ଆରଏମଆରସିକୁ ପଠାଇବାକୁ କୁହାଯାଇଛି । ଏହା ଦ୍ୱାରା ରାଜ୍ୟରେ ଏହି ରୋଗ କିଛି ନିଦ୍ଧିଷ୍ଟ ଅଞ୍ଚଳରେ ସୀମିତ ରହିଛି ନା ମହାମାରୀ ରୂପ ନେଲାଣି ତାହା ଜାଣିହେବ ।

ଏହି ରୋଗ ୫ ବର୍ଷର ଶିଶୁ ଙ୍କ ଠାରୁ ଆରମ୍ଭ କରି ୧୪ ବର୍ଷର ପିଲାଙ୍କ ପର୍ଯ୍ୟନ୍ତି ହୋଇଥାଏ Iଏହି ସନ୍ଦେହକୁ କ୍ଲିୟର କରିବା ପାଇଁ ନମୁନା ସଂଗ୍ରହ କରି ଆରଏମଆରସିକୁ ପଠାଯିବ । ଜିଲ୍ଲା ଓ ଶିଶୁ ରୋଗ ବିଶେଷଜ୍ଞ ମାନଙ୍କ ସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହେଇଛି । ଜିଲ୍ଲା ଚିକିତ୍ସାଳୟ ଗୁଡିକୁ ଆକ୍ରାନ୍ତ ଶିଶୁଙ୍କ ନମୁନା ସଂଗ୍ରହ କରି ପଠାଇବାକୁ ନିର୍ଦେଶ ଦିଆଯାଇଛି ।

Comments are closed, but trackbacks and pingbacks are open.