ଆଜି କିଟ୍‌ ଆସୁଛନ୍ତି ପ୍ରସିଦ୍ଧ ସାହିତ୍ୟିକ ଅନୀଲ ସ୍ୱରୂପ, ଆଲୋଚନାଚକ୍ରରେ କରିବେ ଅଂଶଗ୍ରହଣ

113

ଆଜି କିଟ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟକୁ ଆସୁଛନ୍ତି ପୂର୍ବତନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଅନୀଲ ସ୍ୱରୂପ। ଶନିବାର ଅପରାହ୍ନରେ ତାଙ୍କୁ କିଟ୍‌ ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟର କୁଳପତି ସ୍ୱାଗତ କରିବେ। ପରେ ଉଭୟ କୁଳପତି ଓ ଅନୀଲ ସ୍ୱରୂପ କ୍ୟାମ୍ପସ ୭ରେ ସଭାସ୍ଥଳକୁ ଯିବେ। ସେଠାରେ ଶ୍ରୀ ସ୍ୱରୂପ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରିବେ। ଏହି ସଭାରେ ଦେବରାଜ ପ୍ରଧାନ ଓ ଏସ୍‌ଏନ୍‌ ମିଶ୍ର ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କିଟ୍‌ ସ୍କୁଲରେ ଆୟୋଜିତ ହେଉଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଉଛନ୍ତି ସାହିତ୍ୟିକ ଅନୀଲ।

ପ୍ରକାଶ ଯେ ଅନୀଲ ସ୍ୱରୂପ ହେଉଛନ୍ତି ଜଣେ ଜଣାଶୁଣା ସାହିତ୍ୟିକ। ସେ ସିଭିଲ ସର୍ଭାଣ୍ଟଙ୍କ ଉପରେ ଏକାଧିକ ପୁସ୍ତକ ରଚନା କରି ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ଲିଖିତ ପୁସ୍ତକ ମଧ୍ୟରେ ନୋ ମୋର୍‌ ଏ ସିଭିଲ ସର୍ଭାଣ୍ଟ, ନଟ୍‌ ଜଷ୍ଟ ଏ ସିଭିଲ ସର୍ଭାଣ୍ଟ, ଏଥିକାଲ ଡାଲିମାସ୍‌ ଅଫ୍‌ ଏ ସିଭିଲ ସର୍ଭାଣ୍ଟ ଆଦି ପ୍ରମୁଖ।

Comments are closed, but trackbacks and pingbacks are open.