ଆଜି ର ରାଶିଫଳ

15

ରାଶିଫଳ ୨୧-୨୫-୨୦୨୨ ଶନିବାର : ମେଷ ରାଶି ବ୍ୟକ୍ତିମାନଙ୍କର ଘରୋଇ ସମସ୍ୟା ର ସମାଧାନ ହେବ I ବୃଷ ରାଶିର ବ୍ୟକ୍ତିମାନେ ସାଙ୍ଗ ମାନଙ୍କ ସହିତ ଭ୍ରମଣ ରେ ଯିବାର ଯୋଜନା କରିପାରନ୍ତି I କର୍କଟ ରାଶି ବ୍ୟକ୍ତିମାନେ ଆମୋଦ ପ୍ରିୟ ହେବେ I କୁମ୍ଭ ରାଶି ର ବ୍ୟକ୍ତିମାନେ କ୍ରୋଧ ପରିତ୍ୟାଗ କରନ୍ତୁ I ମୀନ ରାଶିର ବ୍ୟକ୍ତି ମାନେ ସମ୍ମାନିତ ହେବେ I

ମେଷ : ଆଜି ଆପଣ ଘରୋଇ ପ୍ରସଙ୍ଗରେ ପରିବାର ସଦସ୍ୟଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ I କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ I ଅଫିସ୍ କାମ ପାଇଁ ବାହାରକୁ ଯିବାର ସମ୍ଭାବନା ଅଛି I ସହକର୍ମୀଙ୍କ ସମର୍ଥଂ ରହିବ I ମହିଳାମାନେ ଉପକୃତ ହେବେ

ବୃଷ : ସ୍ୱାସ୍ଥ୍ୟ ଉତ୍ତମ ରହିବ I ବିଦେଶରେ ରହୁଥିବା ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କ ଠାରୁ ଶୁଭ ଖବର ପାଇବେ I ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅନୁକୂଳ ସମନ୍ୱୟ ରହିବ I ସାଙ୍ଗ ମାନଙ୍କ ସହିତ ଦୂର ସ୍ଥାନ ଭ୍ରମଣ କରିବାର ସୁଯୋଗ ଆସିବ I ଅଫିସ୍ କିମ୍ବା ବ୍ୟବସାୟ ସ୍ଥାନରେ କାର୍ଯ୍ୟ ଭାର ବୃଦ୍ଧି ପାଇବ I ଆୟ ବଢିବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I

ମିଥୁନ : ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ Iକର୍ମକ୍ଷେତ୍ରକୁ ନେଇ କିଛି ସମସ୍ୟା ଦେଖାଦେବ ଅପମାନିତ ହୋଇପାରନ୍ତି। ସ୍ୱାସ୍ଥ୍ୟରେ ଆଗ ଅପେକ୍ଷା ଉନ୍ନତି ଆସିବ। ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ଆଧ୍ୟାତ୍ମିକ ମାର୍ଗରେ ରୁଚି ବଢିବ I

କର୍କଟ: ଆଜି ଦିନଟି ସମ୍ପୂର୍ଣ୍ଣ ଆମୋଦ ପ୍ରମୋଦ ରେ କଟିବ Iଶିକ୍ଷା ପ୍ରତି ରୁଚି ବୃଦ୍ଧି ପାଇବ। ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଆଦାନ ପ୍ରଦାନ କରି ଲାଭ ପାଇବେ। ପିତାମାତାଙ୍କ ଆର୍ଶୀବାଦ ଆପଣଙ୍କ ଉପରେ ରହିବ । କାର୍ଯ୍ୟକ୍ଷେତ୍ରରେ ପରିଶ୍ରମ ଅନୁଯାୟୀ ଫଳ ପାଇବେ ନାହିଁ I

ସିଂହ: ଆଜି ଜଠାରେ ସୁଖ ଶାନ୍ତି ର ବାତାବରଣ ରହିବ I କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ।

କନ୍ୟା: ସନ୍ତାନ ମାନଙ୍କ ପାଇଁ ଚିନ୍ତିତ ରହିବେ ଇ ମନ ବିଚଳିତ ରହିବ Iବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।

ତୁଳା : ଆଜି ଆପଣ ଶାରୀରିକ ଓ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ | କୌଣସି କଥାକୁ ନେଇ ଅଧିକ ଭାବପ୍ରବଣ ହେବେ I ମନରେ ସୃଷ୍ଟି ହେଉଥିବା ଚିନ୍ତାଧାରା ହେତୁ କେତେକ ବିରକ୍ତ ହୋଇପାରନ୍ତି I ମା ଙ୍କ ବିଷୟରେ ଚିନ୍ତା ହେବ I ପୈତୃକ ସମ୍ପତ୍ତିର ମୁଣ୍ଡ ନ ଖେଳାଇବା ଭଲ I ପାରିବାରିକ ଜୀବନ ସୁଖଶାନ୍ତିରେ କଟିବା କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ I

ବିଛା: ଆଜି ସାରା ଦିନ ଆପଣ ଖୁସିରେ ରହିବେ ଇ କୌଣସି ନୂତନ କାର୍ଯ୍ୟ ହାତକୁ ଆସିପାରେ I ଉପରିସ୍ଥଙ୍କ କର୍ମଚାରୀଙ୍କ ତତ୍ତ୍ୱାବଧାନ ରେ ଉତ୍ତମ ରୂପେ କାର୍ଯ୍ୟ ସମ୍ପାଦନ କରିବେ I। ପିତା ମାତାଙ୍କ ଆଶୀର୍ବାଦ ଆପଣଙ୍କୁ ସହାୟ ହେବ।

ଧନୁ: ଆଜି ର ଦିନଟି ନିରର୍ଥକ ହେବ I ବ୍ୟୟ ଅଧିକ ବଢିବ I କର୍ମକ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସନୀୟ ହେବେ। ମନ ଭାରାକ୍ରାନ୍ତ ରହିବ। କୋର୍ଟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ଆଜି ଯଗିରଖି ଚଳନ୍ତୁ କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ।

ମକର : ଆଜି ର ଦିନଟି ଧାର୍ମିକ କାର୍ଯ୍ୟରେ ବିତିବ I ଘରକୁ ଅତିଥିଙ୍କ ଆଗମନ ସହ ଭ୍ରମଣ ଯୋଗ ରହିଛି। ମାଙ୍ଗଳିକ କାର୍ଯ୍ୟ ସ୍ଥିର ହେବାରୁ ମନ ଖୁସି ରହିବ । ବ୍ୟବସାୟୀମାନଙ୍କର ଆୟ ବୃଦ୍ଧି ହେବ, ସ୍ୱାସ୍ଥ୍ୟ ଭଲ ରହିବ । ଚାକିରୀ ବ୍ୟବସାୟ କ୍ଷେତ୍ରରେ ଦିନଟି ଅନୁକୂଳ ରହିବ I

କୁମ୍ଭ : ଆଜି ଆପଣ ନାଁଆପୂର୍ଣ୍ଣ ବିଚାର କରିବେ I ନିଜ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I ଜୀବନସାଥୀଙ୍କ ସହିତ ଭ୍ରମଣ ଯୋଗ ରହିଛି । ନୂତନ ବ୍ୟବସାୟ ପାଇଁ ଅର୍ଥ,ସ୍ଥାନ,ଗୃହର ସମସ୍ୟା ଥିଲେ ଆଜି ସମାଧାନର ବାଟ ଖୋଲିଯିବ । କ୍ରୋଧକୁ ନିୟନ୍ତ୍ରଣ ରେ ରଖନ୍ତୁ I

ମୀନ : ସାମାଜିକ କାର୍ଯ୍ୟ କିମ୍ବା ସମାରୋହ ରେ ଭାଗ ନେବାର ସୁଯୋଗ ଆସିବ I ପୁରୁଣା ବନ୍ଧୁ ଙ୍କ ସହିତ ସାକ୍ଷାତ ହେବ I କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ । ସନ୍ତାନ ମାନଙ୍କ କାର୍ଯ୍ୟକଳାପ ଦେଖି ବାପାମା ଖୁସି ଅନୁଭବ କରିବେ । ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ ।

Comments are closed, but trackbacks and pingbacks are open.