ଆଜିର ରାଶିଫଳ

59

ରାଶିଫଳ ୦୭-୦୨-୨୦୨୨ ସୋମବାର ଦିନଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭାରୀ ପଡିବ ଇ ସୋମବାର ଦିନ, ଭାଇଭଉଣୀଙ୍କ ସହ ବିବାଦ ହେତୁ ସିଂହ ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେଇପାରେ I ଅନ୍ୟ ପଟେ, ତୁଳା ରାଶିର ବ୍ୟକ୍ତିମାନେ ଅଯଥା କାମରେ ସମୟ ନଷ୍ଟ କରନ୍ତୁ ନାହିଁ I

ମେଷ: କାର୍ଯ୍ୟକ୍ଷେତ୍ରରେ ନୂତନ ସମୀକରଣ ହେତୁ ପୁରା ସମୟ ବ୍ୟସ୍ତ ରହିବେ I ସରକାରୀ ଚାକିରିଆ ମାନଙ୍କର ପଦୋନ୍ନତି ପାଇପାରିବେ ଏବଂ ପ୍ରିୟଜନମାନଙ୍କ ସହ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ ଜୀବନ ଖୁସି ହେବ I ଆୟ ବୃଦ୍ଧି ହେବ I ପାରିବାରିକ ସମ୍ପର୍କ ଭଲ ରହିବ ଇ ସାମାଜିକ ପ୍ରତିଷ୍ଠା ବଢିବ I

ମିଥୁନ: ସରକାରୀ ଯୋଜନାରେ ଲାଭ ପାଇପାରିବେ I ଠିକ ସମୟରେ କାମ ସାରିଲେ , ବୃତ୍ତିଗତ ଜୀବନ ରେ ଭବିଷ୍ୟତରେ ବହୁତ ଲାଭ ମିଳିବ I

କର୍କଟ: ଆତ୍ମବିଶ୍ୱାସ ବଢିବ I ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ରେ ଜଡିତ ଲୋକମାନେ ବ୍ୟସ୍ତ ରହିବେ I ସମ୍ମାନ ପାଇବେ ଏବଂ କିଛି ନୂତନ ଦାୟିତ୍ବ ମିଳିବ I ଜଟିଳ ସମସ୍ୟାର ସମାଧାନ କରି ପାରିବେ I

ସିଂହ : ଆଜି ଦିନଟି ଆପଣଙ୍କ ପାଇଁ ଭାଗ୍ୟଶାଳୀ ନୁହେଁ I ଭାଇଭଉଣୀଙ୍କ ସହ ବିବାଦ ଯୋଗୁଁ ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେବ I କାର୍ଯ୍ୟକ୍ଷେତ୍ରରରେ ଆପଣଙ୍କ କଠିନ ପରିଶ୍ରମ ଉଚ୍ଚପଦସ୍ଥମାନଙ୍କୁ ସନ୍ତୁଷ୍ଟ କରିବ I ଆର୍ଥିକ ସୁବିଧା ମିଳିବ I

କନ୍ୟା : ନୂତନ କାର୍ଯ୍ୟଭାର ଗ୍ରହଣ କରି ପାରନ୍ତି I କାର୍ଯ୍ୟରେ ଉତ୍ସାହୀ ଏବଂ ଆତ୍ମବିଶ୍ୱାସୀ ହେବେ, ଭବିଷ୍ୟତରେ ସମ୍ପୂର୍ଣ୍ଣ ସଫଳତା ହାସଲ କରିବେ I କୋର୍ଟ ମାମଲାରୁ ସଫଳତା ମିଳିବ I

ତୁଳା : ଦିନଟି ମିଶ୍ରିତ ଫଳ ଦେବ Iଅଣ-ଉତ୍ପାଦକ କାର୍ଯ୍ୟକଳାପରେ ଆପଣଙ୍କର ସମୟ ନଷ୍ଟ କରନ୍ତୁ ନାହିଁ I ନେଇଥିବା ନିଷ୍ପତ୍ତି ରେ ଉପଯୁକ୍ତ ଧ୍ୟାନ ଦିଅନ୍ତୁ I ଯଦି ଆପଣ ପୁଞ୍ଜି ବିନିଯୋଗ କରିବାକୁ ଥିଲେ ବୁଝି ବିଚାରି ପଲିସୀ କରନ୍ତୁ I

ବିଛା: ବ୍ୟବସାୟ ରେ ଭଲ ଫଳାଫଳ ପାଇବେ I ପ୍ରଭାବଶାଳୀ ଲୋକଙ୍କ ସହିତ ଯୋଗାଯୋଗ ଲାଭଦାୟକ ହେବ I ପାରିବାରିକ ଜୀବନ ଉତ୍ତମ ରହିବ I ଅସୁସ୍ଥତା ହେତୁ ମନ ଭାରାକ୍ରାନ୍ତ ରହିବ Iବନ୍ଧୁ ଦର୍ଶନ ଯୋଗ ରହିଛି I

ଧନୁ : ଦିନଟି ବିବାଦୀୟ ହୋଇପାରେ I ସ୍ଥିର ଚିତ୍ତରେ କାର୍ଯ୍ୟ କରନ୍ତୁ I ବନ୍ଧୁଙ୍କ ସହିତ ଭ୍ରମଣ ଯୋଗ ରହିଛି I

ମକର : ବ୍ୟବସାୟିକ ପ୍ରସଙ୍ଗରେ କାରବାର ପାଇଁ ଅନୁକୂଳ ସମୟ I ଦୃଢ ପଦକ୍ଷେପ ନେଇ ପ୍ରତେକ କାମକୁ ସହଜରେ ସମାପନ କରିବାରେ ସଫଳତା ହାସଲ କରିପାରିବେ । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ ।

କୁମ୍ଭ: ଜୀବନ ସାଥୀ ଙ୍କ ସମର୍ଥନ ପାଇବେ ନାହିଁ I ତେଣୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ପହଞ୍ଚିବାରେ ସମର୍ଥ ହେବେ ନାହିଁ I ଏହି ପରିସ୍ଥିତି ଆପଣଙ୍କୁ ମାନସିକ ଦ୍ୱନ୍ଦ୍ୱ ଏବଂ ଚାପରେ ପକାଇବ I ନିଜ ମାନସିକ ଅଶାନ୍ତି ବାହାରେ ପ୍ରକାଶ କରନ୍ତୁ ନାହିଁ I

ମୀନ : ନୂତନ କାର୍ଯ୍ୟ ପାଇଁ ସମୟ ଭଲ I କାର୍ଯ୍ୟ ସମ୍ବନ୍ଧୀୟ ଦୂର ଯାତ୍ରା କରି ପାରନ୍ତି I ପାରିବାରିକ ଜୀବନ ଭଲରେ କଟିବ I କାର୍ଯ୍ୟଚାପ ଯୋଗୁଁ ଆସନ୍ତି ଅନୁଭବ କରିବେ I ବିଶିଷ୍ଟ ଲୋକଙ୍କ ସହିତ ସମ୍ପର୍କ ପ୍ରଭାବଶାଳୀ ହୋଇପାରେ I

Leave A Reply

Your email address will not be published.