ଆଜି ର ରାଶିଫଳ

22

ରାଶିଫଳ ମାର୍ଚ୍ଚ ୧୭ , ୨୦୨୨ : ଆଜି ଏହି ରାଶିର ବ୍ୟକ୍ତିମାନଙ୍କର ନିଜ ପ୍ରତିଦ୍ୱନ୍ଦ୍ୱୀ ଙ୍କ ସହିତ ହେକଡା ଟକ୍କର I ସିଂହ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆଜି ଦିନଟି ଖାସ ହେବ ନାହିଁ I ତୁଳା ରାଶି ଥିବା ବ୍ୟକ୍ତିମାନେ ପ୍ରେମ ସମ୍ବନ୍ଧରେ ଭାଗ୍ୟବାନ ହେବେ I

ମେଷ : ଆଜି ଆପଣ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରେ ସରକାରଙ୍କଠାରୁ ଲାଭ ପାଇପାରିବେ Iକର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଙ୍କ ସହଯୋଗରେ କାମ ହାସଲ କରିବେ।

ବୃଷ : ଆତ୍ମବିଶ୍ୱାସ ଏବଂ ସାହସ ଶିଖରରେ ରହିବ I ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ସହିତ ଜଡିତ ଲୋକମାନେ ଅନେକ ସଭା ଇତ୍ୟାଦିରେ ଅଂଶଗ୍ରହଣ କରିବେ I ଏହା ସହିତ, ମାନ ସମ୍ମାନ ପାଇବେ ଏବଂ କିଛି ନୂତନ ଦାୟିତ୍ୱ ମିଳିବ I ଜଟିଳ ସମସ୍ୟା ର ସମାଧାନ କରିବେ I

ମିଥୁନ : ସ୍ୱାସ୍ଥ୍ୟ ଉତ୍ତମ ରହିବ I ପାରିବାରିକ ଜୀବନ ସୁଖମୟ ହେବ ଇ ଆର୍ଥିକ କାରବାର କ୍ଷେତ୍ରରେ ସତର୍କ ରହିବା ଭଲ ହେବ I ନୂତନ କାର୍ଯ୍ୟଭାର ଅଧିଗ୍ରହଣ କରିବେ I ସାମାଜିକ ସ୍ଥିତିକୁ ସୁଦୃଢ ହେବ I ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ତୁମର ସମ୍ପର୍କ ଉନ୍ନତ ହେବ I

କର୍କଟ : ଆଜି ବନ୍ଧୁଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବେ। କଳା,ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ପ୍ରଶାସନ, ପରିବହନ, ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆଜିର ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ ଓ ରାଜନୈତିକ ଆଲୋଚନା ସକାଶେ ଦିନଟି ମନ୍ଦ ହେବନାହିଁ।

ସିଂହ: ଆପଣଙ୍କ ପାଇଁ ଭାଗ୍ୟଶାଳୀ ନୁହେଁ I ଭାଇଭଉଣୀଙ୍କ ସହ ବିବାଦ ପାରିବାରିକ ଜୀବନରେ ଅସ୍ଥିରତା ମଧ୍ୟ ସୃଷ୍ଟି କରିପାରେ I ପ୍ରେମ ବ୍ୟାପାର ସମାନ ରହିବ I ଉଚ୍ଚକର୍ମଚାରୀ ମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ I

କନ୍ୟା : ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ପାଇବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପଣଙ୍କୁ ନୂତନ ସୁଯୋଗ ମିଳିବ ଏବଂ ସେଗୁଡିକ ବ୍ୟବହାର କରି ଆପଣ ଲାଭ ପାଇବେ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବା I

ତୁଳା : ନୂତନ ବ୍ୟବସାୟିକ ଏହା ଏକ ଅନୁକୂଳ ସମୟ I ପ୍ରେମ ସମ୍ବନ୍ଧରେ ଆପଣ ଭାଗ୍ୟବାନ ହେବେ Iବିବାହିତ ମାନଙ୍କର ଜୀବନ ସାଥୀ ଙ୍କ ସହିତ ମତଭେଦ ହୋଇପାରେ I

ବିଛା : ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ ପ୍ରଶଂସିତ ହେବେ।

ଧନୁ : ଆଜି ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ। ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ମକର : ଆଜି ଆପଣ ବୃତ୍ତିଗତ ଭାବରେ ଅଗ୍ରଗତି କରିବେ I କର୍ମକ୍ଷେତ୍ରରେ ତୁମେ ପ୍ରଶଂସନୀୟ ହେବେ I ଅଭାବ ଅସୁବିଧା ନ ଥିଲେ ମଧ୍ୟ ବନ୍ଧୁ, ପରିଜନଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ବିରୋଧୀମାନେ କୌଣସି ଅନିଷ୍ଟ କରି ପାରିବେ ନାହିଁ I ଆୟ ବୃଦ୍ଧି ହେବ I

କୁମ୍ଭ: ବୃତ୍ତିଗତ କ୍ଷେତ୍ରରେ ଆପଣ ଗୁରୁବାର ବହୁତ ଭଲ ଫଳାଫଳ ପାଇବେ I ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ଯୋଗାଯୋଗ ଲାଭଦାୟକ ହେବ I ଭାଗିଦାରୀ ବ୍ୟବସାୟୀମାନେ ଭଲ ଲାଭ ପାଇପାରିବେ |I ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I

ମୀନ : ଗୁରୁବାର ବିବାଦୀୟ ପ୍ରମାଣିତ ହୋଇପାରେ I କର୍ମକ୍ଷେତ୍ର ରେ ଚାପି ବଢିବ I ବନ୍ଧୁ ଆଗମନ ହୋଇପାରେ I ପାରିବାରିକ ସମ୍ପର୍କ ଭଲ ରହିବ I ଖର୍ଚ କାଟ କରନ୍ତୁ I ପିଲାମାନେ ପଢା ପଢି ରେ ମନ ଦେବେ I

Comments are closed, but trackbacks and pingbacks are open.