ଆଜି ର ରାଶିଫଳ

24

ରାଶିଫଳ ଫେବୃଆରୀ ୨୮, ୨୦୨୨ : ଏହି ରାଶିର ବ୍ୟକ୍ତି ମାନଙ୍କର ସୋମବାର ଦିନ ଆର୍ଥିକ ଲାଭ ଯୋଗ ରହିଛି I
ମୀନ ରାଶିର ଲୋକଙ୍କୁ ସେମାନଙ୍କ ଉଚ୍ଚ ଅଧିକାରୀଙ୍କ ଅବହେଳାର ସାମ୍ନା କରିବାକୁ ପଡିବ I ବିଛା ରାଶିର ବ୍ୟକ୍ତିମାନେ ଭବିଷ୍ୟତରେ ପୂର୍ଣ୍ଣ ସଫଳତା ହାସଲ କରିବେ I

ମେଷ: ସରକାରୀ ଯୋଜନା ରେ ଲାଭ ଉଠାଇବେ I ବୃତ୍ତିଗତ ଜୀବନରେ ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ମିଳିବ I ପାରିବାରିକ ଜୀବନ ସୁଖମୟ ହେବ I

ବୃଷ : ଆତ୍ମବିଶ୍ୱାସ ର ସହିତ କାର୍ଯ୍ୟ ସମାପ୍ତ କରିବେ I ରାଜନୀତି କିମ୍ବା ସାମାଜିକ କାର୍ଯ୍ୟ ସହିତ ଜଡିତ ବ୍ୟକ୍ତି ମାନେ ସଭା ସମିତିରେ ଅଂଶଗ୍ରହଣ କରିବେ I ସମ୍ମାନିତ ହେବ ସହିତ ନୂତନ ଦାୟିତ୍ ମିଳିବ I ଆପଣ ଜଟିଳ ସମସ୍ୟାର ସମାଧାନ କରିବାକୁ ସକ୍ଷମ ହେବେ I

ମିଥୁନ: ସ୍ୱାସ୍ଥ୍ୟ ଉତ୍ତମ ରହିବ I ପାରିବାରିକ ଜୀବନସୁଖମୟ ହେବ I ଆୟର ବୃଦ୍ଧି ହେବ I ନୂତନ କାର୍ଯ୍ୟଭାର ଅଧିଗ୍ରହଣ ହେବ I ସାମାଜିକ ସ୍ଥିତି ସୁଦୃଢ ହେବ I ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ସହିତ ସମ୍ପର୍କ ଉତ୍ତମ ରହିବ I

କର୍କଟ: ଦିନଟି ମିଶ୍ରିତ ଫଳାଫଳ ଦେବ କିନ୍ତୁ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ I ଅଣ-ଉତ୍ପାଦକ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ I ନିଜ ନିଷ୍ପତ୍ତି ଉପରେ ଧ୍ୟାନ ଦିଅନ୍ତୁ I ଅର୍ଥ ସଂଚୟ କରିବାକୁ ଚାହୁଁଥିଲେ ବରିଷ୍ଠ ଙ୍କ ପରାମର୍ଶ ଗ୍ରହଣ କରନ୍ତୁ I

ସିଂହ :ଦିନଟି ଆପଣଙ୍କ ପାଇଁ ଭାଗ୍ୟଶାଳୀ ନୁହେଁ I ଭାଇଭଉଣୀଙ୍କ ସହ ବିବାଦ ହେତୁ ପାରିବାରିକ ଜୀବନରେ ଅସ୍ଥିରତା ମଧ୍ୟ ହୋଇପାରେ I ପ୍ରେମ ସମ୍ପର୍କ ଉତ୍ତମ ରହିବ I କଠିନ ପରିଶ୍ରମ ଯୋଗୁଁ ଉଚ୍ଚପଦସ୍ଥମାନଙ୍କୁ ସନ୍ତୁଷ୍ଟ କରିପାରିବେ I ଆର୍ଥିକ ଅବସ୍ଥା ସୁଦୃଢ I

କନ୍ୟା : ନୂତନ କାର୍ଯ୍ୟରେ ସୁଯୋଗ ପାଇବେ I ଆର୍ଥିକ ସମୃଦ୍ଧି ରହିବ I ପାରିବାରିକ ଜୀବନରେ ବିଶୃଙ୍ଖଳା ହୋଇପାରେ I ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହେବା I ସମ୍ପତ୍ତି ବାଡ଼ି ସମ୍ବନ୍ଧୀୟ ବିବାଦ ଦେଖାଦେଇପାରେ I

ତୁଳା : ନୂତନ ବ୍ୟବସାୟିକ ସମ୍ପର୍କ ଏବଂ କାରବାର ପାଇଁ ଏହା ଏକ ଅନୁକୂଳ ସମୟ I ପ୍ରେମ ସମ୍ବନ୍ଧରେ ତୁମେ ଭାଗ୍ୟବାନ ହେବ I ବିବାହିତ ଲୋକମାନଙ୍କର ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ I

ବିଛା: ଆଜି କୌଣସି ନୂତନ ସଙ୍ଗଠନ କିମ୍ବା ସହଭାଗୀତାରେ ପ୍ରବେଶ କରିପାରିବେ I ବ୍ୟବସାୟିକ ପ୍ରୋଜେକ୍ଟ ରେ ଉତ୍ସାହୀ ହେବେ I ଆପଣଙ୍କ କାର୍ଯ୍ୟରେ ଭବିଷ୍ୟତ ରେ ସଫଳତା ଅସ୍ୟମ୍ଭବୀ I ଆଇନଗତ ମାମଲାରେ ସଫଳତା ପାଇବେ I

ଧନୁ : ଜୀବନ ସାଥୀ ଙ୍କ ପୂର୍ଣ୍ଣ ସମର୍ଥନ ମିଳିବ ନାହିଁ I ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବାରେ ସମର୍ଥ ହେବେ ନାହିଁ I ମାନସିକ ଦ୍ୱନ୍ଦ୍ୱ ଉପୁଜିବ I ଯେତେ ନିକଟତର ହୁଅନ୍ତୁ ନା କାହିଁକି ନିଜର ଦୁର୍ବଳତା କାହାକୁ ନ କହିବା ଭଲ ହେବ I

ମକର : ବୃତ୍ତିଗତ ଜୀବନରେ ଅଗ୍ରଗତି କରିବେ I ନିଜର କାର୍ଯ୍ୟ ନିଷ୍ଠା ପାଇଁ କର୍ମକ୍ଷେତ୍ରରେ ପ୍ରଶଂସନୀୟ ହେବେ I ନୂତନ ସଙ୍ଗଠନ କିମ୍ବା ସହଭାଗୀତାକୁ ପ୍ରବେଶ କରିପାରନ୍ତି I ପ୍ରତିପକ୍ଷ କୌଣସି କ୍ଷତି କରିବାକୁ ସମର୍ଥ ହେବେ ନାହିଁ I ଆୟ ବୃଦ୍ଧି ହେବ ସହିତ ଆପଣଙ୍କ ଜୀବନ ଶୈଳୀ ରେ ପରିବର୍ତ୍ତନ ଆସିବ I

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ବହୁତ ଭଲ ଫଳାଫଳ ପାଇବେ I ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ଯୋଗାଯୋଗ ଲାଭଦାୟକ ହେବ I ଭାଗିଦାରୀ କିମ୍ବା ଆସୋସିଏସନ ମାଧ୍ୟମରେ ବ୍ୟବସାୟୀମାନେ ଭଲ ଲାଭ ପାଇପାରିବେ I ଆୟ ବୃଦ୍ଧି ସହିତ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I

ମୀନ :ଦିନଟି ବିବାଦୀୟ ହୋଇପାରେ I କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ମାନଙ୍କର ଅବହେଳାର ସମ୍ମୁଖୀନ ହେବେ I ସହଯୋଗୀ ଆପଣଙ୍କୁ ହଇରାଣ ରେ ପକାଇପାରନ୍ତି I ପାରିବାରିକ ଜୀବନ ସୁନ୍ଦର ରହିବ I

Comments are closed, but trackbacks and pingbacks are open.