ଆଜିର ରାଶିଫଳ

9

ରାଶିଫଳ ଫେବୃଆରୀ ୩ , ୨୦୨୨ : ଆଜି ଏହି ରାଶିର ବ୍ୟକ୍ତି,ମାନେ ନିଜ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ I
ଗୁରୁବାର ଦିନ, ସିଂହ ରାଶିର ବ୍ୟକ୍ତି ମାନେ ପରିବାର ସହିତ ସମ୍ପର୍କ ସ୍ଥାପନ କରିବେ I ଅନ୍ୟପକ୍ଷରେ, ତୁଳା ରାଶିର ବ୍ୟକ୍ତି ମାନେ କୌଣସି ଭଦ୍ର ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିପାରନ୍ତି I

ମେଷ: ପାରିବାରିକ ସମ୍ପର୍କ ଉତ୍ତମ ରହିବ I କାର୍ଯ୍ୟକ୍ଷେତ୍ରରେ ଉତ୍କୃଷ୍ଟତା ପ୍ରତିପାଦନ କରିବେ I ଆୟ ବୃଦ୍ଧି ସହିତ ଖର୍ଚର ପରିମାଣ ମଧ୍ୟ ବଢିବ I ନିଜ ବୁଦ୍ଧି ଖଟାଇ କାର୍ଯ୍ୟକଲେ ସଫଳତା ପାଇବେ I ଆଗକୁ ଥିବା କାର୍ଯ୍ୟ ଯୋଜନା ସଂପୂର୍ଣ୍ଣ କରିବ I

ବୃଷ : ଦିନଟି ଭଲରେ ଆରମ୍ଭ ହେବ I ପିତାମାତାଙ୍କ ସ୍ନେହ ପାଇବେ I ପିଲାମାନଙ୍କ ର ଉନ୍ନତି ହେବ I କାର୍ଯ୍ୟକ୍ଷେତ୍ରରେ ରେ ଅର୍ଥ ଲାଭ ହେବ I ନିଜ ବାଣୀକୁ ସଂଯମ କଲେ ଦିନଟି ହସ ଖୁସିରେ କାଟିବେ I ଗାଡି ଚଳାଇବା ସମୟରେ ସାବଧାନତା ରଖନ୍ତୁ I

ମିଥୁନ: ଦିନଟି ଆପଣଙ୍କ ପାଇଁ ଉଦ୍ଦିଷ୍ଟ I ବିଦ୍ୟାର୍ଥି ମାନଙ୍କ ପାଇଁ ଗୁରୁବାର ଏକ ଭଲ ଦିନ I ପରୀକ୍ଷା-ପ୍ରତିଯୋଗିତାରେ ସକରାତ୍ମକ ଫଳାଫଳ ପାଇବେ I ପାରିବାରିକ ସୁଖ ଲାଭ ହେବ I ହସ ଖୁସିରେ ଦିନଟି କାଟିବେ I

କର୍କଟ: ଦିନଟି ଶୁଭଙ୍କର ହେବ I ସତ କାର୍ଯ୍ୟରେ ଇଶ୍ୱରୀୟ କୃପା ମିଳିବ I କଠିନ ପରିଶ୍ରମ ର ଫଳ ଅବଶ୍ୟ ମିଠା ହେବ I ପରିବାରରେ ସୁଖ ଶାନ୍ତି ରହିବ I ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ହେବ I

ସିଂହ :ଗୁରୁବାର ଆପଣଙ୍କ ପାଇଁ ସର୍ବୋତ୍ତମ ଦିନ I ବିଦ୍ୟାର୍ଥୀ ମାନେ ନିଜ ଦକ୍ଷତା ଏବଂ ବୁଦ୍ଧି ଆଧାରରେ ସଫଳତା ହାସଲ କରିବେ I ପରିବାରରେ ଭଲ ସମ୍ପର୍କ ରହିବ I ଆପଣଙ୍କ ମନରେ ନୂତନ ଉତ୍ସାହ ଏବଂ ଆଗ୍ରହ ଦେଖାଯିବ I ସ୍ୱାସ୍ଥ୍ୟ ଭଲ ରହିବ I

କନ୍ୟା : ଗୁରୁବାର ଆପଣଙ୍କ କାମ ପାଇଁ ଉତ୍କୃଷ୍ଟ ଦିନ ହେବ I କାର୍ଯ୍ୟକ୍ଷେତ୍ରରେ ଲାଭଜନକ ସ୍ଥିତିରେ ରହିବେ I ମନୋବଳ ବୃଦ୍ଧି ହେବ I ଆପଣ ପରିବାର ସଦସ୍ୟଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ I ଭ୍ରମଣ ଯୋଗ ରହିଛି I

ତୁଳା : ଆପଣ ବନ୍ଧୁ କିମ୍ବା ପରିବାର ସହିତ ଏକ ଭଲ ଯାତ୍ରା କରିପାରନ୍ତି I ଏବଂ ପରସ୍ପର ସହିତ ଭଲ ସମୟ ଅତିବାହିତ କରିବେ I କାର୍ଯ୍ୟକ୍ଷେତ୍ରରେ ଭଲ ଅବସ୍ଥା ଦେଖାଯିବ I କୌଣସି ଗୁରୁଜନ ଶ୍ରେଣୀୟ ଉତ୍ତମ ସଦସ୍ୟଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ, ତାଙ୍କଦ୍ୱାରା ଆପଣ କାର୍ଯ୍ୟରେ ସଫଳତା ହାସଲ କରିବାରେ ସାହାଯ୍ୟ କରିବେ ଏବଂ ମାର୍ଗଦର୍ଶନ ପାଇବେ I

ବିଛା: ଶିକ୍ଷା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ I ପରିବାର ସଦସ୍ୟଙ୍କଠାରୁ ସମସ୍ତ ସହାୟତା ପାଇବେ I କାର୍ଯ୍ୟ କ୍ଷେତ୍ରରେ ପ୍ରତିଯୋଗୀମାନଙ୍କଠାରୁ ଆଗରେ ରହିବ | କାର୍ଯ୍ୟକ୍ଷେତ୍ରରେ ସଫଳାତା ପାଇଁ କଠିନ ପରିଶ୍ରମ କରିବେ I

ଧନୁ : କାର୍ଯ୍ୟରେ ନିଜର ସର୍ବୋତ୍ତମ ପ୍ରତିପାଦନ କରିବେ ,ଉତ୍ତମ ଫଳ ପାଇବେ I ଆପଣଙ୍କ ସାହସ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ଜୀବନସାଥୀ ଏବଂ ପିଲାମାନଙ୍କଠାରୁ ଏକ ଖୁସି ଖବର ପାଇବେ I ପାରିବାରିକ ସୁଖ ଲାଭ ହେବ I

ମକର : ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ I କାର୍ଯ୍ୟ କ୍ଷେତ୍ରରେ ଆନନ୍ଦ ଲାଭ କରିବେ Iବିବାହିତ ଜୀବନର ସୁଖମୟ ହେବ I ଜୀବନସାଥୀ ଙ୍କ ସହିତ ସମ୍ପର୍କ ଭଲ ରହିବ I

କୁମ୍ଭ: ଆଜି ଦିନଟି ଆପଣଙ୍କ ସପକ୍ଷରେ ଯାଉ ନାହିଁ ଇସାରଦିନ ମନ ଭାରାକ୍ରାନ୍ତ ରହିବ I ପ୍ରକୃତିର ଗମ୍ଭୀରତା ଦେଖାଯିବ | ପାରିବାରିକ ଜୀବନ ଶାନ୍ତିରେ କାଟିବ I ବ୍ୟବସାୟ ଶ୍ରେଣୀ ବିଶେଷ ଲାଭବାନ ହେବେ I ବ୍ୟବସାୟରେ ଧାନ ଲାଭ ହେବ I

ମୀନ : ଗୁରୁବାର ଦିନ ଭଲ ଖବର ସହିତ ଆରମ୍ଭ ହେବାକୁ ଯାଉଛି I କାର୍ଯ୍ୟରେ ଧନ ଲାଭ ହେବ I ଧନ ସଞ୍ଚୟ କରିପାରିବେ ବିଦ୍ୟାର୍ଥିମାନେ ଅଧ୍ୟୟନ ଉପରେ ଧ୍ୟାନ ଦେବେ I

Leave A Reply

Your email address will not be published.