ଆଜି ର ରାଶିଫଳ

10

ରାଶିଫଳ ଜାନୁୟାରୀ ୩- ୨୦୨୨ : ସୋମବାର ଦିନ ଆପଣ ଅନେକ ଲୋକଙ୍କ ସହିତ ଆଲୋଚନା କରିବେ I ପରିବାର କିମ୍ବା ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇପାରନ୍ତି I ଦାମ୍ପତ୍ୟ ଜୀବନରେ ଉନ୍ନତି ଆସିବ I ଆସନ୍ତୁ ଜାଣିବା ଆଜି ଦିନ ଟି ଆପଣଙ୍କ ପାଇଁ କେମିତି କଟିବ :

ମେଷ: ଆଜି ଭାଗ୍ୟ ଆପଣଙ୍କ ସହିତ ଅଛି I ପରିବାର ପକ୍ଷରୁ ସୁଖକର ପରିସ୍ଥିତି ରହିବ I ଆଜି ଆପଣଙ୍କ କୌଣସି କାର୍ଯ୍ୟ ଦ୍ୱାରା ଆପଣଙ୍କ ପରିବାରର ନାମ ଉଜ୍ଜ୍ୱଳ ହେବ I ଉଧାର ଟଙ୍କା ଫେରସ୍ତ ପାଇବେ ଏବଂ ଟଙ୍କା ଅର୍ଥ ସଂଚୟ କରିବେ I

ବୃଷ: ଆଜି ଆପଣ ଚାକିରୀରେ ସମ୍ମାନ ସହିତ ସଫଳତା ପାଇବେ I ଉପରିସ୍ଥ ଅଫିସର ମାନେ ଆପଣଙ୍କ ପଦୋନ୍ନତି ସମ୍ବନ୍ଧୀୟ ଆଲୋଚନା କରିବେ I ଆପଣଙ୍କ ପିଲାମାନେ ପ୍ରଶଂସନୀୟ କାର୍ଯ୍ୟ କରିବେ I ବନ୍ଧୁ କିମ୍ବା ପରିବାର ସହିତ ଏକ ସୁନ୍ଦର ସ୍ଥାନ କୁ ଭ୍ରମଣ ରେ ଯିବେ I ପରିବାର ସହିତ ଭଲ ସମୟ ଅତିବାହିତ କରନ୍ତୁ I

ମିଥୁନ: ଆଜି ଭାଗ୍ୟ ଆପଣଙ୍କ ସପକ୍ଷରେ ଅଛି I ଛାତ୍ରମାନେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବେ I ଆଜି ଆପଣ କାହାକୁ ଋଣ ଦିଅନ୍ତୁ ନାହିଁ I ବ୍ୟବସାୟ ପାଇଁ ଆର୍ଥିକ ଦୃଷ୍ଟିରୁ ଦିନଟି ଭଲ ହେବ I ପେଟରେ ସମସ୍ୟା ଦେଖାଦେବ ତେଣୁ ଖାଦ୍ୟ ଏବଂ ପାନୀୟର ଟିକିଏ ଯତ୍ନ ନିଅନ୍ତୁ ନଚେତ୍ ଗ୍ୟାସ୍ ଜନିତ ସମସ୍ୟା ହୋଇପାରେ I

କର୍କଟ: ଆଜି କର୍ମକ୍ଷେତ୍ରରେ ଆପଣଙ୍କର ଉଚ୍ଚ ପ୍ରତିଭା ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ I ଆଜି ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବ I ପ୍ରେମ ସଂପର୍କରେ ବୁଝିବିଚାରି କଥାବାର୍ତା କରନ୍ତୁ I ଆପଣଙ୍କ ଜୀବନ ସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟ କୁ ନେଇ ଅଂଶୀଦାର ହୁଅନ୍ତୁ | ଆପଣ ଆଜି ବରିଷ୍ଠ ଗୁରୁଜନ ମାନଙ୍କୁ ସମାନ ଦେଖାଇବେ ଏବଂ ଆଶୀର୍ବାଦ ପାଇବେ I

ସିଂହ : ଆପଣ ଙ୍କ ର ଉତ୍ତମ ବ୍ୟବହାର ଯୋଗୁଁ ଅନେକ ଲୋକଙ୍କ ସହିତ ମଧୁର ସମ୍ପର୍କ ରଖିବେ I କର୍ମକ୍ଷେତ୍ରରେ କିଛି ସମସ୍ୟା ଆସିପାରେ I ଆପଣଙ୍କ ଉପରେ କୌଣସି ଗମ୍ଭୀର ଆରୋପ ଲାଗିପାରେ ସତର୍କ ରୁହନ୍ତୁ I କୌଣସି ଆତ୍ମୀୟ ଆପଣଙ୍କୁ ଯେଉଁମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବା ସହିତ ସଫଳତା ହାସଲ କରିବାରେ ଆପଣଙ୍କୁ ସାହାଯ୍ୟ କରିବେ ଏବଂ ମାର୍ଗଦର୍ଶନ କରିବେ I

କନ୍ୟା :ଆଜି ଆପଣ ଭାଗ୍ୟ ର ପୂର୍ଣ୍ଣ ସମର୍ଥନ ପାଇବେ I ଆପଣଙ୍କର ମାନସିକ ଦୁର୍ବଳତା ସମାପ୍ତ ହେବ ଏବଂ ଆପଣ ସବୁ ଦିଗରୁ ଭଲ ଖବର ପାଇବେ I କାର୍ଯ୍ୟରେ ଉନ୍ନତି ପାଇଁ ଆପଣ କଠିନ ପରିଶ୍ରମ କରିବେ ଏବଂ ଏଥିପାଇଁ ଭାଗ୍ୟ ଆପଣଙ୍କୁ ସାଥ ଦେବ I କାର୍ଯ୍ୟ କ୍ଷେତ୍ରରେ ଲାଭଜନକ ସ୍ଥିତିରେ ରହିବେI

ତୁଳା : କାର୍ଯ୍ୟକ୍ଷେତ୍ରରେ ଚତୁରତା ଦେଖାଇଲେ କାର୍ଯ୍ୟ ସଫଳ ହେବ I ଅତ୍ୟଧିକ କ୍ରୋଧ ଆପଣଙ୍କ ସମସ୍ୟା ବଢାଇପIରେ I ପିଲାମାନଙ୍କର ଦ୍ୱାରା ସୁଖ ପ୍ରାପ୍ତି କରିବେ I ଈଶ୍ୱର ଙ୍କୁ ଧ୍ୟାନ କରନ୍ତୁ ମାନସିକ ଶାନ୍ତି ମିଳିବ I ଏକାଡେମିକ୍ କାର୍ଯ୍ୟରେ ନିରନ୍ତର ପ୍ରୟାସ ଯୋଗୁଁ ଉତ୍ତମ ମାର୍ଗଦର୍ଶନ ପାଇବେ I

ବିଛା: ଦାମ୍ପତ୍ୟ ଜୀବନରେ ମଧୁରତା ରହିବ I ପରିବାର କିମ୍ବା ପ୍ରିୟଜନଙ୍କ ସହିତ ଭଲ ସମୟ ଅତିବାହିତ ହେବ I ଆଜି ଆପଣ ମାଙ୍ଗଳିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ I ଯେଉଁଥିପାଇଁ ଆପଣ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଭେଟିବାର ସୁଯୋଗ ପାଇବେ | ଆର୍ଥିକ ଦୃଷ୍ଟିରୁ ଦିନଟି ସନ୍ତୋଷଜନକ ହେବ I

ଧନୁ : ଆଜି ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ରହିବ । ଚିନ୍ତାଧାରା ଅନୁଯାୟୀ ଯୋଜନା ସଫଳ ହେବ ,ସମସ୍ତ କାର୍ଯ୍ୟରେ ସଫଳତା ମିଳିବ I ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବେ I ସାଙ୍ଗମାନଙ୍କ ସହିତ ସମୟ ଭଲରେ ଅତିବାହିତ କରିବେ I କ୍ରୋଧ କୁ ଦୂରେଇଲେ ଦିନଟି ଭଲ ରେ କାଟିବ I

ମକର : ଆଜି ଆପଣଙ୍କର ଭ୍ରମଣ ଯୋଗ ରହିଛି , ଏହା ଆପଣଙ୍କ ପାଇଁ ଆନ୍ଦଦୟକ ହେବ I କାର୍ଯ୍ୟ କ୍ଷତ୍ରରେ ରେ ଆପଣଙ୍କର ପୂର୍ଣ୍ଣ ସହଯୋଗ ରହିବ I ଋତୁ ପରିବର୍ତନ ଜନିତ ଅସୁସ୍ଥତା ଅନୁଭବ କରି ପାରନ୍ତି I ପ୍ରେମ ପାଇଁ ଦିନଟି ଅନୁକୂଳ I

କୁମ୍ଭ: କୌଣସି ପୁରୁଣା କଥା କୁ ନେଇ ସହକର୍ମୀମାନଙ୍କ ସହିତ ଯୁକ୍ତିତର୍କ ହୋଇପାରେ I ତେଣୁ, ସତର୍କତାର ସହିତ କାର୍ଯ୍ୟ କରନ୍ତୁ ଏବଂ ବିବାଦରୁ ଦୂରେଇ ରୁହନ୍ତୁ I ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଆସି ପାରେ I ଆପଣ ନିଜ ଜୀବନ ସାଥୀଙ୍କ ଚିନ୍ତାଧାରାକୁ ବୁଝିବାକୁ ଚେଷ୍ଟା କରନ୍ତୁ ,ଆପଣଙ୍କ ପାଇଁ ଭଲ ହେବ I

ମୀନ : ଆଜି ଆପଣଙ୍କ ର ସ୍ୱାସ୍ଥ୍ୟ ଭଲ ରହିବ I ଅନ୍ୟମାନଙ୍କ ସହିତ ଆଚରଣ ମଧୁର ହେବ I ବିଦେଶ ଭ୍ରମଣରେ ଯାଇପାରନ୍ତି I କାର୍ଯ୍ୟ ପାଇଁ ଦୂର ଯାତ୍ରା କରିପାରନ୍ତି I ଆଜି ଆପଣ ଅର୍ଥ ସଂଚୟ କରିପାରନ୍ତି I ପଲିସୀ ,ସେୟାର ମାର୍କେଟରେ ଅର୍ଥ ନିବେଶ କରିବେ I

Leave A Reply

Your email address will not be published.