ଆଜି ର ରାଶିଫଳ

15

ରାଶିଫଳ ଡିସେମ୍ବର ୧୩ , ୨୦୨୧ : ମକର ରାଶିର ବ୍ୟକ୍ତି ଙ୍କ ଜିଦ ଯୋଗୁଁ ସମଗ୍ର ପରିବାର ଅସୁବିଧାରେ ପଡ଼ି ପାରେ | କୁମ୍ଭ ରାଶି ର ବ୍ୟକ୍ତି ମାନେ କାହା ସହିତ ଅନାବଶ୍ୟକ ଝଗଡା କରି ପାରନ୍ତି I ଅନ୍ୟପକ୍ଷରେ, ଅନ୍ୟ ରାଶିର ଦିନଗୁଡ଼ିକ ସ୍ୱାଭାବିକ ହେବ I ଆସନ୍ତୁ ଜାଣିବା ଅନ୍ୟ ରାଶି ଗୁଡିକ ବିଷୟ ରେ :

ମେଷ: ମେଷ ରାଶିର ବ୍ୟକ୍ତି ଙ୍କ ପାଇଁ ସୋମବାର ଏକ ଉତ୍ତମ ଦିନ I ନିଜ ଯୋଜନାକୁ ସଫଳ କରିବା ପାଇଁ ନୂତନ ବନ୍ଧୁଙ୍କ ସାହାଯ୍ୟରେ, ଆଶା କରାଯାଉଥିବା ସଫଳତା ପାଇବେ I ସୋମବାର ଆର୍ଥିକ ସ୍ଥିତି ଭଲ ରହିବ I କିନ୍ତୁ ହଠାତ୍ ଖର୍ଚ୍ଚ ବୃଦ୍ଧି ହୋଇପାରେ I ଆଜି ଆପଣଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ଅଛନ୍ତି I

ବୃଷ: ବରିଷ୍ଠ ଏବଂ ଗୁରୁଜନ ମାନଙ୍କୁ ସମ୍ମାନ ଦେବାରେଅବହେଳା କରିବେ ନାହିଁ I ଦିନଟି ଭଲ ଖବର ସହିତ ଆରମ୍ଭ ହେବାକୁ ଯାଉଛି I ଧନ ଲାଭ ର ଯୋଗ ରହୁଛି I ଆପଣ ଅର୍ଥ ସଂଚୟ କରିବେ I ଆଜି ଆପଣଙ୍କ ପାଇଁ ସୁଖଦ ସମାଚାର ମିଳିବ I

ମିଥୁନ: ଆଜି ଆପଣ ଅତି ସହଜରେ ସମସ୍ତ କାର୍ଯ୍ୟ ସମାପ୍ତ କରିବେ I ପ୍ରତିଯୋଗିତା ମୂଳକ ପରୀକ୍ଷା-ରେ ଛାତ୍ର ଛାତ୍ରୀ ମାନେ ସଫଳତା ପାଇବେ I ଚାକିରିକ୍ଷେତ୍ରରେ ସହ କର୍ମୀ ଙ୍କ ସାହାଯ୍ୟରେ କିଛି ନୂଆ ଶିଖି ପାରିବେ ମନରେ ଆନନ୍ଦ ରହିବ I

କର୍କଟ: ଆପଣ ବୁଦ୍ଧିମାନ ଓ ଚତୁରତା ସହକାରେ କୌଣସି କାର୍ଯ୍ୟକୁ ସହଜରେ ସମାପ୍ତ କରିବେ I କଥାବାର୍ତ୍ତାରେ ଶାଳୀନତା ରହିବ, ଯେଉଁଥିପାଇଁ ଆପଣଙ୍କର ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କରେ ମଧୁର ହେବ I ସୋମବାର ଦିନ, ଆପଣଙ୍କ ଘରେ କୌଣସି ଏକ ଶୁଭ କାର୍ଯ୍ୟ ହେଇପାରେ I

ସିଂହ : ସିଂହ ରାଶିର ଲୋକମାନେ ସୋମବାର ଶୁଭଫଳ ପାଇବେ I ଆପଣଙ୍କର ସାଙ୍ଗ ଏବଂ ପରିଚିତମାନଙ୍କ ସହିତ ଏକ ଭଲ ସମୟ ବିତାଇବେ I ଏକ ନୂତନ ବ୍ୟବସାୟ ଯୋଜନାରେ କାମ କରିବା ପାଇଁ ଏହା ଆପଣଙ୍କ ପାଇଁ ଏକ ଭଲ ସମୟ I କୌଣସି ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟ ପାଇଁ ଏହି ଦିନଟି ଉତ୍କୃଷ୍ଟ ହେବ I

କନ୍ୟା : ସମସ୍ତ କାର୍ଯ୍ୟରେ ଆଜି ଆପଣ ସଫଳ ହେବେ , ଆପଣଙ୍କର କଠିନ ପରିଶ୍ରମ ଏବଂ ଭାଗ୍ୟ ଭାଗ୍ୟ ପରିବର୍ତ୍ତନ ରେ ସହାୟକ ହେବ I ଆର୍ଥିକ ଅବସ୍ଥା ଭଲ ରହିବ I ଆପଣ ବୁଦ୍ଧିମାନର ସହ କାର୍ଯ୍ୟ ସମ୍ପନ୍ନ କରି ସଫଳତାର ଏବଂ ସୁଖ ଲାଭ କରିବେ I

ତୁଳା : ଆପଣଙ୍କ ଆଚରଣ ଅତ୍ୟନ୍ତ ନମ୍ର ଏବଂ ଭଦ୍ର ହେବା, ଆଚରଣରେ ପରିବର୍ତ୍ତନ ଅନ୍ୟମାନଙ୍କ ପାଇଁ ଚର୍ଚ୍ଚାର ବିଷୟ ହେବ I ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ I ଆପଣ ନିଜ କାମକୁ ଯତ୍ନର ସହ କାମ କରିବେ ଏବଂ କାହାର ସାହାଯ୍ୟରେ ତୁମେ ଭଲ ଅର୍ଥଲାଭ ଯୋଗ ରହିଛି I

ବିଛା: ସୋମବାର, ଆପଣ ଆପଣଙ୍କର ଶତ୍ରୁମାନେଆପଣଙ୍କ ଠାରୁ ପରାସ୍ତ ହେବେ , ଭାଗ୍ୟ ଆପଣଙ୍କ ସପକ୍ଷରେ ଯାଉଛି I ପରିବାର ଏବଂ ସାଙ୍ଗମାନଙ୍କ ସହିତ ବାହାରକୁ ବୁଲିବାକୁ ଯିବେ, ବନ୍ଧୁ ସମର୍ଥନ ପାଇବେ,ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ I

ଧନୁ : ସୋମବାର, ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ I କାର୍ଯ୍ୟକ୍ଷେତ୍ରରେ ଏକ ଭଲ ଦିନ ଅତିବାହିତ ହେବ I ଘରେ ଅତିଥିଙ୍କ ଆଗମନ ହେତୁ ଘରର ପରିବେଶ ସୁଖଦ ରହିବ I ଆପଣଙ୍କ ମନରେ ଆପଣଙ୍କ ଶିକ୍ଷକ ଏବଂ ଗୁରୁଜନ ଙ୍କ ପ୍ରତି ସମ୍ମାନର ବଢିବ I

ମକର: ମକର ରାଶିର ନ୍ୟକ୍ତିମାନେ ଆଜି ଭଲ ଶୁଭାକାଂକ୍ଷୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିପାରନ୍ତି , ଯେଉଁମାନେ ଆପଣଙ୍କୁ କାର୍ଯ୍ୟରେ ସଫଳତା ହାସଲ କରିବାରେ ସାହାଯ୍ୟ କରିବେ ଏବଂ ମାର୍ଗଦର୍ଶନ କରିବେ I ଆପଣଙ୍କର ବନ୍ଧୁତା ଉଜ୍ଜ୍ୱଳ ଭବିଷ୍ୟ ପାଇଁ ନୂତନ ସହାୟକ ହେବ ଏଜି ଆପଣଙ୍କୁ ଭାଗ୍ୟ ସମର୍ଥନ ଦେବ | ଆପଣଙ୍କ ଜିଦ ଯୋଗୁଁ ପରିବାର ଲୋକେ ହଇରାଣ ହେଇପାରନ୍ତି I

କୁମ୍ଭ : କୁମ୍ଭ ରାଶିର ଲୋକମାନେ କାହା ସହିତ ଅନାବଶ୍ୟକ କଥାବାର୍ତ୍ତାରୁ ଦୁରେଇ ରହନ୍ତୁ ,କଳହ ହୋଇପାରେ I ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ I ଚାକିରି କିମ୍ବା ବ୍ୟବସାୟ ଭଲ ସଫଳତା ପାଇବେ ଶରୀର ଭଲ ରହିବ I ଆପଣ କୌଣସି ଭଲ କାମ ପ୍ରତି ଧ୍ୟାନ ଦେବେ I

ମୀନ : ଆଜି ଦିନଟି ଆପଣଙ୍କ ପାଇଁ ଖୁବ ଭଲରେ କାଟିବ I ଆଜି ଆପଣ ଯେ କୌଣସି କାର୍ଯ୍ୟ ହାତକୁ ନେବେ ସଫଳ ହେବେ I ଅନ୍ୟମାନଙ୍କ ସହିତ ମିଳିତ କାର୍ଯ୍ୟରେ ମଧ୍ୟ ଭଲ ଲାଭ ହେବ | ମନରେ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହେବ I

Leave A Reply

Your email address will not be published.