ଆଜିର ରାଶିଫଳ

32

ରାଶିଫଳ ୨୩-୦୫-୨୦୨୨ ସୋମବାର : ଆଜି ଏହି ରାଶି ର ବ୍ୟକ୍ତି ମାନଙ୍କର ଆର୍ଥିକ ଲାଭ ହେବ ଇ ମେଷ ରାଶିର ବ୍ୟକ୍ତିମାନେ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ I ବୃଷ ରାଶି ର ବ୍ୟକ୍ତିମାନେ ରାଜତୁଲ୍ୟ କ୍ଷମତା ଭୋଗ କରିବେ I ମକର ରାଶିର ବ୍ୟକ୍ତିମାନଙ୍କର ଧନ ଲାଭ ର ଯୋଗ ରହିଛି I କୁମ୍ଭ ରାଶି ର ବ୍ୟକ୍ତିମାନେ ଦିନ ସାରା ଫୁର୍ତ୍ତୀ ରହିବେ I ମୀନ ରାଶିର ବ୍ୟକ୍ତି ମାନେ ଅଯଥା କୋର୍ଟ କଚେରୀ ମାମଲାରେ ପଡନ୍ତୁ ନାହିଁ I

ମେଷ : ଆଜି ଆପଣ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ I ଧର୍ମ କାର୍ଯ୍ୟରେ ଅର୍ଥ ବ୍ୟୟ ହେବ I ଅଚାନକ ମୁଦ୍ରା ଲାଭ ହେତୁ, ଆପଣ ମଧ୍ୟ ଖୁସି ହେବେ I ସମସ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦେହ ଓ ମନ ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖମୟ ହେବ I

ବୃଷ : ଅପାର କ୍ଷମତା ଓ ସୁଖଭୋଗ କରିବେ। ଉତ୍ତମ ଗୁଣର ଅଧିକାରୀ ହେବେ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି I ,ଭାଗ୍ୟବାନ ଓ ଧନବାନ୍‌ ହେବେ। ବିଧି-ବିଧାନ ବିଦ୍ୟାରେ ପାରଦର୍ଶୀ ହେବେ। ପାପ-ତାପ ପରିହରକ ହୋଇପାରନ୍ତି।

ମିଥୁନ: ଆପଣଙ୍କ ପାଇଁ ବର୍ତ୍ତମାନର ସମୟ ଅତ୍ୟନ୍ତ ଶୁଭ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବନ୍ଧୁଙ୍କ ସହିତ ଗପସପରେ ସମୟ ବିତିବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ନିଜର କାମ ଯଥା ସମୟରେ ପୂରା କରିନେବେ। ଶତ୍ରୁ ପରାଜିତ ହେବେ I

କର୍କଟ: କର୍କଶ ସ୍ୱଭାବଯୁକ୍ତ ହେଲେ ମଧ୍ୟ ନିଜ କାର୍ଯ୍ୟ ହାସଲ ପାଇଁ ସମସ୍ତଙ୍କ ସହ ଖାପ ଖୁଆଇ କାମ କରିବେ। ଖାଦ୍ୟ ପେୟ ରେ ଧ୍ୟାନ ଦିଅନ୍ତୁ Iଆଶା ବାସ୍ତବିକତାର ରୂପ ନେବ। ଜମିବାଡ଼ି କିମ୍ବା ଯାନବାହାନ କିଣିବାକୁ ଯୋଜନା କରିବେ I

ସିଂହ : ବୈବାହିକ ଜୀବନ ରେ ମତଭେଦ ହୋଇପାରେ I ଚାଲିଚଳନ, ବ୍ୟବହାର ଭଦ୍ରୋଚିତ ହେବ। ଋଣଗ୍ରହୀତାମାନେ ପରିଶୋଧକ୍ଷମ ହେବେ। ବେଶ-ପରିପାଟୀ ଦେବଦୁର୍ଲଭ ହେବ। ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରିବେ। ନୂଆ କାମ କରିବାକୁ ଚାହୁଁଥିଲେ ସଫଳ ହେବେ।

କନ୍ୟା : ପରିସ୍ଥିତି ଆପଣଙ୍କ ଅନୁକୂଳ ରହିବ I ଘର ପରିବାରରେ ଶାନ୍ତି ରହିବ Iପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧନ, ଜନ, ଗୋପ, ଲକ୍ଷ୍ମୀ ତଥା ଚତୁର୍ବର୍ଗାଦି ସବୁକିଛି ପ୍ରାପ୍ତ ହେବେ।

ତୁଳା : ଆର୍ଥିକ ଚିନ୍ତା ଲାଗି ରହିବ I ବିଚାର ବୁଦ୍ଧି ସମ୍ପନ୍ନ ହେବେ I ପରିଶ୍ରମୀ ହେବେ। ଯାନ-ବାହନ ସୁଖ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। ବିବେକରୂପୀ ମହାର୍ଘ ସମ୍ପଦର ପରିପ୍ରକାଶ ଘଟାଇ ଜନକଲ୍ୟାଣରେ ବ୍ରତୀ ହୋଇପାରନ୍ତି। ବକେୟା ଅର୍ଥ ଫେରି ପାଇବେ I ପାରିବାରିକ ଜୀବନ ଝଡ଼ ଝଞ୍ଜା ମୁକ୍ତ ହେବ I

ବିଛା : ଦୁଃସାହସିକ ପଦକ୍ଷେପ ନେବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ବିଜୟୀ ହେବେ। ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ। ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର, ଈର୍ଷା ଓ ଘୃଣା ପରି ନକରାତ୍ମକ ମନଭାବନା ବି କମିଯିବ। ନିଜ ଶକ୍ତିକୁ ଠିକ ରୂପେ ବ୍ୟବହାର କରିବେ।

ଧନୁ : ଆଧ୍ୟାତ୍ମ ଦିଗ ପ୍ରତି ରୁଚି ବଢିବ I ମାନସିକ ଶାନ୍ତି ଅନୁଭବ କରିବେ I ବନ୍ଧୁ ପରିଜନ ଙ୍କ ସହିତ ସମ୍ପର୍କ ଉତ୍ତମ ରହିବ I ସର୍ବଦା ମନରେ ସକାରାତ୍ମକ ଭାବନା ରଖନ୍ତୁ Iବିବିଧ ଧନଯୁକ୍ତ ହୋଇପାରନ୍ତି। ତ୍ୟାଗଶୀଳ ଓ ମତିମାନ୍‌ ହେବେ। ସ୍ଥାବର ସମ୍ପତି କିଣିବା ପାଇଁ ଯୋଜନା କରିବେ I

ମକର : ବନ୍ଧୁ ପରିଜନ ଙ୍କ ସହିତ ଦିନଟି ଆରାମ ରେ ବିତିବ Iସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। ଆପଣଙ୍କୁ ଖୁସି ଖବର ମିଳିବ। ନୂଆ ଉତ୍ସରୁ ଧନଲାଭ ହେବ। ସ୍ଥଗିତ କାମ ସଂପୂର୍ଣ୍ଣ ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମଭରା ରହିବ। କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି I

କୁମ୍ଭ : ଶାରୀରିକ ଓ ମାନସିକ ରୂପରେ ଫୁର୍ତ୍ତୀ ରହିବେ I ଆର୍ଥିକ ଦୃଷ୍ଟି ରୁ ଆପଣଙ୍କ ଦିନ ଲାଭ ଦାୟକ ହେବ I ନୂଆ ଯୋଜନା ପ୍ରସ୍ତୁତ କରିବେ। ଅଫିସରେ ନିଜର କାମ ସୁରୁଖୁରୁରେ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସହିତ ସ୍ୱାଦିଷ୍ଟ ଭୋଜନ କରିବେ I ଦିନଟି ଉତ୍ତମ ରେ କଟିବ I

ମୀନ : ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ଯୋଗ ରହିଛି I ବ୍ୟବସାୟ ଲାଭଦାୟକ ହେବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ସମ୍ମାନ ପ୍ରାପ୍ତି ସହ ଅର୍ଥପ୍ରାପ୍ତ ହେବେ। ବାଣୀ ଉପରେ ସଂଯମତା ରଖନ୍ତୁ I ଅଯଥା କୋର୍ଟ କଚେରୀ ମାମଲାରେ ପଡନ୍ତୁ ନାହିଁ I

Comments are closed, but trackbacks and pingbacks are open.