ଆଜିର ରାଶିଫଳ

20

ରାଶିଫଳ ୧୬-୦୫-୨୦୨୨ ସୋମବାର : ଏହି ରାଶି ମାନଙ୍କ ପାଇଁ ଦିନଟି ସୁଖମୟ ହେବ ନାହିଁ I ବୃଷ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ସଫଳତା ର ଦିନଟି ହେବ I କର୍କଟ ରାଶି ର ବ୍ୟକିମାନେ ମାନସିକ ଚିନ୍ତିତ ରହିବେ I ମୀନ ଏବଂ କୁମ୍ଭ ରାଶି ର ବ୍ୟକ୍ତିମାନଙ୍କ ପାଇଁ ପାରିବାରିକ ଜୀବନ ରେ ବିବାଦ ଦେଖାଦେବ I

ମେଷ: ଆଜି ଦିନର ଆରମ୍ଭ ଭଲ ରେ ହେବ I ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ I ମଧ୍ୟାହ୍ନ ପରେ ଆପଣଙ୍କୁ ନୂଆ କାମ କରିବାକୁ ପରାମର୍ଶମିଳିବ I ନିଜ ଆଚରଣ ରେ ପରିବର୍ତନ ଆଣନ୍ତୁ I ଛୋଟ ମୋଟ କଥାରେ କ୍ରୋଧିତ ହୁଅନ୍ତୁ ନାହିଁ I ଆଧ୍ୟାତ୍ମିକ ଦିଗ ରେ ମନ ବଳାଇବେ I ପାରିବାରିକ ଜୀବନ ସୁଖମୟ ରହିବ I

ବୃଷ : ବ୍ୟବସାୟରେ ସଫଳତା ମିଳିବ I ଆର୍ଥିକ ଲାଭ ସାଙ୍ଗକୁ ସହକର୍ମୀମାନଙ୍କ ପୂର୍ଣ୍ଣ ସମର୍ଥନ ପାଇବେ I କାର୍ଯ୍ୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇବାକୁ ସମର୍ଥ ହେବେ I ଅପରାହ୍ନରେ ଆପଣ ମନୋରଞ୍ଜନ ଉପରେ ଧ୍ୟାନ ଦେବେ I ବିଳାସ ବ୍ୟସନ କିମ୍ବା ଘରୋଇ ଉପକରଣରେ ଅର୍ଥ ବ୍ୟୟ କରିବେ I ମନରେ ସନ୍ତୋଷ ରହିବ I

ମିଥୁନ : ଆଜି ଏକ ମଧ୍ୟମ ଫଳପ୍ରଦ ଦିନ ହେବ I ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ବୌଦ୍ଧିକ ଆଲୋଚନା ପାଇଁ ଆଜି ଏକ ଶୁଭ ଦିନ ନୁହେଁ I ଆପଣ ପିଲାମାନଙ୍କ ବିଷୟରେ ଚିନ୍ତିତ ରହିବେ I ମଧ୍ୟାହ୍ନ ପରେ ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ I ଶାରୀରିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ I ବ୍ୟବସାୟରେ ଆପଣ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ I
କାର୍ଯ୍ୟରେ ସଫଳତା,ଆର୍ଥିକ ଲାଭ ପାଇବେ I

କର୍କଟ : ମାନସିକ ସ୍ତରରେ ଚିନ୍ତିତ ରହିବେ I ଆଜି ଦୂର ସ୍ଥାନ ଯାତ୍ରାକୁ ସ୍ଥଗିତ ରଖନ୍ତୁ I ପୈତୃକ ସମ୍ପତ୍ତି କ୍ଷେତ୍ରରେ,ନିରାଶ ମିଳିବ I ମାତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହିପାରନ୍ତି I ନୂତନ କାର୍ଯ୍ୟ ର ଅଫର ଆସିବ I ଆର୍ଥିକ ସ୍ଥିତିରେ କମଜୋର ରହିବେ I

ସିଂହ : ଆଜି ଧାର୍ମିକ ସ୍ଥଳ କୁ ଯାତ୍ରା କରି ପାରନ୍ତି । ପରିବାରରେ ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ । ଆତ୍ମୀୟମାନେ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ । ଯେଉଁମାନେ ସେୟାର ମାର୍କେଟ ରେ ପୁଞ୍ଜି ବିନିଯୋଗ କରୁଛନ୍ତି ତାଙ୍କ ପାଇଁ ଦିନଟି ଭଲ ରହିବ I

କନ୍ୟା : ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସଠିକ ନିର୍ଣ୍ଣୟ ନେବାରେ ଦ୍ୱନ୍ଦ୍ୱ ଉପୁଜି ପାରେ I କିଛି ସମୟ ଟାଳି ଦିଅନ୍ତୁ I ଲୋକପ୍ରିୟତା ବଢାଇବା ପାଇଁ କିଛି ବି କରିବେ। ବେକାରୀମାନେ ଚାକିରି ପାଇବେ। ଆର୍ଥିକ, ବୃତ୍ତିଗତ କ୍ଷେତ୍ରରେ ଆଶାଠାରୁ ସଫଳତା ମିଳିବ। ଦେହ ମନ ସୁସ୍ଥ ରହିବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ। ପ୍ରତ୍ୟେକ କାମ ପାଇଁ ସମାଧାନର ବାଟ ମିଳିଯିବ।

ତୁଳା :ଆଜି ଦିନଟି ଭଲ ରେ ଆରମ୍ଭ ହେବ I କାର୍ଯ୍ୟଭାର ଜନିତ ଶାରୀରିକ ଅସୁସ୍ଥତା ଦେଖାଦେବ I ଯୋଜନାନୁଯାୟୀ ଅଫିସ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ I ପରିବାରରେ ନୂତନ ପୋଷାକ ଏବଂ ଅଳଙ୍କାର କିଣିବାରେ ଅର୍ଥ ଖର୍ଚ୍ଚ ହେବ I ରାଜନୈତିକ ବ୍ୟକ୍ତି ଙ୍କ ଠାରୁ ଦୂରରେ ରୁହନ୍ତୁ I କୌଣସି ପାର୍ଶ୍ୱ ବ୍ୟବସାୟରେ ଅର୍ଥ ଲଗାନ୍ତୁ ନାହିଁ I

ବିଛା : ଆଧ୍ୟାତ୍ମିକ ଏବଂ ଭକ୍ତି ଆଜି ମନକୁ ଶାନ୍ତି ଆଣିଦେବ I ମନରେ ସୃଷ୍ଟି ହେଉଥିବା ନକାରାତ୍ମକ ଭାବନା ଉପରେ ସଂଯମତା ରଖିବା ଆବଶ୍ୟକ ହେବ I ଅଦାଲତର କାର୍ଯ୍ୟରେ ସାବଧାନ ରୁହନ୍ତୁ I ସାମାନ୍ୟ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି I କାର୍ଯ୍ୟ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହିବେ I ପରିବାର ର ମନୋରଞ୍ଜନ ପାଇଁ ଅର୍ଥ ବ୍ୟୟ କରିବେ I

ଧନୁ :ନିଷ୍ଠା ପ୍ରଚେଷ୍ଟା ଯୋଗୁଁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ମକର : ବୈବାହିକ ଜୀବନ ସୁଖମୟ ରହିବ । ଚାକିରୀରେ ପଦୋନ୍ନତି ସହିତ ଆୟ ବଢିବ I ସହକର୍ମୀମାନେ ଇର୍ଷା ପରାୟଣ ହୋଇପାରନ୍ତି Iଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ନୂତନ ଯୋଜନାରେ ଅର୍ଥ ବ୍ୟୟ କରନ୍ତୁ ନାହିଁ I

କୁମ୍ଭ : ସାହିତ୍ୟିକ କାର୍ଯ୍ୟକଳାପରେ ବ୍ୟସ୍ତ ରହିବେ I କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଅତ୍ୟନ୍ତ ଶୁଭ I ଧାର୍ମିକ ଯାତ୍ରା ଆୟୋଜନ କରାଯାଇପାରେ I ବ୍ୟବସାୟରେ ଲାଭର ଏକ ସୁଯୋଗ ରହିବ I ପାରିବାରିକ ଜୀବନ ସୁଖମୟ ରହିବ ନାହିଁ I ମା ଙ୍କ ଘର ପଟୁ କୌଣସି ଭଲ ଖବର ଶୁଣିବାକୁ ମିଳିପାରେ I

ମୀନ : ପରିବାର ରେ ବାଦ ବିବାଦ ଦେଖାଦେବ I ନିଜ କ୍ରୋଧ କୁ ନିୟନ୍ତ୍ରଣ ରେ ରଖନ୍ତୁ I ପ୍ରକୃତିରେ ଅଳସୁଆମୀ ରହିବ I ଆର୍ଥିକ ଚିନ୍ତା ଲାଗି ରହିବ I ନୂତନ କାର୍ଯ୍ୟ ଅନୁସନ୍ଧାନ ରେ ରହିବେ I

Comments are closed, but trackbacks and pingbacks are open.