ଆଜି ର ରାଶିଫଳ

25

ରାଶିଫଳ ୧୦-୦୫-୨୦୨୨: ଆଜି (ମଙ୍ଗଳବାର) କିଛି ରାଶିର ବ୍ୟକ୍ତି ଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଛି I ସିଂହ ରାଶି ଥିବା ବ୍ୟକ୍ତି ମାନଙ୍କର ସାମାଜିକ ପ୍ରତିଷ୍ଠା ବଢିବ I ତୁଳା ରାଶିର ବ୍ୟକ୍ତିମାନଙ୍କ ଆଇ ସର୍ବଶ୍ରେଷ୍ଠ ଦିନ ହେବ I ମାତୃକୃପା ମିଳିବ I

ମେଷ :ପ୍ରକୃତିରେ ପରିବର୍ତ୍ତନ କରନ୍ତୁ I କଠିନ ପରିଶ୍ରମ ସଫଳତା ମିଳିବ ନାହିଁ I ସରକାରୀ କାର୍ଯ୍ୟରେ ସଫଳତା ପାଇବେ I ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ I ଗୃହ ମରାମତି କରିବେ I ଋଣଭାର ବଢିବ I

ବୃଷ : ଆଜି ତୁମର କାର୍ଯ୍ୟ ସଫଳତା, ମନୋବଳ ଦୃଢ ଏବଂ ଆତ୍ମବିଶ୍ୱାସର ବଢିବ I ପିତାଙ୍କ ପାର୍ଶ୍ୱରୁ ଲାଭ ମିଳିବ I ଛାତ୍ରମାନେ ଅଧ୍ୟୟନରେ ଆଗ୍ରହି ହେବେ I ସରକାରୀ କାର୍ଯ୍ୟରେ ସଫଳତା କିମ୍ବା ଲାଭ ପାଇବେ I କଳାକାର ଏବଂ କ୍ରୀଡ଼ାବିତ୍ମାନେ ନିଜର ଉତ୍କୃଷ୍ଟତା ପ୍ରତିପାଦନ କରିବେ I ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାଗଜପତ୍ର କାର୍ଯ୍ୟ କରନ୍ତୁ ନାହିଁ I

ମିଥୁନ : ଆପଣ ଦିନ ଆରମ୍ଭରୁ ସତେଜ ଏବଂ ଶକ୍ତିଶାଳୀ ଅନୁଭବ କରିବେ I ଆଜି ଭାଗ୍ୟ ସ୍ପମୁର୍ଣ୍ଣ ଆପଣଙ୍କ ସପକ୍ଷ ରେ ରହିଛି | ବ୍ୟବସାୟ ରେ ପରିବର୍ତ୍ତନଶୀଳ ଚିନ୍ତାଧାରା ଆପଣଙ୍କୁ ଏକ ଦ୍ୱନ୍ଦ୍ୱରେ ରଖିବ I ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ ହେବେ I ବନ୍ଧୁ, ସମ୍ପର୍କୀୟ ଏବଂ ପଡ଼ୋଶୀମାନଙ୍କ ସହିତ ସମ୍ପର୍କ ଭଲ ରହିବ I ଆର୍ଥିକ ଦୃଷ୍ଟିକୋଣରୁ ପ୍ରଚୁର ଲାଭ ପାଇବା ର ସମ୍ଭାବନା ଅଛି |

କର୍କଟ : ଆଜି ମନରେ କିଛି ହତାଶା ଭାବ ଆସିପାରେ I ପରିବାରର ସଦସ୍ୟମାନଙ୍କ ସହିତ ଭୁଲ ବୁଝାମଣା କିମ୍ବା ଦେଖାଦେଇପାରେ I ଛାତ୍ରମାନଙ୍କ ମନ ଅଧ୍ୟୟନରେ ନିୟୋଜିତ ହେବ ନାହିଁ I ଅଯଥା ଟଙ୍କା ଖର୍ଚ୍ଚ ନ କରି ସଂଚୟ କରନ୍ତୁ I କୌଣସି କଥାକୁ ନେଇ ମନରେ ଅସନ୍ତୋଷ ଦେଖାଦେଇପାରେ I

ସିଂହ: ଆତ୍ମବିଶ୍ୱାସ ର ସହିତ ସମସ୍ତ କାର୍ଯ୍ୟ କରନ୍ତୁ ସଫଳତା ନିଶ୍ଚୟ ପାଇବେ I ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I କଥାବାର୍ତ୍ତା, ଆଚରଣ ରେ ସଂଯମତା ରଖନ୍ତୁ I ଗୁରୁଜନ ମାନଙ୍କ ଠାରୁ ସହାୟତା ପାଇବେ I ସ୍ୱାସ୍ଥ୍ୟ ସମ୍ବନ୍ଧରେ ଯତ୍ନବାନ ହୁଅନ୍ତୁ Iଦାମ୍ପତ୍ୟ ଜୀବନରେ ମଧୁରତା ଅନୁଭୂତ ହେବ I ପଡି ରହିଥିବା ସରକାରୀ କାର୍ଯ୍ୟ ଶୀଘ୍ର ଶେଷ ହେବ I

କନ୍ୟା : ଶାରୀରିକ ଅସୁସ୍ଥତା ଜନିତ ଚିନ୍ତାରେ ରହିବେ I ଅହଂକାର ଯୋଗୁଁ, କାହା ସହିତ ଝଗଡା ହୋଇପାରେ I ଅର୍ଥ ବ୍ୟୟ ଯୋଗ ରହିଛି I ଦାମ୍ପତ୍ୟ ଜୀବନରେ ବୁଝାମଣା ର ଅଭାବ ରହିବ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନେ ହଇରାଣ ରେ ପକାଇ ପାରନ୍ତି I

ତୁଳା : ପାରିବାରିକ ଜୀବନରେ ସୁଖ ଏବଂ ଆନନ୍ଦ ରହିବ I ଉତ୍ତମ ଆୟ ବଢିବ I ପିଲାମାନଙ୍କ ଠାରୁ ସ୍ନେହ ପାଇବେ I ଅଫିସ୍, ବ୍ୟବସାୟ କ୍ଷେତ୍ରରେ ଏକ ଅନୁକୂଳ ପରିବେଶ ରହିବ I ପଦୋନ୍ନତି ପାଇବାର ସମ୍ଭାବନା ଅଛି I ପରିବାର ସଦସ୍ୟ ଏବଂ ବନ୍ଧୁ ମାନଙ୍କ ଗହଣରେ ଖୁସି ହେବେ I ବ୍ୟବସାୟ ଶ୍ରେଣୀ ଉପକୃତ ହେବ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I

ବିଛା : ଗୃହସ୍ଥ ଜୀବନରେ ସାର୍ଥକତା ପାଇବେ I ଘରେ ଆନନ୍ଦ ଉଲ୍ଲାସ ର ପରିବେଶ ରହିବ I ପିଲାମଙ୍କ କାର୍ଯ୍ୟ କୁ ନେଇ ଗର୍ବ ଅନୁଭବ କରିବେ I ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଆର୍ଥିକ ସ୍ଥିତି ଦୁଶ୍ଚିନ୍ତାର କାରଣ ହେବାର ସୂଚନା ରହିଛି। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତି ରେ ପ୍ରଶଂସିତ ହେବେ।

ଧନୁ : ଆପଣଙ୍କ ଉତ୍ସାହିତ ମନୋଭାବ ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତ କଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ। ବନ୍ଧୁଙ୍କ ସହ ସଂପର୍କ ମଧୁର ହେବ। ଧର୍ମ କାର୍ଯ୍ୟରେ ମନ ଲାଗିବ। ମାତା-ପିତାଙ୍କ ଆଶୀର୍ବାଦ ବରଦାନ ସଦୃଶ ହେବ।

ମକର : ଆଜି ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ I ଖାଦ୍ୟ , ପାନୀୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ I ହଠାତ୍ ଟଙ୍କା ଖର୍ଚ୍ଚ ହେବ I ମନ ଅଶାନ୍ତି ରହିବ I ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ ପାର୍ଥକ୍ୟ ବୃଦ୍ଧି ପାଇବ I ଧାର୍ମିକ କାର୍ଯ୍ୟରେ ରୁଚି ବଢିବ I ପିଲାମାନଙ୍କ ସହିତ ଭ୍ରମଣ ରେ ଯାଇପାରନ୍ତି I ଅଫିସରେ ଦକ୍ଷତା ବୁଦ୍ଧି ପାଇବ I ସହକର୍ମୀ ମାନଙ୍କ ସମର୍ଥନ ପାଇବେ I

କୁମ୍ଭ: ଆଜି ମନୋରଞ୍ଜନ ରେ ଦିନଟି ବିତିବ I ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ସହିତବୁଲାବୁଲି ରେ ଯାଇ ପାରନ୍ତି I ଯାଏଁ ବାହାନ କିମ୍ବା ପୋଷାକ ପତ୍ର କିଣିବାରେ ସୌଖିନ ହେବେ I ବ୍ୟବସାୟରେ ସହଭାଗୀତା ସହିତ ଏକ ଭଲ ସମ୍ପର୍କ ରହିବ I ଆପଣ ସମାଜରେ ସମ୍ମାନିତ ହେବେ I ଦୃଢ଼ ଆତ୍ମବିଶ୍ୱାସ ସହିତସମସ୍ତ କାର୍ଯ୍ୟରେ ସଫଳତା ପାଇବ I ଭାଗ୍ୟ ଆପଣଙ୍କ ସହିତ ରହିବ I

ମୀନ : ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ I ଆପଣଙ୍କ ଘରର ପରିବେଶ ଖୁସି ଏବଂ ଶାନ୍ତିପୂର୍ଣ୍ଣ ରହିବ I ନିଜର କ୍ରୋଧିତ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ପଡିବ I ଶତ୍ରୁ ପରାସ୍ତ ହେବେ I କର୍ମକ୍ଷେତ୍ରରେ ଆଗେଇବେ I ସମସ୍ତ କାର୍ଯ୍ୟରେ ପରିବାରର ସମର୍ଥନ ରହିବ I

Comments are closed, but trackbacks and pingbacks are open.