ଆଜିର ରାଶିଫଳ

44

ରାଶିଫଳ ୫ ମଇ ୨୦୨୨ : ମେଷ, ବୃଷ ଏବଂ ମିଥୁନ ରାଶିର ବ୍ୟକ୍ତିମାନେ ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି , କଥାବାର୍ତ୍ତାରେ ସଂଯମତା ରଖନ୍ତୁ I କନ୍ୟା ରାଶି ଓ କୁମ୍ଭ ରାଶିମାନେ ଆଜି ଭାଗ୍ୟବାନ ହେବେ I

ମେଷ : ଦିନଟି ମିଶ୍ରିତ ଫଳ ଦେବ I ନୂତନ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ I ଅନ୍ୟମାନଙ୍କ ପ୍ରତି ଚିନ୍ତାଧାରା ଅତି ଶୀଘ୍ର ବଦଳିଯିବ I କୌଣସି କଥାକୁ ନେଇ ଏକ ପ୍ରକାର ଦ୍ୱନ୍ଦ୍ୱ ରେ ପଡିବେ I କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଚରଣ ବିପରୀତ ହେବ I ଭାଇ ମାନଙ୍କ ଠାରୁ ସହଯୋଗ ମିଳିବ ନାହିଁ I

ବୃଷ : ଦ୍ୱନ୍ଦ୍ୱ ହେତୁ, ହାତରୁ ମୌକା ଖସି ଯାଇପାରେ I ସIମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ I ଅଧସ୍ତନ ମାନେ କାର୍ଯ୍ୟରେ ଅବହେଳା କରିବେ I ଆଜି ଆପଣ ବିତର୍କ ଠାରୁ ଦୁରେଇ ରହିବ ସହିତ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ I ପାରିବାରିକ ସମ୍ପର୍କ ସୁଦୃଢ ରହିବ ,ଭାଇ ଭଉଣୀଙ୍କ ଠାରୁ ସ୍ନେହ ମିଳିବ I

ମିଥୁନ : ଆଜି ମନ ଆନନ୍ଦିତ ହେବ ଏବଂ ଶରୀର ସୁସ୍ଥ ରହିବ I ଆଜି ଆପଣ ସାଙ୍ଗ କିମ୍ବା ପରିବାର ସଦସ୍ୟଙ୍କ ସହିତ ସୁଖାଦ୍ୟ ଖାଇବେ I ବସନ ଭୂଷଣ ପ୍ରତି ମନ ବଳାଇବେ I ଆର୍ଥିକ ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ | ଖର୍ଚ କାଟ କରନ୍ତୁ I ଗୃହ ସାଜସଜ୍ଜା ଉପକରଣ କିଣିପାରନ୍ତି I ବନ୍ଧୁ ପ୍ରିୟଜନ ଙ୍କଠାରୁ ଉପହାର ପାଇବେ I

କର୍କଟ: ଆଜି ଅଫିସରେ କାର୍ଯ୍ୟଭାର ବଢିବ I ଯେଉଁଥିପାଇଁ ଆପଣ ମାନସିକ ସ୍ତରରେ ବିଚଳିତ ହେବ I ଅକ୍ଲାନ୍ତ ଶାରୀରିକ ପରିଶ୍ରମ କରିବେ I ଜଳବାୟୁ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ I ଆପଣ ଏକାଡେମିକ୍ କାର୍ଯ୍ୟରେ ଆଗ୍ରହ ଦେଖାଇବେ I ସହ କର୍ମୀମାନେ ସାଥ ଦେବେ I ପାରିବାରିକ ଅଶାନ୍ତି ଦେଖାଦେବ I

ସିଂହ : ପାରିବାରିକ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ I ନୂତନ ଆୟର ଉତ୍ସ ମିଳିବ I ବହୁଦିନ ରୁ ବାକି ରହିଥିବା କାର୍ଯ୍ୟ ସମାପ୍ତ ହେବା ସହିତ ମନ ଖୁସି ହେବ I ନୂତନ ଚାକିରି ପାଇଁ ଅଫର ଆସିପାରେ I ଆଜି କରାଯାଇଥିବା ବିନିଯୋଗ ଲାଭ ଦେବ I ଶିକ୍ଷା ସହ ଜଡିତ ଲୋକମାନେ କିଛି ଭଲ ଖବର ପାଇପାରିବେ I ଦୂର ଯାତ୍ରା ଯୋଗ ରହିଛି I ପାରିବାରିକ ଜୀବନ ଆନନ୍ଦମୟ ହେବ I

କନ୍ୟା : ଭାଗ୍ୟ ର ପୂର୍ଣ୍ଣ ସମର୍ଥନ ପାଇବେ I ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି I ଆଜି ଆରମ୍ଭ ହୋଇଥିବା କାର୍ଯ୍ୟରେ ସଫଳତା ମିଳିବ, I ଏହି ରାଶିର ବ୍ୟବସାୟୀମାନେ ଆଜି ଚାହୁଁଥିବା ଲାଭ ପାଇପାରିବେ I ପରିବାରରେ ବନ୍ଧୁ ଆଗମନ ହେବ I

ତୁଳା : ଆଜି ଆପଣ କିଛି କାମ ପାଇଁ ଚିନ୍ତିତ ହୋଇପାରନ୍ତି I ଆପଣ ପରିବାର ସଦସ୍ୟଙ୍କଠାରୁ ଆର୍ଥିକ ସହାୟତା ପାଇପାରିବେ I ବ୍ୟବସାୟିକ ବିନିଯୋଗ କରିବା ପୂର୍ବରୁ, ଭଲ ଭାବରେ ଚିନ୍ତା କରନ୍ତୁ I ହଠାତ , ଅନ୍ୟର କଥା ଉପରେ ବିଶ୍ୱାସ କରିବା ସାଂଘାତିକ ହୋଇପାରେ I ଜୀବନସାଥୀ ଙ୍କ ସମର୍ଥନ ପାଇବେ I ଶାରୀରିକ କ୍ଲାନ୍ତି ଅନୁଭବ କରିବେ I


ବିଛା: ଆଜି ଆପଣଙ୍କୁ ଦିନର ଆରମ୍ଭରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ I ବକ୍ତବ୍ୟରେ ସଂଯମତା ରଖନ୍ତୁ, ଯୁକ୍ତିରୁ ଦୂରେଇ ରୁହନ୍ତୁ, ଜମିବାଡ଼ି ସଂକ୍ରାନ୍ତୀୟ ଆଇନଗତ ବାଧା ଦେଖା ଦେଇ ପାରେ I ପରିବାରରୁ ଆର୍ଥିକ ସହାୟତା ମିଳିବ I ଗୃହିଣୀ ମାନେ ଶାରୀରିକ କ୍ଲାନ୍ତି ଅନୁଭବ କରିବେ I

ଧନୁ : ସୁ ସମାଚାର ପାଇବେ I ରାଜନୈତିକ ଆଭିମୁଖ୍ୟ ଦୃଢ ହେବ। ପରିବାରରେ ଉତ୍ସାହ ର ପରିବେଶ ରହିବ I ଆପଣ ଶାଶୁଘର ପକ୍ଷରୁ କିଛି ଭଲ ଖବର ପାଇପାରିବେ I ଅଚାନକ ଆର୍ଥିକ ଲାଭ ମିଳିବ I ଅବିବାହିତ ମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ I

ମକର : ଆଜି ଦିନ ଆରମ୍ଭରେ ଦ୍ୱନ୍ଦ୍ୱ ହୋଇପାରେ I କୌଣସି ଆର୍ଥିକ ଯୋଜନାରେ ଅର୍ଥ ବିନିଯୋଗ କରିବା ପୂର୍ବରୁ, ଭଲ ଭାବରେ ଚିନ୍ତା କରନ୍ତୁ, ନଚେତ୍ କ୍ଷତି ହୋଇପାରେ I ଆପଣ ପରିବାର ସହିତ ଏକ ଧାର୍ମିକ ଭ୍ରମଣରେ ଯାଇପାରିବେ I ଆଜି ଆପଣଙ୍କ ସାଥୀ ସହିତ ପ୍ରସ୍ତୁତ ଯୋଜନାର ଫଳାଫଳ ସକରାତ୍ମକ ହେବ I ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ I

କୁମ୍ଭ: ଆଜି ଆପଣଙ୍କ ପାଇଁ ଭାଗ୍ୟଶାଳୀ ଦିନ ହେବାକୁ ଯାଉଛି I ଆପଣ କୌଣସି ସରକାରୀ ଯୋଜନାର ଲାଭ ପାଇପାରିବେ I ଚାକିରି ବ୍ୟବସାୟ ସହିତ ଜଡିତ ଲୋକମାନେ ଆଶ୍ଚର୍ଯ୍ୟ ଜନକ ସଫଳତା ପାଇବେ I ସନ୍ତାନ ଜନିତ ଶୁଭ ଖବର ପାଇବେ I ପାରିବାରିକ ଜୀବନ ସୁଖମୟ ହେବ I

ମୀନ : ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ତୁମେ ସଫଳତା ପାଇବ I ବ୍ୟବସାୟରେ କଠିନ ପରିଶ୍ରମ ଅନୁଯାୟୀ ଲାଭ ନ ପାଇ ଆପଣ ନିରାଶ ହୋଇପାରନ୍ତି I କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଆପଣଙ୍କୁ ପାରିବାରିକ କଳହର ସାମ୍ନା କରିବାକୁ ପଡିପାରେ I ଆପଣ ନିଜ ଜୀବନସାଥୀ ସହିତ କୌଣସି ଗୋପନୀୟ ବିଷୟ ଆଲୋଚନା କରିବେ I ବିଦ୍ୟାର୍ଥିମାନେ ପାଢପଢିକୁ ନେଇ ଚିନ୍ତିତ ରହିବେ I

Comments are closed, but trackbacks and pingbacks are open.