ଆଜିର ରାଶିଫଳ

19

ରାଶିଫଳ ୦୧-୦୫-୨୦୨୨ : ମାସର ଆରମ୍ଭ ସହ ନୂଆ ଦିନର ବି ଆଗମନ ହୋଇଛି। ଏହି ମାସ କାହା ପାଇଁ କେମିତି କଟିବ ସେ ନେଇ ଜାଣିବାକୁ ଲୋକଙ୍କ ମନରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳେ। ତେବେ ଆଜି ଆସନ୍ତୁ ଜାଣିବା ମେ’ ମାସର ପ୍ରଥମ ଦିନର ରାଶିଫଳ :

ମେଷ : ଆଜିର ରାଶିଫଳ : ବିଦ୍ୟାର୍ଥୀ ମାନଙ୍କର ଚିନ୍ତା ବଢିବ I ଦୃଢ ପଦକ୍ଷେପ ନେଇ କାମ ହାସଲ କରିବେ । ନିକଟସ୍ଥ ଲୋକଙ୍କୁ ଆପଣାର କରିବା ଦ୍ୱାରା ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ।ଆଜି ଯୁକ୍ତି ତର୍କ ରୁ ଦୁରେଇ ରୁହନ୍ତୁ I

ବୃଷ :ମନ ଉତ୍ଫୁଲ ରହିବ Iଦୃଢ ପଦକ୍ଷେପ ନେଇ କାମ ହାସଲ କରିବେ । ରାଶିର ବ୍ୟକ୍ତି ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଶତ ପ୍ରତିଶତ ସଫଳତା ମିଳିବ। ଏହି ରାଶିର ଲୋକଙ୍କ ଜାତକରେ ଆୟ ବୃଦ୍ଧି ହେବ। ନିକଟସ୍ଥ ଲୋକଙ୍କୁ ଆପଣାର କରିବା ଦ୍ୱାରା ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ । ଅତ୍ୟାବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢିପାରେ । ପାରିବାରିକ ପରିବେଶ ଶାନ୍ତିପୂର୍ଣ୍ଣ ରହିବ I

ମିଥୁନ : ରାଶିର ବ୍ୟକ୍ତିଙ୍କୁ ଅଚାନକ ଧନ ଲାଭ ହେବାର ଯୋଗ ରହିଛି। ଏହା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ଯଦି ଆପଣ କେଉଁ ସ୍ଥାନରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଆର୍ଥିକ ଉନ୍ନତି ମିଳିବ।

କର୍କଟ :କର୍କଟ ରାଶିର ବ୍ୟକ୍ତି ଆଜି ଅଧିକ ଲାଭବାନ ହେବେ। ଆର୍ଥିକ ଉନ୍ନତି ଘଟିବ। ଚାକିରି କରିଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ବ୍ୟବସାୟ କରୁଥିବା ବ୍ୟକ୍ତି ଅଟକି ଥିବା ଟଙ୍କା ଫେରିପାଇବେ।

ସିଂହ : ସିଂହ ରାଶିର ବ୍ୟକ୍ତିଙ୍କୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ରୋଜଗାର ବଢ଼ିବ ଓ ମାନ-ସମ୍ମାନ ବୃଦ୍ଧି ପାଇବ। କେବଳ ଏତିକି ନୁହେଁ, ସରକାରୀ ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରିବ। ସେହିପରି ସରକାରୀ ଚାକିରି ପାଇଁ ଚେଷ୍ଟା କରୁଥିବା ଲୋକଙ୍କୁ ନିଯୁକ୍ତି ମିଳିପାରେ।

କନ୍ୟା :କନ୍ୟା ରାଶିର ବ୍ୟକ୍ତିଙ୍କର ଆଜି ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ସନ୍ତାନଠୁ ଖୁସି ପାଇବେ। ପୁରୁଣା ଶତ୍ରୁ, ପୁରୁଣା ବିବାଦ ଏବଂ ପୁରୁଣା କଥା ସାମ୍ନାକୁ ଆସିପାରେ।

ତୁଳା :ତୁଳା ରାଶିର ବ୍ୟକ୍ତିଙ୍କୁ ଧନପ୍ରାପ୍ତି ହେବ। ଦୀର୍ଘ ଦିନ ଧରି ଅଟକିଥିବା କାମରେ ଆଜି ସଫଳତା ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିଛି।

ବିଛା :ବିଛା ରାଶିର ଲୋକଙ୍କର ଆଜି ପ୍ରତିଟି କାମ ମଙ୍ଗଳକାରୀ ସାବ୍ୟସ୍ତ ହେବ। ଚାକିରି କରୁଥିବା ଲୋକଙ୍କୁ ପ୍ରଶଂସା ମିଳିବ। ଦୈନିକ ଆୟ ବଢ଼ିବ। ସେହିପରି ଜମିଜମା କ୍ଷେତ୍ରରେ ମଧ୍ୟ ଲାଭ ମିଳିବ। ଶୁଭ ସଂଖ୍ୟା ୭ ଏବଂ ଶୁଭ ରଙ୍ଗ ସବୁଜ।

ଧନୁ : ଧନୁ ରାଶିର ବ୍ୟକ୍ତି ଯଦି କର୍ମକ୍ଷେତ୍ରରେ କାହାକୁ ଠକିଥିବେ ଆଜି ଧରାପଡିଯିବ। ଜମିଜମା ଏବଂ ଗାଡିକୁ ନେଇ କିଛି କଷ୍ଟ ପାଇପାରନ୍ତି। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଶୁଭ ସଂଖ୍ୟା ୩ ଏବଂ ଶୁଭ ରଙ୍ଗ ହଳଦିଆ।

ମକର : ମକର ରାଶିର ଲୋକ ଦୂର ଯାତ୍ରା କରୁଥିଲେ ସତର୍କ ରୁହନ୍ତୁ। ଶାରୀରିକ ଏବଂ ମାନସିକ କଷ୍ଟ ପାଇପାରନ୍ତି। ଗୁପ୍ତ ଧନ ପାଇପାରନ୍ତି। ଶୁଭ ସଂଖ୍ୟା ୪ ଏବଂ ଶୁଭ ରଙ୍ଗ ଧଳା।

କୁମ୍ଭ : ଏହି ରାଶିଙ୍କ ପାଇଁ ଦିନଟି ଭଲ। ଏହି ରାଶିଙ୍କ ବ୍ୟକ୍ତିଙ୍କର ଖୁବ ଉନ୍ନତି ହେବ। ଆର୍ଥିକ ସମସ୍ୟା ଦୂର ହେବ। ଶତ୍ରୁଙ୍କ ସବୁ କାମ ବିଫଳ ହେବ। ଶୁଭ ସଂଖ୍ୟା ୬ ଏବଂ ଶୁଭ ରଙ୍ଗ ଲାଲ୍।

ମୀନ :ରାଶିର ଲୋକଙ୍କୁ ପୂର୍ବରୁ ନଷ୍ଟ ହୋଇଥିବା ମାନ ସମ୍ମାନ ମିଳିବ। ଶୃଙ୍ଖଳିତ ଜୀବନଯାପନ ଅତିବାହିତ କରିବେ। ଦେହ ମନ ସୁସ୍ଥ ରହିବ। ଆଶା ବାସ୍ତବତାରେ ପରିଣତ ହେବ। ଏକାଧିକ ଉପାୟରେ ଅର୍ଥ ଉପାର୍ଜନ କରିବେ। ବେସରକାରୀ ସ୍ତରରେ ନିଯୁକ୍ତି ମିଳିବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ର କରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

Comments are closed, but trackbacks and pingbacks are open.