ଆଜି ର ରାଶିଫଳ

19

ରାଶିଫଳ ୩୦ ଏପ୍ରିଲ ୨୦୨୨ : ମକର ରାଶିର ବ୍ୟକ୍ତି ମାନଙ୍କ ସୁଖ ସମୃଦ୍ଧି ବୃଦ୍ଧି ପାଇବ I ମୀନ ରାଶି ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କୁ ନିସ୍ୱାର୍ଥପର ଭାବରେ ସେବା କରନ୍ତୁ I ବିଛା ରାଶି ଥିବା ହୋଲସେଲ ବ୍ୟବସାୟୀମାନେ ପ୍ରଚୁର ଲାଭ ପାଇବେ I

ମେଷ : ଏହା ହେଉଛି ସର୍ବୋତ୍ତମ ସମୟ I ନିଜ ବୃତିରେ ଉନ୍ନତି ପାଇଁ କୌଣସି ବଡ ଯୋଜନା କରି ସଫଳ ହେବେ I ସୃଜନଶୀଳ କାର୍ଯ୍ୟକଳାପରେ ଆଗ୍ରହୀ ହେବେ I କାର୍ଯ୍ୟ କ୍ଷେତ୍ରରେ ଆତ୍ମବିଶ୍ୱାସ ସହିତ କାମବେ I ସମସ୍ତଙ୍କୁ ସମ୍ମାନ ଦେବେ I ଲୋକପ୍ରିୟତା ବଢିବ I ପଢାପଢି କୁ ନେଇ ବିଦ୍ୟାର୍ଥୀ ମାନେ ଚିନ୍ତିତ ରହିବେ I

ବୃଷ : ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମାପ୍ତ ହେବ I କୌଣସି ପ୍ରଲୋଭନ ରେ ପଡନ୍ତୁ ନାହିଁ I ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ତରବରିଆ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ I ନୀତି ନିୟମ ସହିତ ଉତ୍ତମ ବୁଝାମଣା ରେ ଆଗକୁ ବଢିବେ I ପୁଞ୍ଜି ନିବେଶ କାର୍ଯ୍ୟରେ ରୁଚି ବଢିବ I ପାରିବାରିକ ସମ୍ପର୍କ ଉତ୍ତମ ରହିବ I

ମିଥୁନ : ଦିନଟି ଆପଣଙ୍କ ସପକ୍ଷରେ ଯିବ । ଋଣ ପରିଶୋଧ କରିବେ I ନୂତନ କାର୍ଯ୍ୟରେ ମନ ବଳାଇବେ I ଆୟ ଉତ୍ତମ ରହିବ I ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ସାରିବେ I ଗୁରୁଜନ ମାନଙ୍କର ଆଶୀର୍ବାଦ ରହିବ I

କର୍କଟ : ଆଜି ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣଜନିତ ମନସ୍ତାପର କାରଣ ହୋଇପାରେ। ନିଜ ଲୋକମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ହେତୁ ଚିନ୍ତିତ ରହିବାର ସୂଚନା ରହିଛି। ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ସଫଳତା ପାଇବେ। ଜମିଜମା ସମ୍ପର୍କିତ କୌଣସି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ।

ସିଂହ: ଆଜି ଦୈହିକ ସୁସ୍ଥତା ସାଙ୍ଗକୁ ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

କନ୍ୟା: ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।

ତୁଳା : ଆଜିର ଦିନ ଆପଣଙ୍କପାଇଁ ଶୁଭ ଫଳଦାୟୀ ଅଟେ। କୌଣସି ମଧ୍ୟ କାର୍ଯ୍ୟକୁ ଆପଣ ଦୃଢ଼ ମନୋବଳ ଏବଂ ଆତ୍ମ ବିଶ୍ଵାସପୂର୍ବକ କରି ପାରିବେ। ମନକୁ ଶାନ୍ତ ରଖିବେ। ଘରେ ବାତାବରଣ ଆନନ୍ଦଦାୟୀ ଏବଂ ଶାନ୍ତିପ୍ରଦ ରହିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। କଳାକାରମାନଙ୍କ ପାଇଁ ଆଜିର ଦିନ ଶୁଭ ଅଟେ, ତାଙ୍କୁ କାର୍ଯ୍ୟକୁଶଲତା ଏବଂ କଳାକୁ ପ୍ରଦର୍ଶିତ କରିବା ପାଇଁ ସୁଯୋଗ ମିଳିବ। ମନୋରଞ୍ଜନର ବାତାବରଣ ବନିବ ଏବଂ ଆପଣଙ୍କ ପ୍ରିୟଜନମାନଙ୍କ ସାଥି ମିଳିବ। ବାହ୍ୟ କ୍ଷେତ୍ରରେ ଖ୍ୟାତି ପ୍ରାପ୍ତ ହେବ ।

ବିଚ୍ଛା : ଆଜି ଆପଣଙ୍କୁ ସାହିତ୍ୟିକ ପ୍ରବୃତ୍ତି କରିବାକୁ ରୁଚିକର ଲାଗିବ। ବିଦ୍ୟାର୍ଥିମାନଙ୍କପାଇଁ ମଧ୍ୟ ସମୟ ଅନୁକୂଳ ଅଟେ। ମନୋବଳ ଦୃଢ଼ ଏବଂ ଆତ୍ମବିଶ୍ଵାସ ଭରପୂର ହେବ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ତଥାପି ପ୍ରତ୍ୟେକ କାର୍ଯ୍ୟକୁ ଶାନ୍ତିରେ କରିବାକୁ ଉଚିତ ହେବ। ବ୍ୟବସାୟରେ ସହକର୍ମିମାନଙ୍କର ସହାୟତା ମିଳିବ।

ଧନୁ: କାର୍ଯ୍ୟରେ ବାଧାବିଘ୍ନ ଉପୁଜିପାରେ। ସତର୍କ ରୁହନ୍ତୁ। ଶତ୍ରୁମାନେ ପରାଜିତ ହେବେ। ସୁଖାଦ୍ୟ ଭୋଜନ ସହ ପରିବାରରେ ଶାନ୍ତି ପାଇବେ।

ମକର: ବ୍ୟବସାୟରେ ଭଲ ଲାଭ ହେବ। ମନ ପ୍ରସନ୍ନ ରହିବା ଦ୍ୱାରା ଶାରିରୀକ ସୁସ୍ଥତା ମଧ୍ୟ ଅନୁଭବ କରିବେ। ପାରିବାରିକ ଶାନ୍ତି ପାଇବେ ।

କୁମ୍ଭ : ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଆଶା ଠାରୁ ଅଧିକ ସଫଳତା ମିଳିବ। ଗୃହରେ ରହିଯାଇଥିବା ବିବାହ କାର୍ଯ୍ୟ ହେବ। ଆଜି ଯାହା କରିବାକୁ ଚାହୁଁଛନ୍ତି, ତାହା ସମ୍ପନ୍ନ କରିବା ସହଜସାଧ୍ୟ ହେବନାହିଁ। କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖାଦେବା କାରଣରୁ ସକାଳର ଖୁସୀ ଅପରାହ୍ନକୁ ରହି ନ ପାରେ। ସଭାସମିତିରେ ସମ୍ମାନ୍‌ନୀୟ ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ।

ମୀନ : ଆଜି କର୍ମକ୍ଷେତ୍ରରେ ଅସୁବିଧା ଯୋଗୁ ଟେନ୍‌ସନ ମଧ୍ୟରେ ରହିବାକୁ ପଡ଼ିପାରେ। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ବ୍ୟସ୍ତତା ବଢ଼ିପାରେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହିବା ଭଲ ହେବ। ଅଶ୍ଳେଷା ନକ୍ଷତ୍ରର କୌଣସି ଆତ୍ମୀୟଙ୍କ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।

Comments are closed, but trackbacks and pingbacks are open.