ଆଜି ର ରାଶିଫଳ
ରାଶିଫଳ ୨୯ ଏପ୍ରିଲ ୨୦୨୨ : ଆଜି ଏହି ରାଶିର ବ୍ୟକ୍ତିମାନେ ଏକ ବଡ଼ ସୁଯୋଗ ପାଇବେ I ସିଂହ ରାଶି ର ବ୍ୟକ୍ତି ମାନଙ୍କୁ ସେମାନଙ୍କ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ପଡିବ I ବିଛା ରାଶି ର ବ୍ୟକ୍ତି ମାନଙ୍କୁ ସତର୍କ ରହିବାକୁ ପଡିବ I
ମେଷ – ସମୟ ର ସଦୁପଯୋଗ କରନ୍ତୁ I ବୃତିରେ ପରିବର୍ତ୍ତନ କରିବେ I ବ୍ୟବସାୟରେ ନୂତନ କୌଶଳ ଅବଲମ୍ବନ କରନ୍ତୁ I ସନ୍ଧ୍ୟା ଠାରୁ ପରିସ୍ଥିତି ସକାରାତ୍ମକ ହେବ I ଆର୍ଥିକ ଦିଗ ଟି ସ୍ୱାଭାବିକ ରହିବ I ପାରିବାରିକ ସମ୍ପର୍କରେ ଉନ୍ନତି ଘଟିବ I
ବୃଷ : ସନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ଚେଷ୍ଟା କରନ୍ତୁ I ନିଜ ବୃତିରେ ଅଭିବୃଦ୍ଧି ଏବଂ ବିସ୍ତାର ପାଇଁ ସୁଯୋଗ ରହିବ I ଆର୍ଥିକ ଦିଗଟି ଉନ୍ନତ ରହିବ I ଆପଣଙ୍କ ପ୍ରତିଭା ଦ୍ୱାରା ସମସ୍ତେ ପ୍ରଭାବିତ ହେବେ I ବ୍ୟବସାୟରେ ଲାଭ ଉତ୍ତମ ରହିବ I ବନ୍ଧୁ ଏବଂ ସହକର୍ମୀଙ୍କ ସମର୍ଥନ ରହିବ I ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ I ଆକର୍ଷଣୀୟ ଉପହାର ପାଇବେ I
ମିଥୁନ: ସୁ ଵ୍ୟଵସ୍ଥିତ ଭାବରେ ବ୍ୟବସାୟ ରେ ବୃଦ୍ଧି ହେବ I ଲାଭ ଶତ ପ୍ରତିଶତ ରହିବ I ପାରିବାରିକ ଜୀବନ ରେ ଉତ୍ଫୁଲ୍ଲିତ ରହିବେ I ସୁଖାଦ୍ୟ ଭୋଜନ କରିବେ I ଗୁରୁଜନ ମାନଙ୍କ ଉପଦେଶ ଗ୍ରହଣ କରନ୍ତୁ I
କର୍କଟ : ଭାଗ୍ୟବାନ ହେବେ I କାର୍ଯ୍ୟକ୍ଷେତ୍ରରେ ଶକ୍ତିଶାଳୀ ଅନୁଭବ କରିବେ I ମନ ମୁତାବକ ଶୁଭ ଫଳ ପାଇବେ I ସହକର୍ମୀଙ୍କ ସମର୍ଥନ ମିଳିବ I ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ I
ସିଂହ : ଆଜି ଆପଣଙ୍କ ସାହସ ପରାକ୍ରମଃ ବଢିବ I କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ରିସ୍କ ନିଅନ୍ତୁ ନାହିଁ I ପରିବାର ରେ ଖୁସି ର ଲହର ରହିବ Iଆର୍ଥିକ ଦିଗଟି ସମ୍ପୂର୍ଣ୍ଣ ସ୍ୱଚ୍ଛଳ ରହିବ I ବାଣୀ ରେ ସଂଯମତା ରଖନ୍ତୁ I ଅର୍ଥ ସଂଚୟ କରିବେ I ପରିବାର ର ଅନୁଶାସନ ଭିତରେ ରୁହନ୍ତୁ I
ତୁଳା : ଆଜି ଆପଣଙ୍କ ପାଇଁ ବହୁତ ଭଲ ଦିନ I କ୍ୟାରିୟର କ୍ଷେତ୍ରରେ ଆଗକୁ ବଢିବା ପାଇଁ ନୂଆ ପ୍ରସ୍ତାବ ଆସିବ ଇଅଫିସ ରେ କାର୍ଯ୍ୟ ଭାର ବଢିବ I ଆପଣଙ୍କ କାର୍ଯ୍ୟ ଦକ୍ଷତା, କଠିନ ପରିଶ୍ରମ, ଯୋଗୁଁ ପ୍ରସଂଶିତ ହେବେ I ନିଜର ସମସ୍ତ ଅଭିଳାଷ ପୂରଣ ହେବ I ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ମିଳିବ I
ବିଛା : ନିଜ ଲକ୍ଷ୍ୟରେ ଆଗେଇ ଚାଲନ୍ତୁ,ଭାଗ୍ୟ ସମ୍ପୂର୍ଣ୍ଣ ଆପଣଙ୍କ ସପକ୍ଷ ରେ ରହିଛି I କର୍ମ କ୍ଷେତ୍ରରେ ସତର୍କ ରୁହନ୍ତୁ I କଲା କ୍ଷେତ୍ରରେ ରୁଚି ବଢିବ I ସାଙ୍ଗ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ I ଆର୍ଥିକ ଦିଗଟି ଉନ୍ନତ ରହିବ I
ଧନୁ :ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ । ସନ୍ଧ୍ୟା ଠାରୁ ମାନସିକ ଚିନ୍ତା ଦୂର ହେବ । ନିଜର ପ୍ରିୟ ବସ୍ତୁ ପ୍ରାପ୍ତ କରିବେ I ପଡୋଶୀମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ପୂର୍ବରୁ ପରଖି ନେବା ଭଲ ହେବ । ସହକର୍ମୀମାନେ ଛଳନା କରିବେ I
ମକର : ନିଜ କ୍ୟାରିଅର ଏବଂ ବ୍ୟବସାୟରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ସହ-ଯୋଗ ଲୋଡିପାରନ୍ତି । ପରିବାର ରେ କୌଣସି ଉତ୍ସବ ର ଆୟୋଜନ କରିପାରନ୍ତି I ପରିବାର ସଦସ୍ୟ ଙ୍କ ସହିତ ସ୍ନେହ ସଦ୍ଭାବ ବଢିବ I ମନ ପ୍ରଫୁଲ୍ଲ ରହିବ I
କୁମ୍ଭ : ଆପଣଙ୍କ ପାଇଁ ଶ୍ରେଷ୍ଠ ସମୟ I କାର୍ଯ୍ୟରେ ଉନ୍ନତି ଘଟିବ I ପରିବାର ସଦସ୍ୟଙ୍କ ଠାରୁ ଶୁଭ ସମାଚାର ପାଇବେ । ମାଲିମୋକଦ୍ଦମା, ଜମିଜମା ବିବାଦ, ଅର୍ଥନୈତିକ କାର୍ଯ୍ୟ, ଯୋଗାଯୋଗ, ଭ୍ରମଣ ପ୍ରଭୃତି କ୍ଷେତ୍ରରେ ଆଶାଜନକ ଫଳ ପାଇବେ । ଆର୍ଥିକ ଉନ୍ନତି ହେବ I
ମୀନ : ଦୀର୍ଘ ଦିନରୁ ଚାଲିଆସୁଥିବା ସମସ୍ୟା ରୁ ମୁକ୍ତି ମିଳିବ I କାର୍ଯ୍ୟରେ ଉତ୍ତୋରତ୍ତର ଉନ୍ନତି ହେବ I ଆଶାତୀତ ସଫଳତା ମିଳିବ I ସୁଖାଦ୍ୟ ଭୋଜନ କରିବେ I କିଛି ନୂଆ କରିବାକୁ ଚେଷ୍ଟା କରିବେ I
Comments are closed, but trackbacks and pingbacks are open.