ଆଜି ର ରାଶିଫଳ

31

ରାଶିଫଳ ୨୪-୦୪-୨୦୨୨ : ଏହି ରାଶିର ବ୍ୟକ୍ତିମାନେ ଆଜି ବିବାଦରୁ ଦୂରେଇ ରୁହନ୍ତୁ Iରବିବାର ଦିନ, ସିଂହ ରାଶିର ବ୍ୟକ୍ତିମାନେ ନିଜ ଭାଷIରେ ସଂଯମତା ରଖନ୍ତୁ I ତୁଳା ରାଶି ଥିବା ବ୍ୟକ୍ତିମାନେ ଅଫିସ୍ ରେ ବିବାଦରେ ପଡ଼ି ପାରନ୍ତି I

ମେଷ : ଅନେକ କ୍ଷେତ୍ରରେ ମୌନ ରୁହନ୍ତୁ I କେବଳ ଯେତିକି ଆବଶ୍ୟକ ସେତିକି କୁହନ୍ତୁ I ବ୍ୟବସାୟୀ ପାର୍ଟନର ମାନଙ୍କ ସହିତ ମତଭେଦ ହୋଇପାରେ I ପିଲାମାନଙ୍କ ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ I ଆୟ ବ୍ୟୟ ସମାନ ରହିବ I ପାରିବାରିକ ବିବାଦ ର ସମାଧାନ ହେବ I

ବୃଷ : ଭବିଷ୍ୟତ କୁ ନେଇ ଅଯଥା ଚିନ୍ତା କରନ୍ତୁ ନାହିଁ Iକେବଳ ବର୍ତ୍ତମାନ ବିଷୟରେ ଚିନ୍ତା କରନ୍ତୁ I ଅଧସ୍ତନ କର୍ମଚାରୀମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତୁ I ଡାକ୍ତରୀ ବୃତ୍ତି ସହିତ ଜଡିତ ଲୋକମାନେ ବ୍ୟବସାୟ କ୍ଷେତ୍ରରେ ଲାଭ ପାଇପାରିବେ I ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ I ପାରିବାରିକ ଜୀବନ ସୁଖମୟ ହେବ I ସନ୍ତାନ ମାନେ ଉନ୍ନତି କରିବେ I

ମିଥୁନ: ସାମାଜିକ ସମ୍ପର୍କ ବୃଦ୍ଧି ପାଇବ I ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ I ନୂତନ କାର୍ଯ୍ୟପନ୍ଥା ଅବଲମ୍ବନ କରିବେ I ବ୍ୟବସାୟ ରେ ଉନ୍ନତି ହେବ I ଗୃହ ନବୀକରଣ ପାଇଁ ବ୍ୟସ୍ତ ରହିବେ I ବ୍ୟୟ ଭାର ବଢିବ I

କର୍କଟ: ଆଜି ଆପଣ ନିଜର ଶାରୀରିକ ସୁନ୍ଦରତା ଉପରେ ଧ୍ୟାନ ଦେବେ ଏବଂ ନିଜ ମନ ପସନ୍ଦର ପୋଷାକ ପିନ୍ଧିବେ। ଆପଣଙ୍କର ଏହି ନୂଆ ରୂପକୁ ଦେଖି ଲୋକମାନେ ପ୍ରଶଂସା କରିବେ। ଆପଣଙ୍କ ସାଥୀ ମଧ୍ୟ ଆପଣଙ୍କର ଏହି ପରିବର୍ତ୍ତନରେ ଖୁସି ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ।

ସିଂହ: ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ। ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଶଳ ଅବଲମ୍ବନ କରି ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରନ୍ତି।

କନ୍ୟା : ଅନ୍ୟ ପାଇଁ ତ୍ୟାଗ ସ୍ୱୀକାର କଲେ ମଧ୍ୟ ସେମାନେ ତାହାକୁ ଗ୍ରହଣ କରିପାରିବେ ନାହିଁ । ଅସାବଧାନତା କାରଣରୁ ଆଘାତ କିମ୍ବା ଧନହାନିର ସମ୍ଭାବନା ରହିଛି । ଚିନ୍ତା କରିଥିବା ଯୋଜନା ଗୁଡିକୁ ସ୍ଥଗିତ ରଖିବେ I ସହ କର୍ମୀଙ୍କ ସହ ମନାନ୍ତର ହେଇପାରେ ଇ ଦିନଟି ଜଗି ରଖି ଚଳନ୍ତୁ I

ତୁଳା : ମିଳିମିଶି ଚଳିବାକୁ ଚେଷ୍ଟା କରନ୍ତୁ Iଅଫିସ୍ ବିବାଦରେ ଫସି ପାରନ୍ତି I କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ହେବ I ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ I ଆପଣ ପରିବାର ସହିତ ବସି ଖୁସି ହୁଅନ୍ତୁ I ଆପଣ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ I ଆୟ ବୃଦ୍ଧି ହେବ I ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ I

ବିଛା : ମନରୁ ସନ୍ଦେହ ଦୂର କରନ୍ତୁ I ମନ ଶାନ୍ତ ରଖନ୍ତୁ I ଅଫିସରେ ଉପରିସ୍ଥ କର୍ମଚାରୀ ଙ୍କ ସହିତ ସମନ୍ୱୟ ରଖନ୍ତୁ I କାର୍ଯ୍ୟକ୍ଷେତ୍ରରେ ପ୍ରଗତି କରିବେ I ସୁଖାଦ୍ୟ ଭୋଜନ କରିବେ I ପାରିବାରିକ ଜୀବନ ସୁଖମୟ ହେବ I ଘରର ଗୁରୁଜନ ମାନଙ୍କୁ ସମ୍ମାନ କରନ୍ତୁ I

ଧନୁ :ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ପୂର୍ବରୁ ପରିକଳ୍ପିତ ନୁତନ ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ପୂର୍ଣ୍ଣ ସହ-ଯୋଗ ପାଇବେ । ନିର୍ମାଣ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଚାପର ସମ୍ମୁଖୀନ ହୋଇପାରେ ।

ମକର : ଲକ୍ଷ ସ୍ଥିର ରଖନ୍ତୁ । ଗୁରୁତ୍ୱପୂର୍ଣ୍ଣ ଥିବା କୌଣସି କାର୍ଯ୍ୟ ସକାଶେ ଦୁଶ୍ଚିନ୍ତାରେ ରହିବେ। କଳା, କାରିଗରି, ପ୍ରଶାସନିକ କାର୍ଯ୍ୟ, ଆଇନ, ସଭାସମିତିରେ ପ୍ରଶଂସିତ ହେବେ। ପରିବାରରେ ଖୁସି ର ପରିବେଶ ରହିବ I କୌଣସି କଥାକୁ ନେଇ ମନ ରେ ଆଘାତ ପାଇ ପାରନ୍ତି I ପିଲାମାନେ ଉନ୍ନତି କରିବେ I

କୁମ୍ଭ :ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠିକ୍ ନୁହେଁ I ଚିନ୍ତା କରିଥିବା ଯୋଜନା ଗୁଡିକୁ ସ୍ଥଗିତ ରଖନ୍ତୁ I ବ୍ୟବସାୟରେ ଉନ୍ନତି କରିବେ I ଚାକିରିକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି I ପଡୋଶୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ I ଶରୀର ସୁସ୍ଥ ରହିବ I

ମୀନ : ଆଜି ଯାହା କରିବେ କିମ୍ବା କହିବେ, ପ୍ରତ୍ୟେକ ଦିଗରୁ ତାହା ଅନୁକୂଳ ସୁଫଳ ପ୍ରଦାନ କରିବ । କିନ୍ତୁ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ । ଆନୁଷ୍ଠାନିକ କାମରେ ଗୁରୁଦାୟିତ୍ୱ ବହନ କରି ପ୍ରସ୍ତୁତିପଥେ କର୍ମମୁଖର ରହିପାରନ୍ତି ।

Comments are closed, but trackbacks and pingbacks are open.