ଆଜି ର ରାଶିଫଳ

22

ରାଶିଫଳ : ୨୧ -୦୪-୨୦୨୨ ଏହି ରାଶିର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ I କନ୍ୟା ରାଶିର ବ୍ୟକ୍ତି ମାନଙ୍କର ଆଖି ସମସ୍ୟା ଦେଖାଦେଇପାରେ I ମୀନ ରାଶି ର ବ୍ୟକ୍ତିମାନେ ଯଦି କିଛି କିଣାକିଣି ପାଇଁ ଚିନ୍ତା କରୁଛନ୍ତି ତେବେ ଗୁରୁବାର ଦିନଟି ଆପଣଙ୍କ ପାଇଁ ଏକ ଭଲ ଦିନ I

ମେଷ – ବୁଝି ବିଚାରି ବିନମ୍ରତା ର ସହିତ କାମ କରନ୍ତୁ I ଚାକିରିରେ ପରିବର୍ତ୍ତନ କରି ପାରନ୍ତି I
ଲୁହା ଜିନିଷ ବ୍ୟବସାୟୀମାନେ ଲାଭ ପାଇବେ I ସ୍ୱାସ୍ଥ୍ୟ ଦୃଷ୍ଟିରୁ, ଆପଣଙ୍କର ପିଠି ଏବଂ ଅଣ୍ଟାରେ ଯନ୍ତ୍ରଣା ସମସ୍ୟା ଦେଖାଦେବ I ଜୀବନସାଥୀଙ୍କ ସହିତ ଟେନସନ ହୋଇପାରେ I ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ I

ବୃଷ – ଚିନ୍ତିତ ରହିବେ I ଅଫିସ ରେ ସହ କର୍ମୀଙ୍କ ସମର୍ଥନ ପାଇବେ I ସ୍ନେହ ସିଲ ହେବେ I ରାଜନୀତି ରୁ ଦୂରେଇ ରୁହନ୍ତୁ I ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବେ Iପରିବାର ସଦସ୍ୟଙ୍କ ଭବିଷ୍ୟତ ବିଷୟରେ ଚିନ୍ତା କରିବେ I ଆର୍ଥିକ ଦିଗଟି ଚଳନୀୟ ରହିବ I

ମିଥୁନ : ମାନ-ସମ୍ମାନ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ। ପରିବାରରେ ସୁଖ ଶାନ୍ତି ଫେରି ଆସିବ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ବ୍ୟବସାୟ ରେ ଉନ୍ନତି ସାଙ୍ଗକୁ ଗୃହ ସାଜସଜ୍ଜା ଜିନିଷ କିଣାକିଣି କରିବେ I

କର୍କଟ: ପାରିବାରିକ ସମସ୍ୟା ନେଇ ଚିନ୍ତିତ ରହିବେ Iସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହ ସୁ-ସମ୍ପର୍କ ଫଳରେ ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। ଯାନ ବାହାନ କରେ ନେଇ ଯୋଜନା କରିବେ I

ସିଂହ: କର୍ତ୍ତୃପକ୍ଷ ଆପଣଙ୍କୁ ନୂଆ ପରିଯୋଜନା ଅର୍ପଣ କରିବେ। ସନ୍ଧ୍ୟାରେ ପ୍ରିୟ ବନ୍ଧୁଙ୍କ ସହିତ ହସଖୁସିର ସମୟ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଖେଳକୁଦରେ ପ୍ରଶଂସା ପାଇବେ। ପାରିବାରିକ ଜୀବନ ସୁଖମୟ ରହିବ I

କନ୍ୟା: ଆପଣଙ୍କ ଜୀବନରେ ଖୁସିର ବର୍ଷା ହେବ। ଆପଣଙ୍କୁ ଶୀଘ୍ର ନୂଆ ଦାୟିତ୍ବ ମିଳିପାରେ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ। ପ୍ରେମରେ ସଫଳତା ପାଇବେ। ଦୂର ଦୃଷ୍ଟି ସମ୍ପନ୍ନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରି ମତ ପୋଷଣ କରିବେ। ଆଶା ବାସ୍ତବିକ ରୂପ ନେବ। ଦେହ, ମନ ସୁସ୍ଥ ରହିବ।

ତୁଳା – କର୍ମକ୍ଷେତ୍ରରେ ଭ୍ରମଣ ଯୋଗ ରହିଛି I ଉପରିସ୍ଥ କର୍ମଚାରୀଙ୍କ ପ୍ରିୟ ଭାଜନ ହେବେ I ଷ୍ଟେସନାରୀ ଡିଲରମାନେ ଭଲ ଲାଭ କରିପାରିବେ I ଆର୍ଥିକ ପରିସ୍ଥିତି ରେ ସୁଧାର ଆସିବ I ଗୃହ ଋଣ ପରିଶୋଧ କରିବେ I ସନ୍ତାନ ମାନେ ଉନ୍ନତି କରିବେ I

ବିଚ୍ଛା: ଶାରୀରିକ ଅସୁସ୍ଥତା ଦେଖାଦେବ I ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଅଟକିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ପାରିବାରିକ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ :ଆଜି କର୍ମକ୍ଷେତ୍ର, ପ୍ରକାଶନ, ପ୍ରଶାସନିକ ଏବଂ ନିର୍ମାଣକ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ । ବଚସାରୁ ପ୍ରିୟବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିପାରେ । ଅଳଙ୍କାର କିଣିବାରେ ଅର୍ଥବ୍ୟୟ କରି ପାରନ୍ତି I ପିଲାମାନେ ପଢାପଢିରେ ମନ ଦେବେ I

ମକର: ସନ୍ତାନଙ୍କ ପାଇଁ ଶୁଭସମ୍ବାଦ ପାଇବେ। ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇ ପରିବାରରେ ଖୁସିର ବାତାବରଣ ସ୍ଥାୟୀ ରହିବ। ପାରିବାରିକ ଜୀବନ ରେ ଉନ୍ନତି ଆସିବ I ଔଷଧ ବ୍ୟବସାୟୀ ମାନେ ଲାଭବାନ ହେବେ I

କୁମ୍ଭ– ଅନାବଶ୍ୟକ ଖର୍ଚ୍ଚ ପ୍ରତି ସାବଧାନ ରୁହନ୍ତୁ କାରଣ ବଡ ଖର୍ଚ୍ଚ ଆପଣଙ୍କ ପଥକୁ ଅପେକ୍ଷା କରିଛି I ସାବଧାନତା ର ସହିତ କାର୍ଯ୍ୟ କ୍ଷେତ୍ରରେ କାମ କରନ୍ତୁ I କ୍ରେଡିଟ୍ ଉପରେ ଦିଆଯାଇଥିବା ଦ୍ରବ୍ୟ ବ୍ୟବସାୟୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ | ଋଣ ନେବା ଠାରୁ ଦୂରେଇ ରୁହନ୍ତୁ I ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ I

ମୀନ – ଯଦି ଆପଣ କିଛି କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଗୁରୁବାର ଆପଣଙ୍କ ପାଇଁ ଏକ ଭଲ ଦିନ I ବ୍ୟାଙ୍କିଙ୍ଗ କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଗୁରୁବାର ଏକ ଉତ୍ତମ ଦିନ I ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏକ ନୂତନ ପ୍ରକଳ୍ପ ପାଇପାରିବେ I ଗାଡି ଦୁର୍ଘଟଣା ପ୍ରତି ସତର୍କ ରୁହନ୍ତୁ I ଘରକୁ ବନ୍ଧୁ ଆଗମନରେ ଆପଣ ଖୁସି ହେବେ I କର୍ମକ୍ଷେତ୍ରରେ ସମସ୍ତଙ୍କ ପ୍ରିୟପାତ୍ର ହେବେ I

Comments are closed, but trackbacks and pingbacks are open.