ଆଜିର ରାଶିଫଳ

11

ରାଶିଫଳ ୩ ଏପ୍ରିଲ ୨୦୨୨ : ଏହି ୩ ରାଶି ର ଭାଗ୍ୟ ରବିବାର ଦିନ ସୂର୍ଯ୍ୟ ଙ୍କ ପରି ଉଜ୍ଜ୍ୱଳ ହେବ I ମେଷ ରାଶିର ବ୍ୟକ୍ତିମାନେ ଶୁଭ ସମାଚାର ପାଇବେ I କର୍କଟ ରାଶି ବ୍ୟକ୍ତିଙ୍କ ର ସଫଳତା ର ଦିନ ହେବ I

ମେଷ: ଆପଣ ଜଣେ ସମ୍ମାନିତ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ I ଲାଭର ନୂତନ ଉପାୟ ଦେଖାଯିବ I ଛୋଟ ପ୍ରଲୋଭନରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ I ଆପଣଙ୍କ ଭୂ – ସମ୍ପତ୍ତି କୁ ନେଇ ଗର୍ବିତ ଅନୁଭବ କରିବେ I ଅଟକି ରହିଥିବା ଯୋଜନା ଗୁଡିକ ସମ୍ପୂର୍ଣ୍ଣ ହେବ I

ବୃଷ: ପରିବାର ରେ ଉତ୍ତମ ସମ୍ପର୍କ ,ସ୍ନେହ ଶ୍ରଦ୍ଧା ବଢିବ I ଘରକୁ ବନ୍ଧୁ ଆସିବେ Iବ୍ୟବସାୟୀମାନେ ସଚ୍ଚୋଟତା ସହିତ କାର୍ଯ୍ୟ କରିବା ଉଚିତ୍ I ମାଲି ମକଦ୍ଦମାରୁ ମୁକ୍ତି ପାଇବେ I ଅର୍ଥନୈତିକ ଚିନ୍ତା ଦୂର ହେବ I

ମିଥୁନ: ନିଜ ପାଇଁ ସମୟ ଦିଅନ୍ତୁ । ପାରିବାରିକ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ I ଶିକ୍ଷା କ୍ଷେତ୍ର ସହିତ ଜଡିତ ଲୋକଙ୍କ ପାଇଁ ଦିନଟି ଶୁଭ ଅଟେ I ଆୟ ଉତ୍ତମ ରହିବ I ଶୀଘ୍ର ସଫଳତା ପାଇବା ପାଇଁ ଭୁଲ ରାସ୍ତାରେ ଯାଆନ୍ତୁ ନାହିଁ I

କର୍କଟ: ଆପଣଙ୍କ କଥା ରହିବ I ଆପଣଙ୍କ ଉନ୍ନତି ପାଇଁ ପରିବାରଲୋକଙ୍କ ଅବଦାନ ଅତୁଳନୀୟ ହେବ I କାର୍ଯ୍ୟକ୍ଷେତ୍ରରେ ନୂତନ ଉପାୟ ଏବଂ ବିକଳ୍ପ ଖୋଜିବା ଆବଶ୍ୟକ I ସମ୍ପତ୍ତି ବିକ୍ରେତାଙ୍କ ପାଇଁ ଆଜି ଅଧିକ ଲାଭଦାୟକ I ବଦ ଖର୍ଚ ଏଡାନ୍ତୁ I

ସିଂହ : ଗୁରୁଜନଙ୍କ ଉପଦେଶ ଗ୍ରହଣ କରନ୍ତୁ I ଋଣ ଟଙ୍କା ଫେରସ୍ତ ପାଇବେ Iଅନାବଶ୍ୟକ ଖର୍ଚ୍ଚ କାଟନ୍ତୁ I କର୍ମକ୍ଷେତ୍ରରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହୋଇପାରେ I ଆପଣ ଯେ କୌଣସି ବଡ କାର୍ଯ୍ୟରେ ସାଙ୍ଗମାନଙ୍କ ସମର୍ଥନ ପାଇବେ I

କନ୍ୟା : ଦିନଟି ଶୁଭଙ୍କର ହେବ I ଜ୍ଞାନୀ ଏବଂ ବୟସ୍କ ବ୍ୟକ୍ତିଙ୍କ ସହିତ କାମ କରିବାର ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ I ଚାକିରୀ କ୍ଷେତ୍ରରେ ଉନ୍ନତି I ବ୍ୟବସାୟୀମାନେ ଅତି ଯତ୍ନର ସହିତ କାର୍ଯ୍ୟ କରନ୍ତୁ I ଆର୍ଥିକ ପରିସ୍ଥିତି ଭଲ ରହିବ I ବିଦ୍ୟାର୍ଥୀ ମାନେ ପଢାପଢି କୁ ନେଇ ଚିନ୍ତିତ ରହିବେ I

ତୁଳା : ରାଜନୀତିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ I କିଛି ନୂଆ ଚେଷ୍ଟା କରିବାକୁ ଉତ୍ସାହ ଦେଖାଇବେ I ହୋଟେଲ ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ I ବିଦ୍ୟାର୍ଥିମାନେ ଶିକ୍ଷକମାନଙ୍କ ଠାରୁ ସାହାଯ୍ୟ ପାଇବେ I କାହାକୁ ଅଧିକ ବିଶ୍ୱାସ କରି ଆର୍ଥିକ କାରବାର କରନ୍ତୁ ନାହିଁ I

ବିଛା: ଉଦାର ହେବେ I ଆପଣ ଅନ ଲାଇନରେ କିଣାକିଣି କରିବେ I ଅଳସୁଆ ଅନୁଭବ କରିବେ I ବୁଝି ବିଚାରି ପୁଞ୍ଜି ନିବେଶ କରନ୍ତୁ I ଗୃହିଣୀମାନେ ସୌନ୍ଦର୍ଯ୍ୟ ପ୍ରତି ଧ୍ୟାନ ଦେବେ I

ଧନୁ : ଆପଣଙ୍କ ପାଇଁ ଉତ୍ତମ ଦିନଟିଏ । କର୍ମକ୍ଷେତ୍ରରେ ନିଜର ପ୍ରତିଭା ଦେଖାଇବାକୁ ସୁଯୋଗ ପାଇବେ I ଆୟ ବୃଦ୍ଧି ପାଇଁ ନୂତନ ପନ୍ଥା ଅବଲମ୍ବନ କରିବେ I ସାମାଜିକ ପ୍ରତିଷ୍ଠା ବଢିବ I ସନ୍ତାନ ମାନଙ୍କ ଆଚରଣ କଷ୍ଟ ଦେଇପାରେ I

ମକର : ନୂଆ ଆଶା ସହିତ ଦିନ ଆରମ୍ଭ ହେବ I ଭୂ -ସମ୍ପତି କ୍ରୟ ରେ ରିହାତି ପାଇବେ I ଗୁରୁତ୍ତ୍ଵ ପୂର୍ଣ୍ଣ କାର୍ଯ୍ୟ କରିବା ଆଗରୁ ଗୁରୁଜନ ମାନଙ୍କ ପରାମର୍ଶ ଅବଶ୍ୟ ଗ୍ରହଣ କରନ୍ତୁ Iଘରେ ନୂତନ ଅତିଥିଙ୍କ ଆଗମନ ହେବ I ହସ ଖୁସିରେ ଦିନଟି ଅତିବାହିତ ହେବ I

କୁମ୍ଭ: ଦୈନିକ କାର୍ଯ୍ୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ I ପ୍ରତିଭା ବାନ ହେବେ I ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ମନ ସ୍ଥିର କରିବେ I ଆର୍ଥିକ କାର୍ଯ୍ୟରେ ପ୍ରଗତି ପାଇଁ ଧ୍ୟାନ ଦିଅନ୍ତୁ I

ମୀନ : ଛୋଟ ଛୋଟ କଥାରେ କ୍ରୋଧିତ ହୁଅନ୍ତୁ ନାହିଁ I ନିର୍ଦ୍ଦିଷ୍ଟ ବିଷୟ ବିଷୟରେଆପଣଙ୍କ ଚିନ୍ତାଧାରା ବଦଳିପାରେ I କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ମିଳିବ I ଗୃହ କ୍ରୟ ପାଇଁ ଯୋଜନା କରିବେ I ପିଲାମାନଙ୍କ କାର୍ଯ୍ୟ କଳାପ ନେଇ ଚିନ୍ତିତ ରହିବେ I

Comments are closed, but trackbacks and pingbacks are open.