ଆଜି ର ରାଶିଫଳ

27

ଏପ୍ରିଲ ୧ ପାଇଁ ରାଶିଫଳ: ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ଦୃଷ୍ଟିରୁ ସଫଳତା ପାଇବେ I ବିଛା ରାଶିର ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ I ଅଟକି ରହିଥିବା କାର୍ଯ୍ୟରେ ଅଗ୍ରଗତି ହେବ I ମୀନ ରାଶି ର ବ୍ୟକ୍ତି ମାନଙ୍କ ପାଇଁ, ଦିନଟି ସୁଖଦ ହେବ I

ମେଷ: ଶୁଭ ଖବର ପାଇବାର ସମ୍ଭାବନା ଅଛି I ନିଜର ଉତ୍ତମ ବ୍ୟବହାର ପାଇଁ ,ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବେ ଇକାର୍ଯ୍ୟରେ ସଫଳତା I ବାସ୍ତବତାକୁ ଧ୍ୟାନରେ ରଖି ଏକ ଅର୍ଥନୈତିକ ଯୋଜନା ପ୍ରସ୍ତୁତ କରନ୍ତୁ I ସାଙ୍ଗମାନଙ୍କ ସହିତ କିଛି ବିଶେଷ ଆଲୋଚନା କରିବେ I

ବୃଷ: ଶରୀର ସୁସ୍ଥ ରହିବ ମନ ଆନନ୍ଦିତ ରହିବ I ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରିପାରିବେ I ବ୍ୟବସାୟରେ ନୂତନ ଚୁକ୍ତିନାମା ହୋଇପାରେ I ସଫଳତା ପାଇଁ ପ୍ରତ୍ୟେକ ବିପଦକୁ ନେବାକୁ ପ୍ରସ୍ତୁତ ରହିବ I ପାରିବାରିକ ସମ୍ପର୍କରେ ଉନ୍ନତି ଆସିବ I କାର୍ଯ୍ୟ ଭାର ବଢିବ I

ମିଥୁନ : କାର୍ଯ୍ୟ ସମ୍ପୂର୍ଣ୍ଣ ହେବ I ଚାକିରୀରେ ସଫଳତା ଏବଂ ଯଶ ପ୍ରାପ୍ତି ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ଆପଣଙ୍କ ମନକୁ ପ୍ରସନ୍ନ ରଖିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। ।ଅଫିସରେ ମନମାଳିନ୍ୟର ଅବସର ଆସିପାରେ। ଏହା ପ୍ରତି ସାବଧାନ ରହିବା ଆବଶ୍ୟକ ଅଟେ।

କର୍କଟ :ଶରୀର ସୁସ୍ଥ ରହିବ I ମାନସିକ ଶାନ୍ତି ଆପଣଙ୍କ ଜୀବନଯାତ୍ରାକୁ ସରଳୀକୃତ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରୁ ଉପକୃତ ହେବେ। ପରିବାରରେ ଏମିତି କେତେକ କଥା ଘଟିପାରେ, ଯାହାକି ଅନ୍ତର୍ଦାହ ସୃଷ୍ଟି କରିପାରେ। ଆର୍ଥିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ।

ସିଂହ : କାର୍ଯ୍ୟକ୍ଷେତ୍ରରେ ଭାଗ୍ୟର ସମର୍ଥନ ପାଇବେ I ସ୍ୱାଧୀନ ରହିବେ I ରୋଜଗାରର ନୂତନ ଉତ୍ସ ମିଳିବ I ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ। ଗୁରୁଜନ ମାନଙ୍କ ଉପଦେଶ ଗ୍ରହଣ କରନ୍ତୁ I ଅବିବାହିତ ମାନଙ୍କ ପାଇଁ ବୈବାହିକ ପ୍ରସ୍ତାବ ଆସିପାରେ ଇ ଗୃହିଣୀ ମାନେ ଧର୍ମ ପରାୟଣା ହେବେ I

କନ୍ୟା : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ I ନୂତନ କାର୍ଯ୍ୟରେ ଆର୍ଥିକ ଲାଭ ମିଳିବ I ଭୂ- ସମ୍ପତ୍ତିର କ୍ରୟ ଏବଂ ବିକ୍ରୟ ହୋଇପାରେ I ଅଟକି ଯାଇଥିବା କାମ ଆରମ୍ଭ କରିବା ପାଇଁ ଆପଣଙ୍କୁ କାହାର ସୁପାରିଶ ପାଇବାକୁ ପଡିପାରେ I

ତୁଳା : ଆପଣଙ୍କ ପାଇଁ ଏକ ଭଲ ଦିନ ହେବ I ପରିଶ୍ରମ ଜନିତ କ୍ଲାନ୍ତି ଯୋଗୁଁ ଅଳସୁଆ ଲାଗିବ I ପୁଞ୍ଜିର ଉପଯୁକ୍ତ ବିନିଯୋଗ ବିଷୟରେ ଚିନ୍ତା କରିବେ I କଳାକାରମାନଙ୍କ ପାଇଁ ଦିନଟି ବିଶେଷ ଭଲ I ସନ୍ତାନ ମାନଙ୍କ ସହିତ ସମୟ କଟାଇବେ I ଗୁରୁଜନ ମାନଙ୍କ ଆଶୀର୍ବାଦ ମିଳିବ I

ବିଚ୍ଛା : ତନ-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। ପରିଜନମାନଙ୍କ ଏବଂ ମିତ୍ରମାନଙ୍କ ସହିତ ଉତ୍ତମ ଭୋଜନ ଯାତ୍ରା କିମ୍ବା ସାକ୍ଷାତର ଅବସର ଆସିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ। ଆର୍ଥିକ ଲାଭ ହେବ। ଶୁଭ ଅବସର ଉପରେ ବାହର ଯାତ୍ରା ହେବ। ଆନନ୍ଦଦାୟକ ସମାଚାର ପ୍ରାପ୍ତ ହେବ।

ଧନୁ : ଆଜିର ଦିନ ଆପଣଙ୍କପାଇଁ ଅଳ୍ପ କଷ୍ଟଦାୟକ ରହିବ। ସ୍ଵାସ୍ଥ୍ୟ ଖରାପ ହେବ। ପାରିବାରିକ ସଦସ୍ୟମାନଙ୍କ କାରଣରୁ ମନ ଦୁଃଖୀ ହେବ। ମାନସିକ ରୂପରେ ଆପଣ ଅସୁସ୍ଥ ରହିପାରନ୍ତି। କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ। ଦୁର୍ଘଟଣା ପ୍ରତି ସଜାଗ ରୁହନ୍ତୁ। କୋର୍ଟ-କଚେରୀ ମାମଲାରେ ସାବଧାନ ରହିବେ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ରହିବ।

ମକର: ଆଜି ଆପଣଙ୍କ ଚିନ୍ତାନୁଯାୟୀ କାମଗୁଡ଼ିକ ସହଜରେ ସମ୍ପନ୍ନ ହୋଇପାରିବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ମିଥ୍ୟା ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ଦୀର୍ଘ ଦିନରୁ ଅଟଳି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ।

କୁମ୍ଭ:ବର୍ତ୍ତମାନ ପରିସ୍ଥିତି କୁ ସାମ୍ନା କରନ୍ତୁ I ସମସ୍ତ ଦାୟିତ୍ୱ ପୂର୍ଣ୍ଣ କରିବେ I କାର୍ଯ୍ୟରେ ଉନ୍ନତି ଆସିବ I କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ପରିବାର ସଦସ୍ୟଙ୍କ ମତାମତ ନିଅନ୍ତୁ I ବ୍ୟବସାୟ କ୍ଷେତ୍ରରେ ଲାଭ ହେବ ଇ ବଦ ଖର୍ଚ୍ଚ କମାନ୍ତୁ I

ମୀନ : ଦିନଟି ସୁଖଦ ଏବଂ ଆଶ୍ଚର୍ଯ୍ୟଜନକ ହେବ ଇ ସଙ୍କଟ ଟଳିବ I କଠିନ ପରିଶ୍ରମ ଫଳ ଦେବ I ନୂତନ କାରବାର ଲାଭଦାୟକ ହେବ I ଗୁରୁତ୍ୱପୂର୍ଣ୍ଣ କାରବାର ବିଷୟରେ ସାବଧାନ ରୁହନ୍ତୁ I କଳା ସାହିତ୍ୟ ରୁଚି ରଖୁଥିବା ବ୍ୟକ୍ତି ମାନଙ୍କ ପାଇଁ ଦିନଟି ଅତି ଉତ୍ତମ ହେବ I

Comments are closed, but trackbacks and pingbacks are open.