ଆଜି ର ରାଶିଫଳ

24

ରାଶିଫଳ ମାର୍ଚ୍ଚ ୨୯ , ୨୦୨୨ : ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତି ମାନଙ୍କୁ ଅପାର ସଫଳତାମିଳିବ I ମଙ୍ଗଳବାର ଦିନ,ସିଂହ ରାଶିର ବ୍ୟକ୍ତି ଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I ତୁଳା ରାଶି ର ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ I

ମେଷ: ନିଜର ଉତ୍ତମ ପ୍ରଦର୍ଶନ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବେ I ନୂତନ କାର୍ଯ୍ୟରେ ସଫଳତା ମିଳିବ I ବ୍ୟବସାୟୀମାନଙ୍କ ପାଇଁ ଦିନଟି ନିରାଶାଜନକ ହୋଇପାରେ I ଗୃହିଣୀମାନେ ଆଧ୍ୟାତ୍ମିକ ହେବେ I ଦିନଟି ଵ୍ୟସ୍ତତାରେ କଟିବ I

ବୃଷ: ପାରିବାରିକ ଜୀବନରେ ଅସ୍ଥିରତା ଦେଖାଦେବ I ପିଲାମାନଙ୍କ ସହିତ ଉଚ୍ଚ ବାଚ୍ଚ ହେବ I ପ୍ରେମ କାର୍ଯ୍ୟ ପାଇଁ ସମୟ ଶୁଭ ଅଟେ I ବେତନ ପ୍ରାପ୍ତ ବ୍ୟକ୍ତିମାନେ କଠିନ ପରିଶ୍ରମ କରି ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିପାରିବେ I ଆର୍ଥିକ ସ୍ଥିତି ମଜବୁତ ରହିବ I

ମିଥୁନ :ଲୋକ ସମ୍ପର୍କଉତ୍ତମ ରହିବ I କୌଣସି ନୂତନ କାର୍ଯ୍ୟ ପାଇଁ ଏହା ଏକ ଭଲ ସମୟ I ଆପଣ ଅଧିକାଂଶ ଉଦ୍ୟୋଗକୁ ସଫଳତାର ସହିତ ପରିଚାଳନା କରିବାକୁ ସମର୍ଥ ହେବେ I ନୂତନ କାର୍ଯ୍ୟଭାର ଅଧିଗ୍ରହଣ ହୋଇପାରେ ଯାହା ଆପଣଙ୍କ ଜୀବନ ଶୈଳୀ ରେ ଉନ୍ନତି ଆଣିବ I ପରିବାରରେ ଖୁସି ର ଲହର ଦେଖାଦେବ I

କର୍କଟ:ଆଜି ବିଭିନ୍ନ ସ୍ତରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ I ଆପଣ ଦ୍ୱନ୍ଦ୍ୱରେ ପଡ଼ିବେ I କାର୍ଯ୍ୟରେ ବିଳମ୍ବ ହେବ I ଅର୍ଥାଭାବ ଦେଖାଦେବ I

ସିଂହ : ବ୍ୟବସାୟରେ ସଫଳ ହେବେ ଏବଂ ଆପଣଙ୍କର ନାମ ଏବଂ ଖ୍ୟାତି ବ୍ୟାପକ ହେବ I ସ୍ୱାସ୍ଥ୍ୟ ଉତ୍ତମ ରହିବ I ଉଚ୍ଚପଦସ୍ଥ ଏବଂ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିବ I ଆୟ ଉତ୍ତମ ରହିବ I

କନ୍ୟା : ଦିନଟି ଆନନ୍ଦଦାୟକ ହେବ I ଆର୍ଥିକ ଏବଂ ବ୍ୟବସାୟ କ୍ଷେତ୍ରରେ ଦିନଟି ସଫଳ ରହିବ I ଆତ୍ମବିଶ୍ୱାସ ବଢିବ I ସହ କର୍ମୀମାନେ ସହାୟତା କରିବେ I ପରିପାରିକ ଜୀବନ ଉତ୍ତମ ରହିବ I

ତୁଳା : ଆଜି ବ୍ୟବସାୟ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ I ଆଜି ଆପଣ ସର୍ବଦଳୀୟ ସଫଳତା ହାସଲ କରିବେ I କାର୍ଯ୍ୟକ୍ଷେତ୍ରରେ ନିଜର ଶକ୍ତି ବୃଦ୍ଧି ପାଇବ I ଗୁରୁଜନ ମାନେ ଆଶୀର୍ବାଦ କରିବେ I ସନ୍ତାନ ମାନଙ୍କ ଠାରୁ ଖୁସି ପାଇବେ I

ବିଛା: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ I ବରିଷ୍ଠ ନାଗରିକମାନେ କୌଣସି ଭାବପ୍ରବଣତା ଠାରୁ ଦୁରେଇ ରୁହନ୍ତୁ I କୌଣସି ବିଷୟ କୁ ନେଇ ପରିବାର ରେ ଅଶାନ୍ତି ଦେଖାଦେବ ଇଆର୍ଥିକ ପରିସ୍ଥିତି ଉତ୍ତମ ରହିବ I

ଧନୁ : ପାରିବାରିକ ସମ୍ପର୍କ ଅତୁଟ ରହିବ I କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିବ I ନିଜର ଦୀର୍ଘ ଦିନ ର ଅଭିଳାଷ ପୂରଣ ହେବ I ସୁ-ଖାଦ୍ୟ ଭୋଜନ କରିବେ I ଦୀର୍ଘ ବୀମାର ଅର୍ଥ ବିନିଯୋଗ କରିବେ I

ମକର : ସମସ୍ତ କାର୍ଯ୍ୟକଳାପରେ ଉନ୍ନତି ଆସିବ I ଆଜି ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବ I ଅଟକିଥିବା ଅର୍ଥ ଫେରି ପାଇବେ I ପିଲାମାନଙ୍କ ପଢ଼ାପଡ଼ିକୁ ନେଇ ଚିନ୍ତିତ ରହିବେ I

କୁମ୍ଭ: ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ I ସମ୍ମାନ ଏବଂ ଖ୍ୟାତି ବଢିବ I ଏହା ବ୍ୟତୀତ ବ୍ୟବସାୟ ମଧ୍ୟ ବିସ୍ତାର ହୋଇପାରେ I କଠିନ ପରିଶ୍ରମ ର ଫଳ ପାଇବେ I ଜୀବନ ସାଥୀଙ୍କ ସହିତ ଏକ ସମୟ ଉତ୍ତମ ରହିବ I ପରିବାର ସଦସ୍ୟଙ୍କ ସହିତ ସମ୍ପର୍କ ଆନ୍ତରିକ ହେବ I

ମୀନ : ଦିନଟି ମିଶ୍ରିତ ଫଳାଫଳର ଦେବ I ଟିକେ ଚିନ୍ତିତ ହୋଇପାରନ୍ତି I ନିଜର ଅଯଥା ଜିଦ ପାଇଁ ଆପଣ ଅନାବଶ୍ୟକ ଜଟିଳତାରେ ଫସି ରହିପାରନ୍ତି କୌଣସି କାର୍ଯ୍ୟ ଅଟକି ଯାଇପାରେ I ଆର୍ଥିକ ସମସ୍ୟାର ସମାଧାନ ପାଇଁ ବିଳମ୍ବ ହେବ I ପାରିବାରିକ ଜୀବନ ବିଶେଷ ଭଲ ରେ କଟିବ ନାହିଁ I

Comments are closed, but trackbacks and pingbacks are open.