ଆଜି ମହାମୁକାବିଲା: ଏସିଆ କପ୍ ଫାଇନାଲ୍‌ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

159

ନୂଆଦିଲ୍ଲୀ:ଆଜି ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଏସିଆ କପ୍ ୨୦୨୫ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଚଳିତ ଥର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି। ଫଳରେ ଆସନ୍ତାକାଲିର ମ୍ୟାଚ୍‌ରେ ଉଭୟ ଦଳ ମୁହାଁମୁହିଁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଉଭୟ ଦେଶବାସୀଙ୍କ ମଧ୍ୟରେ ଗରମାଗରମ ମାହୋଲ୍ ରହିଛି। ଅନ୍ୟପକ୍ଷେ ଦୁବାଇ କ୍ରିକେଟ୍ ଆସୋସିଏସନ୍ ଏବଂ ସରକାର ମଧ୍ୟ କ୍ରିକେଟର ସବୁଠାରୁ ପ୍ରତୀକ୍ଷିତ ମୁକାବିଲା ପାଇଁ ମଞ୍ଚ ପ୍ରସ୍ତୁତ କରିଛନ୍ତି। ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ପରସ୍ପରକୁ ତୃତୀୟ ଥର ପାଇଁ ଭେଟିବାକୁ ଯାଉଥିବା ବେଳେ ୨୦୨୫ରେ ଏହା ଚତୁର୍ଥ ମୁକାବିଲା ହେବ। ତେବେ ଚଳିତ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଭାରତ-ପାକିସ୍ତାନ ଦୁଇଟି ମ୍ୟାଚ୍ ଖେଳିଥିବା ବେଳେ ଭାରତ ଠାରୁ ପାକିସ୍ତାନ ପରାଜିତ ହୋଇଛି। ସୁତରାଂ ଆସନ୍ତାକାଲିର ମ୍ୟାଚ୍‌ରେ ଭାରତକୁ ପରାଜିତ କରିବା ଏବଂ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ପାକିସ୍ତାନୀ ଖେଳାଳିମାନେ ନୂଆ ରଣନୀତି ସହ ମୈଦାନକୁ ଓହ୍ଲାଇବେ। ଅନ୍ୟପକ୍ଷେ ଭାରତ ପୂର୍ବ ୨ଟି ମ୍ୟାଚ୍‌ରେ ପାକିସ୍ତାନକୁ ପରାଜିତ କରିସାରିଥିବାରୁ ଏହାର ମନୋବଳ ଶୀର୍ଷରେ ରହିଛି। କେବଳ ପାକିସ୍ତାନ ନୁହେଁ, ବରଂ ଭାରତ ସମସ୍ତ ଲିଗ୍ ଓ ସୁପର୍ ୪ ପର୍ଯ୍ୟାୟରେ ମଧ୍ୟ ଅନ୍‌ବିଟେବଲ୍ ରହିଛି। ଆସନ୍ତା କାଲିର ମ୍ୟାଚ୍‌ରେ କେବଳ ପାକିସ୍ତାନୀ ନାଗରିକଙ୍କୁ ଛାଡ଼ିଦେଲେ ଭାରତ ସମଗ୍ର ବିଶ୍ୱବାସୀଙ୍କ ଫେଭରିଟ୍ ରହିଛି। ଏସବୁ ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏହା ଏସିଆ କପ୍ ଇତିହାସରେ ପ୍ରଥମ ଥର ଘଟିବ ଯେଉଁଠି ଭାରତ-ପାକିସ୍ତାନ ଫାଇନାଲ୍ ମ୍ୟାଚ୍ ଖେଳିବେ। ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ, ଭାରତ (ମେନ୍ ଇନ୍ ବ୍ଲୁ) ଏକ ରେକର୍ଡ-ବିସ୍ତାରିତ ୯ମ ଥର ପାଇଁ ଏସିଆ କପ୍ ଟାଇଟଲ୍ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ପାକିସ୍ତାନ (ମେନ୍ ଇନ୍ ଗ୍ରୀନ୍‌) ତୃତୀୟ ଥର ପାଇଁ ଏସିଆ କପ୍ ମୁକୁଟ ଜିତିବାକୁ ଚେଷ୍ଟା କରିବ। ତେବେ ଏସବୁ ମଧ୍ୟରେ ଆସନ୍ତା କାଲି ସନ୍ଧ୍ୟା ୮ଟା ସମୟରେ ଖେଳାଯିବାକୁ ଥିବା ଏହି ଫାଇନାଲ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକ ଏବଂ ଐତିହାସିକ ହେବାକୁ ଯାଉଛି।

Comments are closed, but trackbacks and pingbacks are open.