ଆଜି କଲବଲ କରିବ ତାତି; ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

107

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଆହୁରି ୩ ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ପାଇଁ ବିଭିନ୍ନ ଜିଲ୍ଲାକୁ ସିଭିୟର ହିଟ ୱେବ ଜାରି କରାଯାଇଛି ।

ଗତକାଲି ରାଜ୍ୟର ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁଥିବାବେଳେ, ୪୪.୮ ଡିଗ୍ରୀ ସହ ବାରିପଦା ଥିଲା ସର୍ବାଧିକ ଉତ୍ତପ୍ତ ସହର । ଅନୁଗୁଳରେ ୪୪.୩, ବୌଦ୍ଧରେ ୪୪.୧ ଓ ତାଳଚେରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ସେହିପରି ରାଜ୍ୟର ୩୨ଟି ସହରରେ ୪୦ ଡିଗ୍ରୀ ଉପରେ ଥିଲା ପାରଦ । ଟିଟିଲାଗଡ଼ ୪୩.୫, ଢେଙ୍କାନାଳ ୪୩.୨, ଭବାନୀପାଟଣା ଓ ନୟାଗଡ଼ରେ ୪୩ ଡିଗ୍ରୀ ଥିଲା ତାପମାତ୍ରା । ସେପଟେ ଆଜି ବି ଏଥିରୁ ତ୍ରାହି ମିଳିବାର ନାହିଁ । ଯଦିଓ କଳାହାଣ୍ଡି, ବଲାଙ୍ଗୀର ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କଳାବୈଶାଖୀ ପ୍ରଭାବରେ ପବନ, ବିଜୁଳି ଘଡଘଡି ସହ ବର୍ଷା ହୋଇଛି, କିନ୍ତୁ ରାଜ୍ୟର ଅଧିକାଂଶ ଅଂଚଳରେ ଗ୍ରୀଷ୍ମ ଲହରି ଜାରି ରହିଛି । ଏହି ସ୍ଥିତି ଆଉ ୪-୫ ଦିନ ଲାଗିରହିବ ବୋଲି ପୂର୍ବନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ତେବେ ମେ’ ୨ ପରେ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି । ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତନ ହୋଇପାରେ । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।

Comments are closed, but trackbacks and pingbacks are open.