ଆଜି ରାଜ୍ୟରୁ ୪୯୨ ସଂକ୍ରମିତ ଚିହ୍ନଟ

14

ରାଜ୍ୟରେ ବର୍ତ୍ତମାନ ଦୈନିକ କୋଭିଡ୍ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି I ସେହି ଅନୁସାରେ ଆଜି ରାଜ୍ୟରୁ ସଂକ୍ରମିତ ଙ୍କ ସଂଖ୍ୟା ୫୦୦ ତଳକୁ ରହିଛି I ଆଜି ୪୯୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୯ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୧୨୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୨ ହଜାର ୪୮୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୬୭ ହଜାର ୧୦୯ ରହିଥିବା ବେଳେ ୬ ହଜାର ୩୦୮ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed, but trackbacks and pingbacks are open.