ଆଜି ରାଜ୍ୟରେ ୨୨୮ ସଂକ୍ରମିତ ଚିହ୍ନଟ , ୨ ମୃତ

22

ରାଜ୍ୟରେ ଓମିକ୍ରନ ସଂକ୍ରମିତ ଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଥିବାବେଳେ ରାଜ୍ୟ ରେ ପୁଣି କରୋନା ସଂକ୍ରମିତ ୨୨୮ ଜଣ ଚିହ୍ନଟ ହୋଇଛନ୍ତି । ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଦୁଇ ଜଣ ସଂକ୍ରମିତ ଙ୍କ ମୃତ୍ୟୁ ଘଟିଛି ଇ ଆଜିର ମୃତକଙ୍କୁ ମିଶାଇ ମତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି Iସେହିଭଳି ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧ ରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୨ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୮୩୪ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୫୯୪ ରହିଥିବା ବେଳେ ୧ ହଜାର ୭୨୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.