ଆଜି କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ

18

ଗତକାଲି ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଆଜି କଂଗ୍ରେସ ର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ହରତାଳରେ ସାରିଛି Iମମିତା ମେହେର ହତ୍ୟାକାଣ୍ଡ ମାମଲାକୁ ନେଇ ଆଜି କଂଗ୍ରେସ କରିଛି ୬ ଘଣ୍ଟିଆ ହରତାଳ । ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସର କର୍ମୀ ହରତାଳ କରୁଛନ୍ତି କିନ୍ତୁ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ ।
ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି । ଭିନ୍ନ ଶୈଳୀରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଚକୋଲେଟ ଦେଇ ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି କଂଗ୍ରେସ କର୍ମୀ ଓ ନେତା ।
ସୁବର୍ଣ୍ଣପୁରରେ ବି କଂଗ୍ରେସ ପକ୍ଷରୁ ହରତାଳ । ଜିଲ୍ଲାରେ ୬ ଘଣ୍ଟିଆ ହରତାଳ ଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଦୋକାନ ବଜାର ଓ ଯାତାଯାତ ଉପରେ ବିଶେଷ ପ୍ରଭାବ ପଡ଼ିନାହିଁ ।
ନବରଙ୍ଗପୁରରେ ବି କଂଗ୍ରେସ ହରତାଳର ପ୍ରଭାବ । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସି ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ କର୍ମୀ ଓ ନେତା । ସହରର ସମସ୍ତ ଦୋକାନ ବଜାର ଖୋଲା ରହିଥିବା ବେଳେ ସହର ମଧ୍ୟରେ ଗାଡି ଚଳାଚଳ ସ୍ବାଭାବିକ ରହିଛି ।
ସେହିପରି ଜଗତସିଂହପୁରରେ ବି କଂଗ୍ରେସ ପକ୍ଷରୁ ହରତାଳ କରାଯାଉଛି । ବହୁ କଂଗ୍ରେସ କର୍ମୀ ରାସ୍ତାରେ ଶାନ୍ତିପୂର୍ଣ୍ଣ ଭାବରେ ପିକେଟିଂ କରାଯିବା ସହିତ ଟାୟାର ଜାଳି ପ୍ରତିବାଦ କରୁଛନ୍ତି । ରାସ୍ତାରେ ଗାଡ଼ି ମୋଟର ଚଳାଚଳ ସ୍ବାଭାବିକ ରହିଛି ।
ଭଦ୍ରକରେ ମଧ୍ୟ କଂଗ୍ରେସର ହରତାଳ ଦେଖିବାକୁ ମିଳିଛି । ଏଥିସହିତ ମମିତାଙ୍କୁ ନ୍ୟାୟ ସହ କ୍ୟାପଟେନଙ୍କ ବହିଷ୍କାର ଦାବି କରିଛି କଂଗ୍ରେସ ଦଳ । ବିଜେଡିର 21 ବର୍ଷର ଶାସନ କାଳରେ ନାରୀଧର୍ଷଣ ଓ ହତ୍ୟା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ବେବିନା, ଇତିଶ୍ରୀ, ମାଧବୀଲତା, ସ୍ମିତାରାଣୀ ଭଳି ଅନେକ ମାମଲାରେ ରାଜ୍ୟ ସରକାର ସମ୍ବେଦନହୀନତା ଦେଖାଇଛନ୍ତି । କିନ୍ତୁ କଂଗ୍ରେସ ର ଏହି ହରତାଳ ସାଧାରଣ ଜୀବନଯାତ୍ରା ଉପରେ ବିଶେଷ ପ୍ରଭାବ ପକାଇ ପାରି ନ ଥିବା ଦେଖିବାକୁ ମିଳିଛି I

Leave A Reply

Your email address will not be published.