ଆଜି ଶେଷ ରଥଯାତ୍ରା ସମନ୍ୱୟ ବୈଠକ

41

ପୁରୀ:ଆଜି ରଥଯାତ୍ରା ଶେଷ ସମନ୍ୱୟ ବୈଠକ । ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଭର୍ଚୁଆଲ ମୋଡରେ ଯୋଗ ଦେଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବିଭିନ୍ନ ବିଭାଗର ମନ୍ତ୍ରୀ, ସେବାୟତ, ନିଯୋଗ ପ୍ରକିନିଧି, ପରିଚାଳନା କମିଟିଙ୍କ ସମେତ ବିଭିନ୍ନ କମିଟିର ଅଧିକାରୀ ଏହି ବୈଠକରେ ଯୋଗ ଦେବା ନେଇ ସୂଚନା ରହିଛି । ଅନ୍ୟପଟେ ଆଜି ଦଶମୀରେ ସମ୍ପନ୍ନ ହେବ ଚକା ବିଜେ ନୀତି । ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଶ୍ରୀମନ୍ଦିର ବିଜେ କରିବାର ପରମ୍ପରା ରହିଛି ।

ଶ୍ରୀବୈଦ୍ୟଙ୍କ ଦ୍ୱାରା ଏହି ଔଷଧ ପ୍ରସ୍ତୁତି କରାଯାଇଥାଏ । ବିଭିନ୍ନ ପ୍ରକାର ଆୟୁର୍ବେଦ ଚେରମୂଳିରେ ଦିବ୍ୟ ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହି ନୀତି ଅନୁଷ୍ଠିତ ହେବା ପରେ ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀ ରାଜପ୍ରସାଦ ବିଜେ, ଖଳିଲାଗି ଏବଂ ଘଣା ନୀତି ଶେଷ ହେବା ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେବେ ।

Comments are closed, but trackbacks and pingbacks are open.