ଆଜି ଶ୍ରୀମନ୍ଦିର ରେ ପବିତ୍ର ରେଖାପଞ୍ଚମୀ ନୀତି

32

ଆଜି ପବିତ୍ର ରେଖାପଞ୍ଚମୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା । ଶ୍ରୀଜିଉଙ୍କ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ ପ୍ରସ୍ତୁତ ଏହି ରାହୁ ରେଖାକୁ ଚତୁଃର୍ଦ୍ଧାମୂର୍ତ୍ତୀଙ୍କୁ ଲାଗି କରାଯିବ । ମହାପ୍ରଭୁଙ୍କର ଅନେକ ଗୁପ୍ତ ନୀତି ମଧ୍ୟରୁ ଏହା ଅନ୍ୟତମ ।
ଦଇତାପତି ସେବାୟତ ମାନେ ଗୋଷ୍ଠୀଗତ ଭାବେ ଏହି ନୀତିକୁ ନିଷ୍ଠାର ସହ ସମ୍ପାଦନ କରିବେ । ଏହି ନୀତି ପାଇଁ ଅପରାହ୍ନ ୨ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି । ତେବେ ଶନିବାର ଓ ରବିବାର ଶ୍ରୀମନ୍ଦିର ସାନିଟାଇଜ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ।

Leave A Reply

Your email address will not be published.