ଆଜି ଆଇପିଏଲ୍‌ର ଫାଇନାଲ ମୁକାବିଲା : ଗୁଜରାଟ ଟାଇଟନ୍ସ ବନାମ ରାଜସ୍ଥାନ ରୟାଲ୍ସ,

34

ଚଳିତ ୨୦୨୨ IPL ର ଆଜି ଫାଇନାଲ ମୁକାବିଲା I ଆଜି ମୋଟେରାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଖେଳାଯିବ ଏହି ମହା ମୁକାବିଲା। ଆଜିର ମୁକାବିଲାରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପ୍ରତିଦ୍ବନ୍ଦୀ ଦଳ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ,I ଚଳିତ IPL ରେ ଦୁଇଟି ନୂଆ ଦଳ ଭାବରେ ଉଭା ହୋଇଥିଲେ ଲକ୍ଷ୍ନୌ ଏବଂ ଗୁଜରାଟ I ତେବେ ପ୍ରଥମ ପଦାର୍ପଣ ରେ ନିଜର ଦବଦବା ବଜାୟ ରଖିଥିବା ଗୁଜରାଟ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଥିବାବେଳେ ,ରାଜସ୍ଥାନ ରୟାଲ୍ସ ଦୀର୍ଘ ୧୪ ବର୍ଷ ପରେ ପୁଣିଥରେ ଫାଇନାଲ୍‌ ଖେଳିବାକୁ ଯାଉଛି । ଆଜି ରାତି ୮ଟାରେ ଏହି ଫାଇନାଲ ମୁକାବିଲା ଆରମ୍ଭ ହେବ। ତେବେ ଏଥର ଆଇପିଏଲ୍‌-୧୫ ମହା ମୁକାବିଲାରେ ଇତିହାସ ସୃଷ୍ଟି ହେବ ନା ପୁଣି ଇତିହାସ ଦୋହରିବା ତାହା ଦେଖିବାକୁ ବାକି ରହିଲା।
ଏଥର ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ଗୁଜରାଟ। ପ୍ରଥମରୁ ହିଁ ଆଟାକିଂ ଥିବା ସହ ଗୁଜରାଟ ପାଖରେ ମିଡିଲ୍ ଅଡର ବେଶ୍ ଶକ୍ତିଶାଳୀ ରହିଛି। ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ୱାଲିଫାୟରକୁ ଯାଇଥିଲା। ସେଠାରେ ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଥିଲା।

ସେହିପରି ରାଜସ୍ଥାନ ରୟାଲ୍ସର ସବୁଠୁ ସଫଳ ବ୍ୟାଟ୍ସ ମ୍ୟାନ୍ ଜୋସ୍ ବଟଲରଙ୍କ ଉପରେ ଏହି ମ୍ୟାଚ୍‌ରେ ବିଶେଷ ନଜର ରହିବ। ରାଜସ୍ଥାନ ଦ୍ୱିତୀୟ କ୍ୱାଲିଫାୟରରେ ଏଲିମିନେଟର ମ୍ୟାଚ୍‌ର ବିଜେତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଅତିସହଜରେ ୭ ୱିକେଟ୍‌ରେ ହରାଇ ଫାଇନାଲ୍ ଟିକେଟ ହାସଲ କରିନେଇଛି।

Comments are closed, but trackbacks and pingbacks are open.