ପଞ୍ଚାୟତ ଭୋଟ୍ ଗଣତିର ଆଜି ୩ୟ ଦିନ : ବିଜେଡି ଉଡାଇଲା ବିଜୟ ଧ୍ବଜା

19

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ୩ୟ ତଥା ଶେଷ ଦିନର ଭୋଟ ଗଣତି I ସମୁଦାୟ ରାଜ୍ୟରେ ଏକପାଖିଆ ଆସିଛି ଜନାଦେଶ I ଗାଁ ରାଜନୀତିରେ ଚାରିଆଡେ ଶୁଭିଛି ଶଙ୍ଖଧ୍ୱନି I ରାଜ୍ୟରେ ନବୀନ ହାୱାରେ ବିରୋଧୀ ଚିତପଟାଙ୍ଗ ମାରିଛନ୍ତି I ଏଥର ର ପଂଚାୟତ ଜନାଦେଶ କୁ ନେଇ , ରାଜନୈତିକ ସମୀକ୍ଷକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି Iବୋଧହୁଏ ପ୍ରଥମ ଥର ପାଇଁ ୩୦ରୁ ୩୦ ଜିଲ୍ଲା ପରିଷଦ ଗଠନ କରିବାକୁ ଯାଉଛି ଶାସକ ଦଳ ।ବର୍ତ୍ତମାନ ସୁଦ୍ଧା ବିଜେଡି ୮୪୮ଟି ଆସନରୁ ୭୫୫ ଆସନରେ ଆଗୁଆ ଅଛି । ଏହା ସହ ବିଜେପି ୪୯, କଂଗ୍ରେସ ୩୭ ଓ ୭ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗୁଆ ଅଛନ୍ତି । ସେହିପରି ଆଜି ତୃତୀୟ ଦିନରେ ୨୩୧ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ଚାଲିଛି। ସେଥିରୁ ୨୧୦ଟିରେ ବିଜେଡି ଆଗୁଆ ରହିଛି। ସେହିପରି ବିଜେପି ୧୫ ଓ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛନ୍ତି ।
ପ୍ରଥମ ଦିନ ଗଣତି ଯାହା ଥିଲା, ୩ ଦିନ ଧରି ସମାନ ଢଙ୍ଗରେ ବିଜୟ ଅଭିଯାନ ଜାରି ରଖିଛି ବିଜେଡି । ପାଖାପାଖି ୯୦ ପ୍ରତିଶତ ଜିଲ୍ଲା ପରିଷଦ ଜୋନ୍ ଯାଇଛି ଶାସକ ଦଳ ସପକ୍ଷରେ । ତୃତୀୟ ଦିନର ଗଣତିର ଟ୍ରେଣ୍ଡ ଯାହା ରହିଛି, ତାହା ବି ପୂର୍ବ ଦୁଇ ଦିନର ଅନୁରୂପ ରହିଛି । ୬୨୦ ଆସନରୁ ୫୫୩ ବିଜେଡି ସପକ୍ଷରେ ଯାଇଥିବା ବେଳେ ବିଜେପିକୁ ମାତ୍ର ୩୧ ସିଟ୍ ମିଳିିଛି । କଂଗ୍ରେସ ଖାତାକୁ ଯାଇଛି ୩୦ ଏବଂ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ଜିତି ପାରିଛନ୍ତି ୬ଟି ଜିଲ୍ଲା ପରିଷଦ ଜୋନ୍ ।
ଏହାବାଦ କେବଳ କୋରାପୁଟକୁ ଛାଡିଦେଲେ ଜିଲ୍ଲା ପରିଷଦ ଜୋନ ପାଇଁ ବିରୋଧୀ ଦଳ ଦୁଇ ଅଙ୍କ ଛୁଇଁ ପରି ନାହାନ୍ତି I ତୃତୀୟ ଦିନ ଗଣତିର ଟ୍ରେଣ୍ଡ ଏକରକମ ସ୍ପଷ୍ଟ କରୁଛି, ୩୦ ଟି ଯାକ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ହାତେଇବାକୁ ଯାଉଛି ବିଜେଡି ।
ପଞ୍ଚାୟତ ନିର୍ବାଚନରେ ଜବରଦସ୍ତ ସଫଳତାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି । ବିଜେଡି ପକ୍ଷରୁ କୁହାଯାଇଛି ଯେ, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଓଡ଼ିଶାବାସୀଙ୍କୁ ସମର୍ଥନ ରହିଛି । ପୂର୍ବରୁ ସବୁ ରେକର୍ଡ ଭାଙ୍ଗିବାରେ ବିଜେଡି ସଫଳ ହୋଇଛି । ପୌର ନିର୍ବାଚନରେ ବି ଏହି ପ୍ରଭାବକୁ ଦେଖିବାକୁ ମିଳିବ ।’

Comments are closed, but trackbacks and pingbacks are open.