ଆଜି ହେଉଛି କରଓ୍ବା ଚୌଥ: ଜାଣନ୍ତୁ କଣ ରହିଛି ପୂଜା ବିଧି ଏବଂ ଶୁଭ ମୁହୁର୍ତ୍ତ ?

30

ନୂଆଦିଲ୍ଲୀ :  ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ  । ତେବେ ଆସନ୍ତୁ ଜାଣିବା କେମିତି ଏହି ବ୍ରତ ରଖାଯାଏ  । କଣ ରହିଛି ପୂଜା ବିଧି ଏବଂ ଶୁଭ ମୁହୁର୍ତ୍ତ  । ତେବେ ଉପବାସ କରୁଥିବା ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ସରଗି ଖାଇ ଉପବାସ ଆରମ୍ଭ କରନ୍ତି  ।  ଏହି ଉପବାସ ସୂର୍ଯ୍ୟୋଦୟରୁ ଚନ୍ଦ୍ରୋଦୟ ପର୍ଯ୍ୟନ୍ତ ପାଳନ କରାଯାଏ ।

ଚଳିତବର୍ଷ କରଓ୍ବା ଚୌଥ ଉପବାସର ଅବଧି ୧୩ ଘଣ୍ଟା ୪୨ ମିନିଟ୍ ରହିଛି  । ଏହି ସମୟ ପର୍ଯ୍ୟନ୍ତ ନିଜ୍ବଳା ଉପବାସ ରଖିବେ ବ୍ରତଧାରୀ ମହିଳାମାନେ  । ତା’ପରେ ଚନ୍ଦ୍ର ଉଦୟ ହେବା ପରେ ପୂଜା କରି ଉପବାସ ସମ୍ପୂର୍ଣ୍ଣ କରିବେ  ।  

ଚଳିତବର୍ଷ ପୂଜା ସମୟ ୧ ଘଣ୍ଟା ୧୮ ମିନିଟ୍ ରହିଛି । ନିଜ ଜୀବନସାଥୀଙ୍କ ଦୀର୍ଘ ଜୀବନ କାମନା କରି ମହିଳାମାନେ ଏହି ଉପବାସ ରଖିଥାଏ  ।  ଏହି ପୂଜା କରିବା ପାଇଁ ମହିଳା ମାନେ ଏକ ମାଟି କରଓ୍ବା , ଏକ ଥାଳି , ଲାଲ ରଙ୍ଗର କପଡା , ଏକ କଳସ , ପାନ ପତ୍ର , ଫୁଲ , ମିଠା , କଦଳୀ, ରକ୍ଷା ସୂତା ଆଦି ଦେଇ ପୂଜାର୍ଚ୍ଚନା କରିଥାନ୍ତି  । ଏବଂ ଚନ୍ଦ୍ର ଉଦୟ ଦେଖିବା ପରେ ନିଜ ବ୍ରତ ସମାପନ କରିଥାନ୍ତି ।

Comments are closed, but trackbacks and pingbacks are open.