ଆଜି ଭୁବନେଶ୍ୱରରୁ ରାଉଲକେଲାକୁ ବିମାନ ଶୁଭାରମ୍ଭ

27

ଭୁବନେଶ୍ୱରରୁ ରାଉରକେଲାକୁ ଉଡ଼ିବ ବିମାନ । ଆଜି ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ବିମାନ ସେବାର ଶୁଭାରମ୍ଭ ହେବ । ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ଆଲାଏନ୍ସ ଏୟାର ପକ୍ଷରୁ ଏଟିଆର -୭୨ ବିମାନ ଚଳାଚଳ ଆରମ୍ଭ କରାଯାଉଛି। ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୧୦ଟା ୪୫ ରେ ଏଟିଆର-୭୨ ଆଲାଏନ୍ସ ଏୟାର ଲାଇନ୍ସ ବିମାନ ଉଡାଣ ଆରମ୍ଭ କରି ରାଉରକେଲାରେ ୧୧ଟା ୪୦ରେ ପହଁଞ୍ଚିବ ।

ତେବେ ଆସନ୍ତା ୧୨ ତାରିଖରୁ ଦୈନିକ ଉଡ଼ାଣ ଜାରି ରହିବ ବୋଲି ସୂଚନା ମିଳିଛି। ପ୍ରତିଦିନ ବିମାନ ଭୁବନେଶ୍ୱରରୁ ୨ ଟା ୫୫ ମିନିଟ୍‌‌ରେ ଛାଡ଼ିବ ଏବଂ ରାଉରକେଲା ବିମାନବନ୍ଦରରେ ୩ ଟା ୫୦ ମିନିଟରେ ପହଞ୍ଚିବ। ରାଉରକେଲାରୁ ୪ ଟା ୧୫ ମିନିଟ୍‌‌ରେ ବାହାରି ଭୁବନେଶ୍ୱରରେ ୫ ଟା ୧୦ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଭୁବନେଶ୍ୱରରୁ ରାଉରକେଲା ପର୍ଯ୍ୟନ୍ତ ବିମାନରେ ଟିକେଟ ମୂଲ୍ୟ ୨୮୦୩ ଟଙ୍କା ରହିଥିବାବେଳେ ରାଉରକେଲାରୁ ଭୁବନେଶ୍ୱର ବିମାନର ଟିକେଟ ମୂଲ୍ୟ ୨୮୨୧ ଟଙ୍କା ରହିଥିବା ସୂଚନା ମିଳିଛି। ଟର୍ମିନାଲ ସେଣ୍ଟର, ରନ୍‌‌ ୱେ, ଏୟାର ସିଗ୍ନାଲ ଆଦିର ନବୀକରଣ ସରିଯାଇଛି।

ପାର୍କିଂସ୍ଥଳର ମଧ୍ୟ କାମ ସରିଯାଇଛି। ଏୟାରପୋର୍ଟ ପାଖରେ ଲୁହାର ଏକ ବିଶାଳକାୟ ତୋରଣ ନିର୍ମାଣ କରାଯାଉଛି। ସୁରକ୍ଷା ଦାୟିତ୍ୱରେ ସିଆଇଏସ୍‌‌ଏଫ ରହିଛନ୍ତି। ଆସନ୍ତା ୭ ଦିନ ପାଇଁ ଟିକେଟ ବୁକିଂ ହୋଇଯାଇଥିବା ଜଣାପଡ଼ିଛି। ଶନିବାର ଆଉ ଦୁଇଟି ଚାର୍ଟାର୍ଡ ପ୍ଲେନରେ ନ୍ୟୁଜଲ୍ୟାଣ୍ଡ ଓ ମାଲେସିଆର ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରୁ ରାଉରକେଲା ଆସୁଛନ୍ତି।

Comments are closed, but trackbacks and pingbacks are open.