ଆଜି ରାଜ୍ୟରୁ ୨୨ କରୋନା ସଂକ୍ରମିତ ଚିହ୍ନଟ

26

ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି I ଗତ କିଛି ସପ୍ତାହ ଧରି ସଂକ୍ରମଣ ଦୁଇ ଦଶ ତଳକୁ ରହୁଥିବାବେଳେ ଗତ କାଲି ଠାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି I ସେହି ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪ ଓ ସ୍ଥାନୀୟ ଅଞ୍ଚଳରୁ ୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୪ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଆଜି ୧୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୧, ଭଦ୍ରକ ୧, ବଲାଙ୍ଗୀର ୨, କଟକ ୪, ଗଜପତି ୧, ଯାଜପୁର ୧, ଖୋର୍ଦ୍ଧା ୪, ନୂଆପଡା ୧, ସମ୍ବଲପୁର ୪, ସୋନପୁର ୧, ସୁନ୍ଦରଗଡ ୧, ଷ୍ଟେଟ ପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୮୨୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୮ ହଜାର ୪୪୧ ରହିଥିବା ବେଳେ ୨୦୮ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Comments are closed, but trackbacks and pingbacks are open.