ଆଜି ରାଉରକେଲା NITରୁ ୨୧ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ

15

ଗତକାଲି ଖୋର୍ଦ୍ଧା ର ଜଟଣୀ ସ୍ଥିତ ନାଇଜର ଶିକ୍ଷାନୁଷ୍ଠାନ ରୁ ୩୧ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ରାଉରକେଲା NITରୁ ୨୧ ଛାତ୍ର ଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ସମସ୍ତଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି ଏବଂ ନିୟମିତ ଭାବେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଛି ବୋଲି କଲେଜ କର୍ତୃପକ୍ଷ ସୂଚନା ଦେଇଛନ୍ତି ଇ ଏହା ସହିତ ସ୍ଥାନୀୟ ପ୍ରଶାସନ ତରଫରୁ ଏନ୍‌ଆଇଟି ପରିସରକୁ ସାନିଟାଇଜ କରାଯାଇଛି । ଏକ ଡାକ୍ତରୀ ଟିମ୍‌ ନିୟମିତ ଭାବେ ସଂକ୍ରମିତଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ତଥ୍ୟ ରଖୁଛନ୍ତି । ଆବଶ୍ୟକ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସଂକ୍ରମଣ ଅଂଚଳକୁ କୌଣସି ବାହାର ବ୍ୟକ୍ତି ଙ୍କୁ ପ୍ରବେଶ ନିଷେଧ କରାଯାଇଛି ଇ ଏହା ସହିତ ସଂକ୍ରମିତ ଚାତ୍ରଛହାତ୍ରୀ ଙ୍କ ପରିବାର ବର୍ଗ ଙ୍କୁ ଅବଗତ କରିଦିଆଯାଇଛି I

Leave A Reply

Your email address will not be published.