ଆଜି ରାଜ୍ୟରୁ ୧୬୯ ସଂକ୍ରମିତ ଚିହ୍ନଟ ,୧ ମୃତ

15

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇ ଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି I ମୃତକ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ଇ ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୪୪୨କୁ ବୃଦ୍ଧି ପାଇଛି । ସେହିଭଳି ସଂକ୍ରମିତ ଙ୍କ ମଧ୍ୟରୁ ସଙ୍ଗରୋଧରୁ ୯୭ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୨୯ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୨ ହଜାର ୬୪୧ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୨ ହଜାର ୨୨୪ ରହିଥିବା ବେଳେ ୧ ହଜାର ୯୨୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.